Categories: ରାଜ୍ୟ

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୧।୬: ରାଜ୍ୟ ସଭା ପାଇଁ ବିଜୁ ଜନତା ଦଳ(ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି, ବିଜେଡି ନେତା ତଥା ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଓ ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର । ସେହିପରି ଭାଜପା ପକ୍ଷରୁ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଥିଲା। ତାଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ପକ୍ଷରୁ ସମର୍ଥନ ଦିଆଯାଇଛି। ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଥିଲେ।