Posted inRasifala

ରାଶିଫଳ: ଗୁରୁବାର , ଜୁନ ୧୩ ତାରିଖ – Daily Horoscope

ମେଷ
ଆଜି ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରାରେ ଲକ୍ଷ୍ୟ ପୂରଣ କରାଇବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କୌଣସି କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ସମ୍ଭାବନା ରହିଛି।
ବୃଷ
ବୃଷ
ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇଯାଇପାରେ । ଶୁକ୍ର ପ୍ରଭାବରୁ କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ବିବାଦୀୟ ଘଟଣାରେ ଅଯଥା ବିଭିନ୍ନ ମନ୍ତବ୍ୟ ଦେଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ଆଜିର ବନ୍ଧୁମିଳନ, ମନୋରଞ୍ଜନ, ଯାତ୍ରା ପ୍ରଭୃତି ପ୍ରୀତିଦାୟକ ରହିବ।
ମିଥୁନ
ମିଥୁନ
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଆଜି ଯାହା କରନ୍ତୁନା କାହିଁକି କୌଣସି କାମରେ ପଛକୁ ହଟିବେ ନାହିଁ ।ପିଲାଙ୍କ ଅଭିଯୋଗକୁ ଅଦେଖା ଅଶୁଣା କରିବା ଆଗାମୀ ପାଇଁ ସମସ୍ୟାର କାରଣ ହୋଇପାରେ। ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
କର୍କଟ
କର୍କଟ
କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପ୍ରକାଶନ, ପ୍ରଶାସନ, ଯାନବାହନ, ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
ସି˚ହ
ସି˚ହ
ରବି ଦଶମ କେନ୍ଦ୍ରରେ ଥିବାରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ଅବଶ୍ୟ ଲାଭ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କଳା, ନୃତ୍ୟ ଓ ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ।
କନ୍ୟା
ତୃତୀୟ ଅଷ୍ଟମାଧିପ ମଙ୍ଗଳ ରାଶ୍ୟାଧିପତିଙ୍କ ସହ ଅବସ୍ଥାନ କରି ସ୍ବାସ୍ଥ୍ୟ ଓ ବନ୍ଧୁ ସମ୍ପର୍କକୁ କ୍ଷୁଣ୍ଣ କରିପାରନ୍ତି। ଆର୍ଥିକ ସାହାଯ୍ୟ ଓ ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ନିଜର କୌଣସି ତ୍ରୁଟି ନ ଥିଲେ ମଧ୍ୟ
ଆତ୍ମୀୟ ସ୍ବଜନଙ୍କ ଭୁଲ୍‌ ବିଚାର ପାଇଁ ଚିନ୍ତା ବଢ଼ିପାରେ। ଆଇନ ଅଦାଲତରୁ ସୁଫଳ ପାଇବେ।
ତୁଳା
ତୁଳା
କର୍ମାଧିପ ନିଜ ରାଶିରେ ଅନ୍ୟ ଗ୍ରହର ଦୃଷ୍ଟି ଆଢୁଆଳରେ ରହୁଥିବାରୁ ଆଜି ନିଜର ମନ ଅନୁଯାୟୀ କାମ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସତର୍କତା ଅଭାବରେ ଯାନବାହନ ଚାଳନାରେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ଆଲୋଚନା କ୍ଷେତ୍ର କିମ୍ବା ସଭାସମିତିରେ ନିଜର ପ୍ରାଧାନ୍ୟତା ବଜାୟ ରହିବ।
ବିଛା
ବିଛା
ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମହତ୍‌ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଓ ଅଷ୍ଟମସ୍ଥ ରବି କାର୍ଯ୍ୟକୁ ଏପଟ ସେପଟ କରିଦେଇପାରେ। ଅପ୍ରିୟ ସତ୍ୟକଥା ପ୍ରକାଶ କରିବା ଦ୍ୱାରା ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ଭୁଲ୍‌ ଧାରଣା ପୋଷଣ କରିପାରନ୍ତି। ଆବଶ୍ୟକତା ପୂରଣ ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟହେବେ।
ଧନୁ
ଧନୁ
ଏକାଦଶ ଚନ୍ଦ୍ର ପ୍ରଭାବରୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ରର ସ୍ଥିତି ପ୍ରାୟତଃ ଭଲ ରହିବ। ପାରିବାରିକ ସ୍ଥିତି ମନ୍ଦ ନ ହେଲେ ମଧ୍ୟ ବୁଧ ନକ୍ଷତ୍ରସ୍ଥ ବୃହସ୍ପତି ପ୍ରଭାବରୁ ଜଞ୍ଜାଳ ବୃଦ୍ଧି ପାଇବ, ଯାହା ଦୁଶ୍ଚିନ୍ତାର କାରଣ ହୋଇପାରେ । ପୁରାତନ ରୋଗରେ କଷ୍ଟ ପାଇବେ ା ପ୍ରତିଯୋଗିତାରେ ସଫଳତା ହାସଲ ସହ ପ୍ରଶଂସିତ ହୋଇପାରନ୍ତି।
ମକର
ମକର
ଆଜି ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଯେଉଁ କାମରେ ହାତ ଦେଲେ ମଧ୍ୟ ସେଥିରେ ସଫଳତା ନିଶ୍ଚିତ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଜି ମନୋରଞ୍ଜନ ପ୍ରୀତିପ୍ରଦ ହେବ। ସହକର୍ମୀ କିମ୍ବା ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭକରି କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ। ନୂତନ ବସ୍ତ୍ର, ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଉପଢ଼ୌକନ ଲାଭ ଯୋଗ ରହିଛି ।
କୁମ୍ଭ
କୁମ୍ଭ
ରବିଙ୍କ ଚତୁର୍ଥଭାବ ସ୍ଥିତି ପରିବାର, ଲୋକସମ୍ପର୍କ ଓ କର୍ମସଂସ୍ଥାନ ପ୍ରତି କିଛିଟା ବ୍ୟତିକ୍ରମ ସୃଷ୍ଟି କରିବାର ଆଶଙ୍କା ରହିଛି ।ଘରୋଇ କ୍ଷେତ୍ରରେ ନିଜ ଲୋକମାନେ ଅଯଥା ସମସ୍ୟା ସୃଷ୍ଟି କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ କର୍ମ ପରିସରକୁ ବ୍ୟାପକ କରିପାରନ୍ତି। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲାଭାଂଶ ମାନ୍ଦା ହେବନାହିଁ ।
ମୀନମୀନ
ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ଆପଣଙ୍କ ପୂର୍ବ ସ୍ଥିରୀକୃତ କାମକୁ ଯଥା ସମୟରେ ସମ୍ପନ୍ନ କରିବା କଷ୍ଟକର ହେବ। ଟେନସନ୍‌ ଲାଗି ରହିବା କାରଣରୁ ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ସନ୍ଦେହ କିମ୍ବା ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହୋଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri