Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟସ୍ଥାନରେ ଷଡଗ୍ରହକୂଟ ଉଦ୍ୟମକୁ ଭଣ୍ଡୁର କରିପାରେ। ଭାଇ, ବନ୍ଧୁ, ପାଖ ପଡୋଶୀଙ୍କ ସହ ଯୁକ୍ତିତର୍କରୁ ଅନର୍ଥ ଘଟିବାର ସମ୍ଭାବନା ରହିଛି। ତଥାପି ସାମ୍ବାଦିକତା, ଏଜେନ୍‌ସିପ୍‌, ପରିବହନ, ବ୍ୟବସାୟ, ବାଣିଜ୍ୟରେ ଆଂଶିକ ସଫଳତା ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
ବୃଷ
ବୃଷ
ଅଷ୍ଟମସ୍ଥ ଗ୍ରହସ୍ଥିତିରୁ ଅର୍ଥଲାଭ ହେବ କିନ୍ତୁ ସ୍ବାସ୍ଥ୍ୟହାନୀର ଆଶଙ୍କା ଦେଖାଦେଇପାରେ। ଜମିଜମା ବିଷୟରେ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିପାରନ୍ତି। ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା କିନ୍ତୁ ଆନୁଷ୍ଠାନିକ କାମରେ କେତେକ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ମୋଟାଅଙ୍କର ଅର୍ଥ ବନ୍ଧୁଙ୍କ ଠାରୁ ଧାର କରଜ କରିପାରନ୍ତି।
ମିଥୁନ
ମିଥୁନ
ରାଶିକୁ ଏକାଧିକ ଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ଆଜି ବନ୍ଧୁଗହଣରେ କିଛି କଡା ଭାଷା ପ୍ରୟୋଗ କରି ସମ୍ପର୍କ ନଷ୍ଟ କରିପାରନ୍ତି। ଯେଉଁ କ୍ଷେତ୍ରରେ ଯାହାକି ନିଷ୍ପତି ନେବେ ତାହା ଶେଷ ସମୟରେ ଓଲଟ ପାଲଟ ହୋଇଯିବ। କିନ୍ତୁ କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମମାନଙ୍କରେ ଉପଯୁକ୍ତ ଭାବେ ଫଳ ପାଇବାର ଆଶା କରାଯାଇପାରେ।
କର୍କଟ
କର୍କଟ
ଶୁକ୍ରଙ୍କ ଶୁଭଦୃଷ୍ଟିରୁ ବିଳାସବ୍ୟସନ ମଧ୍ୟରେ ସମୟ କଟାଇବେ। କିନ୍ତୁ କର୍ମକ୍ଷେତ୍ରରେ ସତର୍କରେ କାମ କରିବା ଭଲ ନତୁବା ପରେ ଅନୁତାପ କରିବାକୁ ପଡିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ ଅବଶ୍ୟ ସବୁ କଥାରେ ନରମି ରହିପାରିଲେ ହିଁ ସୁଫଳ ପାଇବେ। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି।
ସି˚ହ
ସି˚ହ
କେନ୍ଦ୍ରକୋଣାଧିପ ମଙ୍ଗଳ ସ୍ବଗୃହୀ ହେତୁ କାଯର୍‌ୟସିଦ୍ଧି,ପ୍ଳଟିଙ୍ଗ କାରବାରରେ ଉନ୍ନତି ଓ ଅଗ୍ନି ସମ୍ବନ୍ଧିତ ଯନ୍ତ୍ରପାତି ବ୍ୟବସାୟରୁ ସୁଫଳ ପାଇବେ। ଅର୍ଥଲାଭର ଯୋଗ ରହିଛି ଅବଶ୍ୟ ଯାହାକି ଆପଣଙ୍କର ବହୁତ ପୂର୍ବରୁହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ।
କନ୍ୟା
ଅଷ୍ଟମାଧିପତିଙ୍କ କ୍ରୁରଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବାଧାବିଘ୍ନ, ପ୍ରତିବନ୍ଧକ ସୃଷ୍ଟି କରିବ। ନିକଟ ସମ୍ପର୍କୀୟ ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଆପଣଙ୍କ ପାରିବାରିକ କ୍ଷେତ୍ରକୁ ସମସ୍ୟା ବହୁଳ କରି ପାରନ୍ତି। ସହକର୍ମୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡି ହୋଇଯାଇପାରେ। କେତେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେଇପାରନ୍ତି।
ତୁଳା
ତୁଳା
ଆପଣଙ୍କ କଠୋର ବାକ୍ୟାଳାପ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ଭଲ ସମ୍ପର୍କ ନଥିବା ବନ୍ଧୁମାନଙ୍କ ଦ୍ୱାରା କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଛା
ବିଛା
ସ୍ବଗୃହୀ ରାଶ୍ୟାଧିପ ଆପଣଙ୍କୁ ଆରୋଗ୍ୟଲାଭ,ଚେଷ୍ଟା ସଫଳ, ଋଣସୂତ୍ରରେ ଅର୍ଥଲାଭ କରାଇପାରେ। ଗତକାଲି ଠାରୁ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖାପଢ଼ା, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସା ପାଇବେ କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ରାଶିରେ ଛଅଟିଗ୍ରହ ସଂଘଟିତ ହେବା ସହ ସୂର୍ଯ୍ୟ ପରାଗ ଘଟୁଥିବାରୁ ସ୍ବାସ୍ଥ୍ୟହାନୀ, କଳହ, ଧନକ୍ଷୟ ଓ ସମ୍ପର୍କ ନଷ୍ଟର ଆଶଙ୍କା ଦେଖାଦେବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ। କେତେକ ନୂତନ କାମର ପରିକଳ୍ପନା କରିବେ କିନ୍ତୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ମକର
ମକର
ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ମଉଜ ମଜଲିସ୍‌ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। କିନ୍ତୁ ଅଫିସ୍‌ ରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ପରିବାରରେ ଛୋଟ କଥାଟିକୁ ଗୁରୁତ୍ୱ ନ ଦେବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ। ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଲାଗିପାରେ।
କୁମ୍ଭ
କୁମ୍ଭ
ଭୁଲ୍‌ ବୁଝସମଣା କାରଣରୁ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ପିଲାଙ୍କ ଶିକ୍ଷା କିମ୍ବା ସ୍ବାସ୍ଥ୍ୟସକଶେ ଚିନ୍ତିତ ରହିବେ। ଜମିଜମା ସମସ୍ୟା,ବ୍ୟବସାୟ କିମ୍ବା ପରିବହନରେ ଝଗଡା କ୍ରମଶଃ ଜଟିଳ ହେବ। ଖଳଲୋକମାନଙ୍କ ଶତ୍ରୁତା ହେତୁ ନିଜ ପରିସରରେ ସମାଲୋଚିତ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପାଖ ପଡୋଶୀରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ସ୍ବାର୍ଥକୁ ଆଖିଆଗରେ ରଖି ହଠାତ୍‌ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିବେ। ଗୃହ କାମରେ ବ୍ୟସ୍ତ ରହି କୈାଣସି ଗୁରୁତ୍ୱପୂର୍ଣ୍ଣ କାମକୁ ପାଶୋରି ଦେଇ ପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri