Posted inRasifala

ରାଶିଫଳ: ଗୁରୁବାର, ଫେବୃୟାରୀ ୨୦ ତାରିଖ – Daily Horoscope

ମେଷ
ଆଜିର ଅନୁକୂଳ ଗ୍ରହସ୍ଥିତି ସାଙ୍ଗକୁ ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇବାରେ କୌଣସି ଅସୁବିଧା ରହିବନାହିଁ ।
ବୃଷ
ବୃଷ
ତୃତୀୟାଧିପଙ୍କ ପାପସମ୍ବନ୍ଧ ବନ୍ଧୁଙ୍କ ସ୍ବାର୍ଥସମ୍ବଳିତ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି କରିବ । ଧର୍ମଭାବରେ ଆଧ୍ୟାତ୍ମିକ ଗ୍ରହ ଶନି ଧାର୍ମିକ ବାତାବରଣ ମଧ୍ୟରେ ଆପଣଙ୍କ ସମୟକୁ ନିୟୋଜିତ କରିବେ। ବ୍ୟବସାୟ, ପରିବହନ, କଚେରି ମାମଲାରେ ମନସ୍ତାପ କରିପାରନ୍ତି। ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରେ ଜମଜମା ବିବାଦର ସମାଧାନ ପାଇଁ ଆଲୋଚନା କରିପାରନ୍ତି।
ମିଥୁନ
ମିଥୁନ
ଦେହ ଭଲ ରହିଲେ ମଧ୍ୟ ପୁରୁଣା ରୋଗରେ କଷ୍ଟ ପାଇବା ସହ କାମରେ ପଛେଇ ରହିପାରନ୍ତି। କାର୍ଯ୍ୟକ୍ଷେତ୍ରରେ କିମ୍ବା ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ। କିନ୍ତୁ ଆନୁଷ୍ଠାନିକ କାମରେ ରାଜନୈତିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବାଣିଜ୍ୟ କ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
କ୍ରନିକ୍‌ ରୋଗ ଜନିତ ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଯଥାରୀତି ସମ୍ପନ୍ନ ହେବ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦର ସମାଧାନ ହୋଇଯିବ। ଅର୍ଥସଂକଟ କିମ୍ବା ଅସହଯୋଗ କାରଣରୁ ପ୍ରତିକୂଳ ପରିସ୍ଥିତି ଜନିତ କେତେକ ଘରୋଇ ସମସ୍ୟା ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ।
ସି˚ହ
ସି˚ହ
ପରିବାରରରେ ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଗୃହୋପକରଣ ସାମଗ୍ରୀ କ୍ରୟ କରିବାକୁ ପଡ଼ିପାରେ।
କନ୍ୟା
ଦୁଃସ୍ଥାନସ୍ଥ କର୍ମାଧିପ ହେତୁ କର୍ମକ୍ଷେତ୍ରରେ ସାହାଯ୍ୟ, ସହଯୋଗ ପାଇବା କଷ୍ଟକର ହୋଇପଡ଼ିବ । ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ । ଯାତ୍ରା, ବାଣିଜ୍ୟ ପାଇଁ ଭଲ ଏବଂ ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।
ତୁଳା
ତୁଳା
ଉଚ୍ଚସ୍ଥ ଶୁକ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ଠିକ୍‌ ଥିଲେ ମଧ୍ୟ କେତେକ ସ୍ଥଗିତ କାର୍ଯ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ପିଲାଙ୍କ ଆଚରଣକୁ କେନ୍ଦ୍ରକରି କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ବିଛା
ବିଛା
ଧନସ୍ଥାନରେ ଏକାଧିକ ଆର୍ଥିକସ୍ଥିତିକୁ ଉନ୍ନତ କଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ମାନସିକ ସ୍ତରକୁ ବିକ୍ଷିପ୍ତ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଅନୁରୋଧରେ ମନୋରଞ୍ଜନରେ ଆଗ୍ରହୀ ହୋଇପାରନ୍ତି। ତଥାପି କେତେକ ବ୍ୟତିକ୍ରମ କାରଣରୁ କରୁଥିବା କାମ ସକାଶେ ମଧ୍ୟାହ୍ନରେ ଟେନସନ୍‌ ବଢ଼ିପାରେ ।
ଧନୁ
ଧନୁ
ସାଧାରଣ କଥାକୁ କେନ୍ଦ୍ରକରି ବିବାଦ କିମ୍ବା ଯାତ୍ରା, ବ୍ୟବସାୟରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ନୂତନ କର୍ମାରମ୍ଭ ସକାଶେ ବିଭିନ୍ନ ପ୍ରକାରର ଯୋଜନା କଲେ ଅବଶ୍ୟ ଉପକୃତ ହେବେ । ତରବରିଆ ଭାବରେ ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି । ବନ୍ଧୁଙ୍କ ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝି ନ ପାରି ଦ୍ୱନ୍ଦ୍ୱରେ ପଡ଼ିବେ।
ମକର
ମକର
ବଳବାନ୍‌ ଶନି ଓ ଭାଗ୍ୟସ୍ଥାନକୁ ଶୁକ୍ରଙ୍କ ଦୃଷ୍ଟି ପ୍ରଭାବରେ ପାରିପାର୍ଶ୍ୱିକ ପରିସ୍ଥିତି ବଦଳିଯିବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଆଶା କରୁଥିବା ଅର୍ଥ,ବନ୍ଧୁମିଳନ, ଦୂରଯାତ୍ରା କ୍ଷେତ୍ରରେ ଆପଣ ନିରାଶ ହେବେନାହିଁ । ଦୂରେଇ ଯାଇଥିବା ବନ୍ଧୁଟି ସହ ପୁନଶ୍ଚ ପୂର୍ବସମ୍ପର୍କ ଫେରି ଆସିବ । ଆଲୋଚନା ସୁରୁଖୁରୁରେ ସମ୍ପନ୍ନ ହେବାର ଆଶା କରାଯାଇପାରେ ।
କୁମ୍ଭ
କୁମ୍ଭ
ଆଜିର ଜୀବନଚର୍ଯ୍ୟା ଭିତରେ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ କେତେକ ଘରୋଇ ସମସ୍ୟା ସମାଧାନର ମାର୍ଗଦର୍ଶନ ମିଳିବ । ଅର୍ଥସଂକଟ, ସହକର୍ମୀଙ୍କ ଅସହଯୋଗ,ପ୍ରଶାସନିକ ଦ୍ୱନ୍ଦ୍ୱ ଓ ଦୂରଯାତ୍ରା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସଭାସମିତି, ସଙ୍ଗୀତ ସମାରୋହ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ବାଧାପ୍ରାପ୍ତ ହେବନି ।
ମୀନମୀନ
ଦୀର୍ଘଦିନରୁ ପଡ଼ିରହିଥିବା କାମଟି ସମ୍ପନ୍ନ କରି ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ରର ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବାର ଆଶଙ୍କା ରହିଛି। ବ୍ୟବସାୟ ମନ୍ଦ ହେବନି କିନ୍ତୁ ବ୍ୟସ୍ତ, ବିବ୍ରତତା ମଧ୍ୟରେ ଆଜିର ସମୟ ଅତିବାହିତ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ ନୂଆ ବର୍ଷରେ ଭାଗ୍ୟସ୍ଥାନରେ ରାଜଯୋଗ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ଉଚ୍ଚାରୋହୀ ମଙ୍ଗଳ ଯୋଗୁ ଦେହ ଭଲ ରହିବ। ଧନସ୍ଥାନରେ ଚନ୍ଦ୍ର ସୁସ୍ବାଦୁ ଭୋଜନ ପରଷିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri