‘ରାବାଡାଙ୍କୁ ଆଇପିଏଲରେ ଖେଳିବାରୁ ରୋକିବାକୁ ଉଦ୍ୟମ କରିଥିଲୁ’

ସାଉଥାମ୍ପ୍‌ଟନ,୨୪।୬: ପାକିସ୍ତାନଠାରୁ ୪୯ ରନ୍‌ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହାପରେ ଅଧିନାୟକ ଫାଫ୍‌ ଡୁପ୍ଲେସି ସ୍ପଷ୍ଟ କରିଛନ୍ତି ଯେ, ପେସର କାର୍ଗିସୋ ରାବାଡାଙ୍କୁ ଆଇପିଏଲରେ ଅଂଶଗ୍ରହଣ କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ରୋକିବାକୁ ଉଦ୍ୟମ କରିଥିଲା। ବିଶ୍ୱକପ୍‌ ଲାଗି ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍‌ ରଖିବା ପାଇଁ ଏଭଳି କରାଯାଇଥିଲା। ଏପରି କି ରାବାଡା ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିବା ପରେ ସିଜନ ମଧ୍ୟରେ ସ୍ବଦେଶ ଫେରିବାକୁ କୁହାଯାଇଥିଲା। ଯାହାଫଳରେ ତାଙ୍କୁ ଆବଶ୍ୟକ ପରିମାଣର ବିଶ୍ରାମ ମିଳିପାରିବ। କିନ୍ତୁ ୨୪ ବର୍ଷୀୟ ପେସର ଭାରତରେ ଏପ୍ରିଲ ଶେଷପର୍ଯ୍ୟନ୍ତ ଥିଲେ। ୧୨ ମ୍ୟାଚ୍‌ରୁ ୨୫ ଉଇକେଟ ନେଇଥିଲେ। ସେଠାରେ ତାଙ୍କ ପିଠିରେ ଆଘାତ ଲାଗିଥିଲା। ସେ ଫିଟ୍‌ନେସ ସମସ୍ୟା ନେଇ ବିଶ୍ୱକପ୍‌ ଭଳି ଟୁର୍ନାମେଣ୍ଟରେ ଖେଳିଥିଲେ। ଏହାକୁ କ୍ଷମା କରିହେବ ନାହିଁ।

Share