Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ
ଚନ୍ଦ୍ର ସମେତ ଶୁକ୍ର ଓ ଶନି ଅନୁକୂଳ ପରିବେଶରେ ଥିବାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇବେ ।  କୃତ୍ତିକା ନକ୍ଷତ୍ର ବହୁ ପ୍ରତୀକ୍ଷିତ ଖବରଟି ପାଇ ଖୁସୀ ହୋଇଯାଇପାରନ୍ତି ।  ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ଆଶଙ୍କା ରହିଛି ।
ବୃଷ
ବୃଷ
ଚନ୍ଦ୍ରଙ୍କ ସ୍ଥିତି ଭାଇ,ଭଉଣୀ,ପାଖ,ପଡୋଶୀ କିମ୍ବା ସହକର୍ମୀଙ୍କ ପ୍ରତି ସୁସମ୍ପର୍କ ହ୍ରାସ କରିପାରେ ।  ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ ।  ଦୈନନ୍ଦିନର କାର୍ଯ୍ୟରେ ଯେତେଦୂର ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି ।
ମିଥୁନ
ମିଥୁନ
ଆଜିର ଚନ୍ଦ୍ର ଆପଣଙ୍କୁ ପାରିବାରିକ ଭୋଗବିଳାସ ସହ କର୍ମଦକ୍ଷତା ହେତୁ ସାମାଜିକ ସମ୍ମାନ ବୃଦ୍ଧି କରିବ ।  ନୂତନ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିସ୍ଥିତିକୁ ଅପେକ୍ଷା କରି ବିରକ୍ତି ପ୍ରକାଶ କରିପାରନ୍ତି ।  ସ୍ବାସ୍ଥ୍ୟ ନିୟନ୍ତ୍ରିତ ରହିଲେ ମଧ୍ୟ ରାହୁ ଦୃଷ୍ଟ ଚନ୍ଦ୍ର ମନରେ ଅଯଥା ଭୟ ଓ ଆଶଙ୍କା ସୃଷ୍ଟି କରିପାରେ ।
କର୍କଟ
କର୍କଟ
କର୍ମସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଯୋଗୁଁ ସ୍ଥଗିତ କାମକୁ ଆରମ୍ଭ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ ।  ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହ ଯୋଗର ହାତ ବଢାଇବେ ।  ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।  ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ଅନ୍ୟଥା ବିପଦରେ ପଡିପାରନ୍ତି ।
ସି˚ହ
ସି˚ହ
କେତୁଙ୍କ ସ୍ଥିତି କାରଣରୁ କୌଣସି କ୍ଷେତ୍ରକୁ ନ ଡାକିଲେ ଯାଆନ୍ତୁ ନାହିଁ ଏବଂ ନ ପଚାରିଲେ କିଛି କହିବା ମଧ୍ୟ ଠିକ୍‌ ହେବ ନାହିଁ ।  ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ,ଚେଷ୍ଟା କରୁଥିବା କାମ,ଅର୍ଥ ସମ୍ପର୍କ ପ୍ରଭୃତି ପ୍ରତ୍ୟେକ ଦିଗରୁ ଶୁଭଫଳ ପାଇବେ ।  କଥା କହୁ ନ ଥିବା ବନ୍ଧୁଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ ।
କନ୍ୟା
ଶୁକ୍ର ଓ ଚନ୍ଦ୍ର ଷଡାଷ୍ଟକ ସ୍ଥିତିରେ ଥିବାରୁ ଅନ୍ୟ ମାନଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ସେମାନେ ତାହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ ।  ଅସାବଧାନତା କାରଣରୁ ଆଘାତ ପ୍ରାପ୍ତି କିମ୍ବା ଧନହାନିର ସମ୍ଭାବନା ରହିଛି ।  ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଚିନ୍ତା ପ୍ରକଟ କରିବେ ।
ତୁଳା
ତୁଳା
ଚନ୍ଦ୍ର ପାପଗ୍ରହ ଦୃଷ୍ଟିରେ ଥିବାରୁ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଶେଷ କରିପାରିବେନି ।  ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ,ନତୁବା ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି ।  କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି ।
ବିଛା
ବିଛା
ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁଁ ଅତୀତ ସ୍ମୃତି ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରି ମାନସିକ ସ୍ଥିତିକୁ ଚିନ୍ତିତ କରାଇପାରେ ।  କାଳେ ସାହାଯ୍ୟ କରିବାକୁ ବନ୍ଧୁ କହିପାରନ୍ତି,ଏହି କଥା ମନରେ ଚିନ୍ତାକରି ନିକଟ ସମ୍ପର୍କୀୟମାନେ ମଧ୍ୟ ଆଜି ପାଖ ମାଡିବେ ନାହିଁ ।  କିନ୍ତୁ ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହା କି କାମକୁ ଆସିବ ।
ଧନୁ
ଧନୁ
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ ।  ଚତୁର୍ଥସ୍ଥ ରବି ଓ ବୁଧଙ୍କ ଯୋଗୁଁ ପୂର୍ବରୁ ପରିକଳ୍ପିତ ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ।  ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରନ୍ତି ।
ମକର
ମକର
କର୍ମାଧିପ କୋଣଭାବସ୍ଥ ଯୋଗୁଁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ ।  କେତେକ କ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବ କିନ୍ତୁ ଉତ୍ତରାଷାଢା ନକ୍ଷତ୍ର ନିଜ ଦୋଷରୁ ତାହା ହରାଇପାରନ୍ତି ।  ମନ ବୁଝିଲାଭଳି କଥା କହି ପାଖ,ପଡୋଶୀମାନେ ନିଜର କାର୍ଯ୍ୟ ହାସଲ କରିନେବେ ।
କୁମ୍ଭ
କୁମ୍ଭ
ଦ୍ୱାଦଶଭାବରେ କର୍ମାଧିପ ଥିବାରୁ କର୍ମକ୍ଷେତ୍ରରେ ଅସଫଳ ହେବାକୁ ନେଇ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ ।  ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ ।  ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବ ।
ମୀନମୀନ
ନୀଚାଂଶରେ ଦେବଗୁରୁ ରହିଥିବାରୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ ।  ଆଗାମୀ ମାଙ୍ଗଳିକ ଉସତ୍ବ କିମ୍ବା ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ପ୍ରସ୍ତୁତିପଥେ କର୍ମମୁଖର ରହିପାରନ୍ତି ।  ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri