ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଓଡ଼ିଶାର ୩ ପ୍ରାର୍ଥୀ

ଭୁବନେଶ୍ୱର, ୨୪।୬: ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୩ ପ୍ରାର୍ଥୀ। ଅଚ୍ୟୁତ ସାମନ୍ତଙ୍କ ସ୍ଥାନରେ ଅମର ପଟ୍ଟନାୟକ, ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ୍‌ ପାତ୍ର ଏବଂ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱିନୀ ବୈଷ୍ଣବ ସୋମବାର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ରୁ ଅଧିକ ବିଜେଡି ଏବଂ ଭାଜପା ନେତା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନିର୍ବାଚନ ହେବାକୁ ଥିବା ୩ଟି ଆସନରେ ବିଜେଡି ନେତୃତ୍ୱ ନିଜ ଦଳର ପରାଜିତ ପ୍ରାର୍ଥୀଙ୍କୁ ପଠାଇବା ସପକ୍ଷରେ ନ ଥିଲେ। ଏହି କାରଣରୁ ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ରଙ୍କ ରାଜ୍ୟସଭାକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲା। ତା’ଛଡା ୧୯୯୪ ବ୍ୟାଚ ଓ କ୍ୟାଡର ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରିଥିଲା। ପ୍ରାର୍ଥୀ ହେବାର ଗୋଟିଏ ଦିନ ପରେ ଅଶ୍ୱିନୀ ଭାଜପାରେ ସାମିଲ ହୋଇଥିଲେ।