Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୪ ତାରିଖ – Daily Horoscope

ମେଷ
ଆଜି ସ୍ବରାଶିସ୍ଥ ଚନ୍ଦ୍ର ରାଶ୍ୟାଧିପତିଙ୍କ ସହିତ ଚତୁର୍ଥଭାବସ୍ଥ ଯୋଗୁ ପରିବାରରେ,ବନ୍ଧୁଗହଣରେ ସମୟ ଅତିବାହିତ କରିବେ । ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ପୂର୍ବସ୍ଥିରୀକୃତ କାମରେ କୌଣସି ଅସୁବିଧା ହେବନାହିଁ। ସାମୟିକ ଭାବରେ ଗୃହ, ଭୂମି, ଗାଡି, ମୋଟର, ସହକର୍ମୀ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି ।
ବୃଷ
ବୃଷ
ଧନସ୍ଥାନରେ ରବି ଓ ରାହୁ ଅବସ୍ଥାନ କରିଥିବା କାରଣରୁ ଧନହାନୀ କିମ୍ବା କଳହର ଆଶଙ୍କା ରହିଛି । ମଙ୍ଗଳ ସହ ବୁଧ ପ୍ରଭାବରେ ଋକ୍ଷ ଓ କଠୋର ଭାଷାର ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଆନୁଷ୍ଠାନିକ କାମ, ସଭାସମିତି, କଳା, କ୍ରୀଡ଼ା ତଥା ସଙ୍ଗୀତାଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିପାରେ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶରୁ ମନ ଭଲ ରହିବ ନାହିଁ । ଅବଶ୍ୟ ବ୍ୟବସାୟିକ କ୍ଷେତ୍ରରେ ନିଜର ବୁଦ୍ଧିବଳ ଖଟାଇ ଅର୍ଥଲାଭ କରିବେ। ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କଳା, ସାହିତ୍ୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ହେତୁ ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଏକାଧାରରେ ଚନ୍ଦ୍ର, ବୁଧ ଓ ମଙ୍ଗଳଙ୍କ ସଂଯୋଗ ହେତୁ ଆଜି ବନ୍ଧୁଗହଣରେ ହସଖୁସୀ ଆନନ୍ଦ ମଧ୍ୟରେ ସମୟ ଅତିବାହିତ କରିବେ। କାମର ଚାପ ବଢିଯିବା କାରଣରୁ ଭଲରୂପେ ଖାଇବା ସକାଶେ ମଧ୍ୟ ସମୟ ଟିକିଏ ପାଇବେ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ବ୍ୟୟଭାବସ୍ଥ ଗ୍ରହମାନଙ୍କ ପ୍ରଭାବରୁ କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତା କରି ମନରେ ସରସତା ରହିବ ନାହିଁ । ଅପରାହ୍ନ ସମୟରେ କିଛି ଶୁଭ ଖବର ସଙ୍ଗକୁ ଅର୍ଥଲାଭରୁ ମନଟା ସାମୟିକ ଭାବରେ ଖୁସୀ ହୋଇ ଯାଇପାରେ। ନିକଟସ୍ଥ ବ୍ୟକ୍ତିବିଶେଷମାନେ ପରୋକ୍ଷ ସମାଲୋଚନା କରିପାରନ୍ତି। କଳା, କ୍ରୀଡ଼ା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରନ୍ତି।
କନ୍ୟା
ଆଜିର ଦିନଟି ପ୍ରାୟତଃ ଭଲରେ ଯିବ, ବିଶେଷ ଅସୁବିଧାର ସୂଚନା ନାହିଁ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ । ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। ନିଜର ଉପସ୍ଥିତି ବୁଦ୍ଧି ଖଟାଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ ।
ତୁଳା
ତୁଳା
ମୁଖଭାବସ୍ଥ ବୃହସ୍ପତି ଆପଣଙ୍କୁ ଯୁକ୍ତିସଂଗତ ପ୍ରକାଶଭଙ୍ଗୀ ମାଧ୍ୟମରେ ଜନାଦୃତ କରାଇପାରନ୍ତି। ଯାହା ଆଶା କରୁଛନ୍ତି ସେଥିରେ ନୈରାଶ୍ୟ ଅନୁଭବ କରିବେ ନାହିଁ। ନ୍ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ପାରିବାରିକ ସୁଖ, ସୁବିଧାକୁ ଅଗ୍ରାଧିକାର ଦେଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ବାଧାବିଘ୍ନ ଘଟିପାରେ।
ବିଛା
ବିଛା
ଅଷ୍ଟମ ଓ ନବମସ୍ଥ ଗ୍ରହ ପ୍ରଭାବରେ ସମସ୍ୟା ମଧ୍ୟରେ କାମ ହାସଲ କରିବେ। ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକଙ୍କର ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି। ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଖୁସୀ ଅନୁଭବ କରିବେ।
ଧନୁ
ଧନୁ
ଆଜି ପୂର୍ବ ଯୋଜନାନୁଯାୟୀ ବନ୍ଧୁ ମେଳରେ ଯାତ୍ରା କରିବେ । ଦିନଟିରେ ବିବାଦରୁ ଦୂରେଇ ରହିବା ଭଲ ନତୁବା ଅଯଥା ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଆପଣଙ୍କ ଘରର ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତା ର କାରଣ ହୋଇପାରେ। ଅବଶ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀ ମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବ।
ମକର
ମକର
ସ୍ବଗୃହୀ ଚନ୍ଦ୍ର ଅନ୍ୟଦୁଇଗ୍ରହଙ୍କୁ ନେଇ ଆପଣଙ୍କ କାର୍ଯ୍ୟ ସାଧନ ଦିଗରେ ଉତ୍ତମ ପରିବେଶ ସୃଷ୍ଟି କରିବେ। ଘରକୁ ଆସିଥିବା ନୂଆ ବନ୍ଧୁମାନଙ୍କୁ ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କୁ ଆପ୍ୟାୟିତ କରିବା ସକାଶେ ବାଧ୍ୟ ହେବେ। ସାମାନ୍ୟ ବ୍ୟତିକ୍ରମ ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ।
କୁମ୍ଭ
କୁମ୍ଭ
ପ୍ରିୟଜନଙ୍କ ସହ ନୂତନ ସ୍ଥାନ ପରିଦର୍ଶନ ସଙ୍ଗକୁ ଶନିଙ୍କ ପ୍ରଭାବରେ ସଜ୍ଜନସଂଗତି ଲାଭ କରିବାର ସୁଯୋଗ ପାଇପାରିବେ। ନୂତନ କର୍ମାରମ୍ଭ କ୍ଷେତ୍ରରେ ପାଖପଡୋଶୀ ଏବଂ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଚେଷ୍ଟା କଲେ ଭଲ ହେବ ।
ମୀନମୀନ
ଗ୍ରହାବସ୍ଥାନ ପୃଷ୍ଠଭୂମିରେ ଆଜି ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଓ ସମସ୍ୟା ସମାଧାନ ବଦଳରେ ବଢଇଦେଇପାରନ୍ତି। ବ୍ୟବସାୟ, ବାଣିଜ୍ୟ, ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ କିଛିଟା ସାଧାରଣ ସମସ୍ୟା ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri