ଜନ୍ମବେଳେ ମୃତ ଘୋଷଣା କରିଥିଲେ ଡାକ୍ତର: କେବିସି ମଞ୍ଚରେ ଟଙ୍କା ସହ ହୃଦୟ ଜିତିଲେ ନୂପୁର

ମୁମ୍ବାଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ଜୀବନର ପ୍ରତିଟି ବାଧାବିଘ୍ନ। ଏଭଳି କିଛି ଦେଖିବାକୁ ମିଳିଛି ସୋନି ଚ୍ୟାନେଲରେ ପ୍ରସାରିତ ‘କୌନ୍‌ ବନେଗା କରୋଡପତି’ ମଞ୍ଚରେ। ଉତ୍ତରପ୍ରଦେଶର ଉନ୍ନାଓ ଜିଲାର ବିଘାପୁରରେ ଜନ୍ମିତ ଦିବ୍ୟାଙ୍ଗ ନୂପୁର ସିଂ କେବିସିରେ ଭାଗ ନେଇ ୧୨.୫ଲକ୍ଷ ଜିତିବାରେ ସକ୍ଷମ ହୋଇଛନ୍ତି। ଏପରିକି ତାଙ୍କ ଜୀବନକାହାଣୀ କୋଟି କୋଟି ହୃଦୟ ଜିଣିଛିି।

ନୂପୁର, ରାମ କୁମାର ସିଂ ଓ କଳ୍ପନା ସିଂହଙ୍କ ଝିଅ। ତାଙ୍କ ବାପା ଜଣେ କୃଷକ। ତେବେ ନୂପୁର ଜନ୍ମ ହେବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଜଣେ ସମ୍ପର୍କୀୟ ତାଙ୍କ ଦେହରେ ଜୀବନ ଥିବା ଅନୁଭବ କରି ତାଙ୍କୁ ଘରକୁ ନେଇଆସିଥିଲେ। ମାତ୍ର ଜନ୍ମର କିଛି ସମୟ ପୂର୍ବରୁ ଡାକ୍ତରଙ୍କ ଅସାବଧାନତା କାରଣରୁ ସେ ସବୁଦିନ ପାଇଁ ଦିବ୍ୟାଙ୍ଗ ପାଲଟି ଯାଇଥିଲେ।

ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀଭାବେ ସେ ସ୍କୁଲ, କଲେଜରେ ନାମ କମାଇଥିଲେ। ଏପରିକି ପ୍ରଥମ ଥରରେ ବିଏଡ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଏବେ ସେ ଏକ ପ୍ଲେ ଗ୍ରୁପ୍‌ ସହ ଜଡିତ ଥିବା ବେଳେ ଦଶମ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି।

କେବିସିରେ ଭାଗ ନେବା ଓ ଜିତିବା ନେଇ ନୂପୁରଙ୍କ ମା’ କଳ୍ପନା କୁହନ୍ତି,‘ ସେ ସବୁବେଳେ କେବିସି ଦେଖିବାକୁ ଭଲ ପାଉଥିଲା। ସବୁଥର ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଯାଉଥିଲା। ହେଲେ ସେ ଘରେ ବସି ପ୍ରଥମେ ତାର ଉତ୍ତର ସହଜରେ ଦେଇ ଦେଉଥିଲା। ଝିଅର ଏଭଳି ଆଗ୍ରହ ଦେଖି ଏ ବର୍ଷ ତାକୁ ଏହି ଶୋ’ରେ ଭାଗ ନେବାକୁ କହିଥିଲୁ। ଆମ କଥା ଅନୁସାରେ ସେ ସମ୍ମତି ଜଣାଇଥିଲା ଏବଂ ଚେଷ୍ଟା କରିଥିଲା। ଶେଷରେ ସେ ଏଥିପାଇଁ ଚୟନ ହୋଇଥିଲା। ଏବେ ସେ ୧୨.୫ଲକ୍ଷ ଜିତିବାରେ ସଫଳ ହୋଇଛି। ନିଜ ଜୀବନକୁ ନେଇ ନୂପୁର କେବେ ହେଲେ ଅନ୍ୟ କାହାକୁ ଦୋଷ ଦିଏ ନାହିଁ। ଯାହା ହୋଇଛି ତାହା ହେବାର ଥିଲା ବୋଲି ସେ ଦୃଢ଼ତାର ସହ କହିଥାଏ ବୋଲି ବ୍ୟକ୍ତ କରନ୍ତି କଳ୍ପନା।’


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri