Posted inRasifala

ରାଶିଫଳ: ଗୁରୁବାର ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ
ରବି ଓ ଚନ୍ଦ୍ର ଏକତ୍ର ଅବସ୍ଥାନ କରି ଘରୋଇ ଆଲୋଚନାରେ ସମୟ କଟାଇବେ । ଅସାବଧାନତା ହେତୁ କିମ୍ବା ଦ୍ରବ୍ୟନଷ୍ଟ କିମ୍ବା ଅର୍ଥହାନୀର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବ କିନ୍ତୁ ମାନସିକ ଉତ୍ତେଜନା ଲାଗି ରହିପାରେ । ବନ୍ଧୁସମ୍ପର୍କ, ଯାତ୍ରା, ବାଣିଜ୍ୟ, ଆନୁଷ୍ଠାନିକ କାମ ବାଧାପ୍ରାପ୍ତ ହୋଇପାରେ ।
ବୃଷ
ବୃଷ
ଶୁକ୍ର ଓ ରବିଙ୍କ ସ୍ଥାନ ସ୍ଥିତିରୁ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ନିଜ ପରିସରରେ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ଶନି କ୍ଷେତ୍ରସ୍ଥ ବୁଧ ଯୋଗୁ ପ୍ରବାସୀ ସନ୍ତାନଙ୍କ ସମସ୍ୟା ବିଷୟ ଚିନ୍ତାକରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ବାଣିଜ୍ୟ,ବ୍ୟବସାୟ, ପରିବହନାଦି କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟିହେବ ।
ମିଥୁନ
ମିଥୁନ
ବୁଧ ଭାଗ୍ୟସ୍ଥାନସ୍ଥ ଯୋଗୁ ଆପଣଙ୍କ ଅଭିଳଷିତ ଚେଷ୍ଟା କେତେକାଂଶରେ ସଫଳ ହୋଇପାରିବ। କର୍ମକ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ ନେଇ ଅନ୍ୟକୁ କୈଫୟତ୍‌ ଦେବାକୁ ପଡିପାରେ। ଘରେ ମଧ୍ୟ ସାଧାରଣ କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି। ପୁରାଣପଠନ, ସାହିତ୍ୟାନୁରାଗ, ସଙ୍ଗୀତରେ ରୁଚି ମାନସିକ ସ୍ଥିତିକୁ ଉନ୍ନତ କରିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ । ପାରିବାରିକ ହସଖୁସୀରେ ଆନନ୍ଦ ଅନୁଭବ କରିପାରନ୍ତି। ବିଶ୍ୱାସଯୋଗ୍ୟ କାରଣ ନ ଥାଇ ବନ୍ଧୁଙ୍କ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଶନି ଓ ମଙ୍ଗଳଙ୍କ କୁପ୍ରଭାବରେ ଯାତ୍ରା, ଗୃହାରମ୍ଭ, ଶୁଭକାର୍ଯ୍ୟରେ ଯୋଗଦାନ ବାଧାପ୍ରାପ୍ତ ହେବା କାରଣରୁ ବ୍ୟଥିତ ହୋଇପାରନ୍ତି।
ସି˚ହ
ସି˚ହ
ଅଷ୍ଟମସ୍ଥ ଚନ୍ଦ୍ର ଓ ରବିଙ୍କ ସ୍ଥିତି ଦୈହିକ ଓ ମାନସିକ ସ୍ଥିତିକରେ ବ୍ୟତିକ୍ରମ ସୃଷ୍ଟି କରିବ । ଯେକୈାଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲଭାବରେ ଚିନ୍ତା କରିବା ଭଲ ହେବ । ମିତ୍ରବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫୟିତ ଦେବାକୁ ପଡିପାରେ । ହାତମୁଠାରୁ ସୁ୍‌ଯୋଗ ଖସିଯିବା ସହ ପାରିବାରିକ ସମସ୍ୟାରେ ଦୁଃଶ୍ଚିନ୍ତା ବୃଦ୍ଧି ପାଇବ ।
କନ୍ୟା
ଚନ୍ଦ୍ରଙ୍କ ଶୁଭଦୃଷ୍ଟିରୁ ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି ତାହା ଅଳ୍ପ ସମୟରେ ଦୂରୀଭୂତ ହୋଇଯିବ। ବହୁତ ଦିନରୁ ବାକି ରଖିଥିବା ଲୋକଟି ନିଜେ ଆସି ଟଙ୍କା ପଇଠ କରିପାରେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବେ । ପାରିବାରିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
ତୁଳା
ତୁଳା
ସ୍ବଗୃହୀ ଚତୁର୍ଥାଧିପତି ହେତୁ ସାମୁହିକ କାର୍ଯ୍ୟରେ ସହଯୋଗ କରି ସାମାଜିକ ସ୍ତରରେ ସମ୍ମାନ ଲାଭ କରିିପାରନ୍ତି। ବାଣିଜ୍ୟ,ବ୍ୟବସାୟ, ପରିବହନ କ୍ଷେତ୍ରରେ ଆଶାନୁରୂପ ଉଦ୍ଦେଶ୍ୟ ପୂରଣ ହେବନାହିଁ। ଆଗାମୀ ଆନୁଷ୍ଠାନିକ ଉତ୍ସତ୍ବ ପ୍ରସ୍ତୁତି କ୍ଷେତ୍ରରେ ଦ୍ୱନ୍ଦରେ ପଡିପାରନ୍ତି। ବନ୍ଧୁସମ୍ପର୍କରେ ନୂତନ ଦିଗନ୍ତ ସୃଷ୍ଟି ହେବ।
ବିଛା
ବିଛା
ତୃତୀୟଭାବସ୍ଥ ମଙ୍ଗଳ ଓ ଶନି ପ୍ରଭାବରେ ଭାଇ, ବନ୍ଧୁ, ପଡୋଶୀଙ୍କ ସହ ସମ୍ପର୍କରେ ନୂ୍ୟନତା ପରିଲକ୍ଷିତ ହେବ । ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଦୂରେଇ ଯାଉଥିବାର ଅନୁଭବ କରିବେ । ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ଧନୁ
ଧନୁ
କର୍ମାଧିପତି ନିଜ ଭାବରୁ ଷଷ୍ଠସ୍ଥ ଯୋଗୁ କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ ଜନିତ ଅଶାନ୍ତିର ବାତାବରଣ ସୃଷ୍ଟିର ଆଶଙ୍କା ରହିଛି । ଗୃହପୋକରଣ କ୍ରୟ କରିବାରେ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସ୍ବାସ୍ଥ୍ୟ ସମସ୍ୟା ଦୁଃଶ୍ଚିନ୍ତାର କାରଣ ପାଲଟିଯାଇପାରେ । ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି।
ମକର
ମକର
ସ୍ବଗୃହୀ ଶନିଙ୍କ ଯୋଗୁ ଆପଣ ଯାହା ଓ ଯମେିତି ଚାହିଁବେ ତଦନୁଯାୟୀ କାମ କରି ସଫଳତା ହାସଲ କରିପାରିବେ । ଅବଶ୍ୟ କେତେକ କ୍ଷେତ୍ରରେ ପ୍ରତିବନ୍ଧକ ଅଗ୍ରଗତିକୁ ରୋକ୍‌ ଲଗାଇବାର ମଧ୍ୟ ଆଶଙ୍କା ରହିଛି । ଚତୁର୍ଥସ୍ଥ କାଳସର୍ପ ଯୋଗମଧ୍ୟସ୍ଥ ଶୁକ୍ର ପ୍ରଭାବରେ ପାରିବାରିକ ଅଶାନ୍ତି ସହ ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବ୍ୟୟଭାବସ୍ଥ ଚତୁର୍ଥାଧିପତି କାରଣରୁ ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ଥିବା କାରଣରୁ ଅନ୍ୟ ମାନଙ୍କ ସହ ତର୍କ ଓ ବିବାଦ ବଢ଼ିବ । ସ୍ବାର୍ଥସାଧନରେ ବାଧା ଜନିତ ଆତ୍ମୀୟମାନେ ଶତ୍ରୁତା ଆଚରଣ କରିପାରନ୍ତି। ନିଜ କାମ ଛାଡି ପରକଥାରେ ମୁଣ୍ଡ ପୂରାଇଲେ ଅଯଥା ଅଶାନ୍ତିକୁ ନିମନ୍ତ୍ରଣ କରିବେ ।
ମୀନମୀନ
ବନ୍ଧୁକାରକ ବୁଧ ଦ୍ୱାଦଶସ୍ଥ ଯୋଗୁ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ପାରିବାରିକ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ପଡୋଶୀଙ୍କ ସହାୟତା ଆଶା କରିପାରନ୍ତି। ନିଜ ଭାବରୁ ସପ୍ତମାଧିପ ଦୁଃସ୍ଥାନସ୍ଥ ଯେତୁ ବିଦେଶ ଯାତ୍ରା ସ୍ଥଗିତ ରହିପାରେ। ସାମାଜିକ ସ୍ତରରେ କେତେକ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri