ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇବେ କଳ୍ପନା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଜୀବନ ହାରିଛନ୍ତି ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସ। ରାଜ୍ୟର ପ୍ରଥମ ମହିଳା ଭାବେ ୨୦୦୮ରେ ସଫଳତାର ସହ ଏଭେରେଷ୍ଟ ଆରୋହଣ କରିଥିବା କଳ୍ପନା ଏଭେରେଷ୍ଟର ବାଲ୍‌କୋନୀ ଏରିୟାରେ ଅସୁସ୍ଥ ହୋଇ ପ୍ରାଣ ହରାଇବା ସମଗ୍ର ରାଜ୍ୟ ଓ ଦେଶକୁ ସ୍ତବ୍ଧ କରିଛି। ଏଭଳିସ୍ଥଳେ କଳ୍ପନାଙ୍କ ସ୍ମୃତିକୁ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିଙ୍କ ପାଇଁ ସାଇତି ରଖିବାକୁ ଯୋଜନା କରିଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳ୍ପନା ଗତବର୍ଷ ତାଙ୍କ ସଫଳତାର ସନ୍ତକ ଭାବେ ଏଭେରେଷ୍ଟ ଆରୋହଣ ସମୟରେ ପିନ୍ଧିଥିବା ପୋଷାକ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ସଂସ୍କୃତି ବିଭାଗକୁ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସହ ଏକ ଅନୌପଚାରିକ ସାକ୍ଷାତ ଅବସରରେ ସେ ଉପରୋକ୍ତ ସାମଗ୍ରୀଗୁଡ଼ିକ ପ୍ରଦାନ କରିଥିଲେ। ଏହି ସାମଗ୍ରୀ ଏବେ ସଂଗୃହିତ ହୋଇ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛି। କଳ୍ପନାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତି ଭାବେ ଏହି ସାମଗ୍ରୀଗୁଡ଼ିକୁ ଏଣିକି ସଂଗ୍ରହାଳୟରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନ କରାଯିବ। ଏହାଦ୍ୱାରା ଓଡ଼ିଶାର ଗୌରବ କଳ୍ପନା ଦାସଙ୍କ ସ୍ମୃତିକୁ ଉଜ୍ଜୀବିତ ରଖାଯାଇପାରିବ ବୋଲି ସଂଗ୍ରହାଳୟ ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଛନ୍ତି। କଳ୍ପନା ‘ତିନି ମହିଳା ଅଭିଯାତ୍ରୀ’ ଦଳର ସଦସ୍ୟ ଭାବରେ ଦ୍ୱିତୀୟ ଥର ପାଇଁ ଏଭେରେଷ୍ଟ ଶୃଙ୍ଗ ଆରୋହଣ କରୁଥିଲେ। ପୂର୍ବରୁ ୨୦୦୮ ମେ ୨୧ରେ ସେ ଆମେରିକା, କାନାଡା ଓ ନେପାଳର ପର୍ବତାରୋହୀଙ୍କ ଦଳରେ ସାମିଲ ହୋଇ ବିଶ୍ୱର ଉଚ୍ଚତମ ପର୍ବତ ଶୃଙ୍ଗ ଆରୋହଣ କରିବାରେ ସଫଳ ହୋଇଥିଲେ। ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ଦୁଃସାହସିକ କ୍ରୀଡ଼ାରେ ଆଜୀବନ ରୁଚି ରଖିଥିଲେ। ଦୁଃସାହସିକ ଅଭିଯାନରେ ସେ ଭାରତ ସହ ନେପାଳ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ୟୁରୋପର ଅନେକ ପର୍ବତ ଶୃଙ୍ଗ ଆରୋହଣ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଦେଶର ସଫଳ ପର୍ବତାରୋହଣୀ ଭାବେ ସମଗ୍ର ରାଜ୍ୟର କ୍ରୀଡ଼ାବିତ୍‌ ଓ ଯୁବକମାନଙ୍କ ପାଇଁ ଏକ ମଡେଲ୍‌ ପାଲଟିଥିଲେ। ରାଜ୍ୟର ସମକାଳୀନ ଦୁଃସାହସିକ କ୍ରୀଡ଼ା ଇତିହାସରେ କଳ୍ପନା କିମ୍ବଦନ୍ତୀ ଭାବେ ସ୍ମରଣୀୟ ରହିବେ ପ୍ରମୁଖ ଶାସନ ସଚିବ ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ସବୁ ସ୍ଥାନରେ ଉପଜିଲାପାଳ ଭାବେ ହେଲେ ନିଯୁକ୍ତ

ଭୁବନେଶ୍ୱର, ୮।୯: ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ନିଯୁକ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। IAS ଅନିମେଶ ପ୍ରଧାନଙ୍କୁ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri