Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ
ରୋହିଣୀ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପାରିବାରିକ ସମସ୍ୟା କିମ୍ବା ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ଏହା ସଙ୍ଗକୁ ଆକସ୍ମିକ କଳହ କିମ୍ବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହୁଅନ୍ତୁ ଓ ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ, ଅବଶ୍ୟ କେତେକାଂଶରେ ଉପକୃତ ହେବେ।
ବୃଷ
ବୃଷ
ସ୍ଥଗିତ କାର୍ଯ୍ୟର ପୁନରାବୃତ୍ତି ସଙ୍ଗକୁ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଅନୁପ୍ରେରିତ କରିପାରନ୍ତି। ଆକସ୍ମିକ ସମସ୍ୟାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମତାନ୍ତର ଉପୁଜିପାରେ, ମାତ୍ର ବନ୍ଧୁଙ୍କ ସହାନୁଭୂତି ଲାଭ କରି ସମାଧାନ କରିବେ। ଜମିଜମା ବିବାଦ, କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।
ମିଥୁନ
ମିଥୁନ
ସ୍ବାସ୍ଥ୍ୟରେ ଅବନ୍ନତି, ପରିବହନରେ ସମସ୍ୟା, ସଭାସମିତି, ବନ୍ଧୁ ସମ୍ପର୍କ ଓ ପାରିବାରିକ କ୍ଷେତ୍ରରେ ବିବାଦୀୟ ସ୍ଥିତି ସୃଷ୍ଟି କରିପାରନ୍ତି। କିନ୍ତୁ ମାଲି ମକଦ୍ଦମା, ଆଲୋଚନା, ଗବେଷଣା, ପ୍ରେସ୍‌ ପବ୍ଲିକେଶନ, ସାହିତ୍ୟ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦୂରୀଭୂତ ହୋଇଯିବ। କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ନୂତନ କର୍ମାରମ୍ଭ,ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ,ସତ୍‌ସଙ୍ଗ,ବନ୍ଧୁଙ୍କ ନିମନ୍ତ୍ରଣ,ଦୂରଯାତ୍ରା ଓ ବନ୍ଧୁମିଳନ ଜନିତ ମନ ଏକପ୍ରକାର ଖୁସୀ ରହିବ। କିନ୍ତୁ ଅଶ୍ଳେଷାର ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ କେତେକ ମାନସିକ ଦ୍ୱନ୍ଦ୍ୱ ଭିତରେ ଅପରାହ୍ନଟି କଟାଇବେ। ବାଣିଜ୍ୟ, ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିବେ।
ସି˚ହ
ସି˚ହ
ଅର୍ଥ ସଂକଟ କିମ୍ବା ତତ୍‌ ସମ୍ପର୍କୀୟ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ ଏବଂ ସଦାବେଳେ ହାତଖାଲି ରହିବାରୁ ମନରେ ସରସତା ରହିବ ନାହିଁ। ଅବଶ୍ୟ,ଆଜି ସଂଗୀତ, ଚଳଚ୍ଚିତ୍ର ତଥା ମନୋରନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ସାଧାରଣ କଥାକୁ ନେଇ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବିଳମ୍ବିତ ସମୟରେ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ମଧ୍ୟାହ୍ନପରେ ପାଇବେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯନତ୍ କରିବେ।  ସ୍ତ୍ରୀଙ୍କ ରୋକ୍‌ଠୋକ୍‌ ବ୍ୟବହାର, ପ୍ରତିଦ୍ୱନ୍ଦ୍ୱିତା, ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଏକାଧାରରେ ପରିବାର ଓ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରି ଶାନ୍ତି ପ୍ରଦାନରେ ସହାୟକ ହେବେ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ ଏବଂ ସଫଳତା ମଧ୍ୟ ପାଇବାରେ ଦ୍ୱିଧା ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ,ଭ୍ରମଣ ପାଇଁ ମନ ବଳାଇବେ ଓ ବନ୍ଧୁ ମିଳନ ଘଟିବ।
ବିଛା
ବିଛା
ଶାରୀରିକ ଅସୁସ୍ଥତା ନଥିଲେ ମଧ୍ୟ ମନରେ ଅସ୍ଥିରତା ଭରି ରହିବ ଫଳତଃ କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପାରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ସଭାସମିତି, ଯାତ୍ରା, ବାଣିଜ୍ୟ ବ୍ୟବସାୟ ପ୍ରଭୃତି ପାଇଁ ଦିନଟି ଭଲ।
ଧନୁ
ଧନୁ
ବିଭିନ୍ନ କ୍ଷେତ୍ରରେ ରହିଥିବା ଜଟିଳ ପରିସ୍ଥିତି କ୍ରମଶଃ ସରଳ,ସାବଲୀଳ ହୋଇଯିବ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବିଗାଡି ଦେଇପାରେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ। ସ୍ତ୍ରୀଙ୍କ ଆନ୍ତରିକତା,ବନ୍ଧୁଙ୍କ ସୌଜନ୍ୟ, ପଡୋଶୀଙ୍କ ସହଯୋଗ, ଏବଂ ଗୁରୁବର୍ଗଙ୍କ ସହାନୁଭୂତି ମାନସିକ ସ୍ଥିତିକୁ ଦୃଢ଼ତା ପ୍ରଦାନ କରିବ।
ମକର
ମକର
ଆଜି ଦିନଟିକୁ ହସଖୁସୀରେ କଟାଇବା ସହ ବନ୍ଧୁତ୍ୱର ଅଛିଣ୍ଡା ଡୋରିରେ ନିଜକୁ ବାନ୍ଧି ପାରିବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରେ ସମସ୍ୟା ସମାଧାନ କରିପାରିବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍‌ ବୁଝାମଣା କାରଣରୁ କର୍ମମୟ ଜୀବନରେ ସାମୟିକ ତିକ୍ତତା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ନିଜ ଲୋକମାନଙ୍କ ବିରୁଦ୍ଧାଚରଣ ଦୁଃଶ୍ଚିନ୍ତାର କାରଣ ହେବ। ଅବଶ୍ୟ ନୂତନ ଗୃହ,ଯାନ ବାହନ,ଯାନ୍ତ୍ରିକ ଜିନିଷ,ଧାତୁ ଅଳଙ୍କାର ପ୍ରଭୃତି ଲାଭର ଯୋଗ ରହିଛି। ଆର୍ଥିକ ସମସ୍ୟା, ଆରକ୍ଷୀକୃତ ମାମଲା, ଜମିଜମା ସୀମା ବିବାଦ କିମ୍ବା ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିପାରେ।
ମୀନମୀନ
ଆଜି ବନ୍ଧୁମିଳନ ସହ ଅର୍ଥଲାଭ, ସ୍ବାଦିଷ୍ଟ ଭୋଜନ,ବନ୍ଧୁଙ୍କ ଆଦରସୋହାଗ, ମନକୁ ପ୍ରଫୁଲ୍ଲିତ କରି ରଖିବ। ବିଳମ୍ବରେ ହେଲେ ମଧ୍ୟ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେତୁ ମାନସିକ ପରିତୃପ୍ତି ଅନୁଭବ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମଧ୍ୟାହ୍ନେ ମନରେ ବିରକ୍ତିିଭାବ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?