Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ । ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ନିଜ ପରିବାର ତରଫରୁ ଆବଶ୍ୟକ ସହଯୋଗ ପାଇ ନୂଆ କାମଟିକୁ ଆଗକୁ ବଢ଼ାଇ ନେଇପାରନ୍ତି। ପାରିବାରିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ।
ବୃଷ
ବୃଷ
ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ । ରପ୍ତାନି, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଭାବ ନ ଥିଲେ ମଧ୍ୟ ଅନ୍ୟାନ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବାର ସୂଚନା ରହିଛି । ଆନୁଷ୍ଠାନିକ କାମରେ ନୂତନ ବସ୍ତ୍ର, ଆଭୂଷଣ ଉପଢୌକନାଦି ପାଇପାରନ୍ତି।
ମିଥୁନ
ମିଥୁନ
କ୍ରନିକ୍‌ ରୋଗ ଜନିତ ସ୍ବାସ୍ଥ୍ୟ ସମସ୍ୟା ମନକୁ ବାରମ୍ବାର ଆଲୋଡିତ କରିବ । ଆକସ୍ମିକ ଭାବରେ ସରକାରୀ ସ୍ତରରୁ ଆଶା କରି ନ ଥିବା ଖବର ଶୁଣି ବିସ୍ମିତ ହୋଇପାରନ୍ତି। ନିଜ ଅସୁବିଧାର ସମାଧାନ ସକାଶେ ଆତ୍ମୀୟସ୍ବଜନ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ରାଜନୈତିକ ସ୍ତରରେ କଳହଘେରରେ ଆକ୍ରାନ୍ତ ହୋଇପାରନ୍ତି।
କର୍କଟ
କର୍କଟ
ବିଶେଷ ଭ୍ରମଣ ସାଙ୍ଗକୁ ଯତ୍ନର ଅଭାବ ସ୍ବାସ୍ଥ୍ୟହାନିର କାରଣ ହେବ । ପାରିବାରିକ କ୍ଷେତ୍ରରେ ଖର୍ଚ୍ଚାନ୍ତ ସାଙ୍ଗକୁ କଷ୍ଟପ୍ରଦ ଜୀବନଯାତ୍ରା କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକ ବିଫଳତାକୁ ସମୀକ୍ଷା କରି ନିରାକରଣ ପୂର୍ବକ କାର୍ଯ୍ୟକଲେ ସଫଳତା ପାଇପାରନ୍ତି। ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡ଼ିପାରେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଂଶସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଦିଗରେ ଚିକିତ୍ସକଙ୍କ ସହ ଆଲୋଚନା କରିପାରନ୍ତି। ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। ଭଲ ସମ୍ପର୍କ ଥିବା ବନ୍ଧୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ବୁଝିପାରନ୍ତି। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ତୁଳା
ତୁଳା
ପାରିବାରିକ ସ୍ତରରେ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇ ପାରେ। ଘରର ବରାଦ ଅନୁଯାୟୀ ମନ ପସନ୍ଦର ଜିନିଷ କ୍ରୟ କରିବା ସକାଶେ ମନ ବଳାଇବେ। ନିକଟ ସମ୍ପର୍କୀୟଙ୍କ ସାହାଯ୍ୟରୁ କାମ ହାସଲ କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟାଦି କେତେକାଂଶରେ ବାଧାପ୍ରାପ୍ତ ହେବ।
ବିଛା
ବିଛା
ଆଲୋଚନା ପରିସରରେ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ। ଆଜି ହିଁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । ଅଫିସିଆଲି କାମରେ କିମ୍ବା ସାମାଜିକ ସ୍ତରରେ ଅଥବା କୌଣସି ବିବାଦୀୟ ଘଟଣାରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।
ଧନୁ
ଧନୁ
ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ କ୍ଷେତ୍ରରେ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କାର୍ଯ୍ୟଦକ୍ଷତା କିମ୍ବା ବ୍ୟବସାୟିକ କ୍ଷେତ୍ର ମାଧ୍ୟମରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ପଡ଼ୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରେ ଲାଗିବ। ତଥାପି ବିଭିନ୍ନ ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହି ନ ପାରେ। ଆଶା କରି ନ ଥିବା ଖବର ଶୁଣି ଖୁସି ହୋଇପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ସହ ଭୁଲ୍‌ ବୁଝାମଣା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ।
କୁମ୍ଭ
କୁମ୍ଭ
ପୂର୍ବ କଳହକୁ କେନ୍ଦ୍ରକରି ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଅତି ଭଲ ସମ୍ପର୍କ ରହିଥିବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ
ପଦାଧିକାରୀଙ୍କ ଅନୁକମ୍ପାରୁ କାର୍ଯ୍ୟ ହାସଲ କରିବା ସହ ଅର୍ଥ ଓ ସମ୍ମାନ ପାଇବେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବାର ଆଶା ରହିଛି। ସରକାରୀ ସ୍ତରରେ ଅଟକି ରହିଥିବା କାମକୁ ସମ୍ପନ୍ନ କରିବା ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri