ରାଜ୍ୟ ରାଜନୀତିରେ ପରିବାରବାଦ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ଦେଶରେ ନିର୍ବାଚନ ଫଳାଫଳ ଘୋଷିତ ହୋଇସାରିଛି। ନୂଆ ସରକାର ପାଇଁ ଶାସକ ଅଣ୍ଟା ଭିଡୁଥିବା ବେଳେ ବିରୋଧୀ ପରାଜୟର କାରଣ ଖୋଜୁଛନ୍ତି। ରାଜ୍ୟସ୍ତରରୁ ଜାତୀୟସ୍ତର ଯାଏ ପାରିବାରିକ ରାଜନୀତିକୁ ନେଇ ଚର୍ଚ୍ଚା ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି। କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ଭାଜପା ପାରିବାରିକ ରାଜନୀତିକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନାମ୍‌ଦାର ବୋଲି ଅଭିହିତ କରିବା ଚର୍ଚ୍ଚାର କାରଣ ହୋଇଥିଲା। ଓଡ଼ିଶାରେ ମଧ୍ୟ ପାରିବାରିକ ରାଜନୀତିର ଦୃଷ୍ଟାନ୍ତ କମ୍‌ ନାହିଁ। ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତିର କେତେକ ଚର୍ଚ୍ଚିତ ପରିବାର ସଦସ୍ୟଙ୍କୁ ଦେଖିବାକୁ ମିଳିଥିଲା। ସେଥିରୁ କେତେକ ସଫଳ ହୋଇଥିବା ବେଳେ ଅନ୍ୟ କେତେଜଣ ବିଫଳ ହୋଇଛନ୍ତି। ରାଜ୍ୟ ରାଜନୀତିରେ ପରିବାରବାଦ୍‌ରେ ଅନେକ ଉଦାହରଣ ରହିଛି। କଂଗ୍ରେସ ରାଜନୀତିର ପଟ୍ଟନାୟକ ଏବଂ ଅଣକଂଗ୍ରେସ ରାଜନୀତିର ସିଂଦେଓ ପରିବାର ସଦସ୍ୟ ପ୍ରତିଥର ନିର୍ବାଚନ ଲଢ଼ିବାର ନଜିର ରହିଛି। ଚଳିତଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଜିଲା ଘସିପୁରା ଏବଂ ଭଦ୍ରକ ଜିଲା ଭଣ୍ଡାରିପୋଖରୀରୁ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ତାଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାଲେଶ୍ୱରରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ହେଲେ ପୂର୍ବରୁ ଏକାଧିକ ଥର ଭୋଟ ରାଜନୀତିରେ ଫେଲ୍‌ ମାରିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ଟିକେଟ୍‌ ହାତେଇ ଚଳିତଥର ଖଣ୍ଡପଡା ବିଧାୟକ ହୋଇପାରିଛନ୍ତି। ବଲାଙ୍ଗୀର ରାଜପରିବାରରୁ ଲଗାତର ଏମ୍‌ପି ହୋଇଆସୁଥିବା କଳିକେଶ ସିଂଦେଓ ଭାଉଜ ସଙ୍ଗୀତାଙ୍କଠାରୁ ପରାସ୍ତ ହୋଇଛନ୍ତି। ଅପରପକ୍ଷରେ ୧୯୯୫ରୁ ପାଟଣାଗଡ଼ ବିଧାୟକ ଥିବା କେ.ଭି. ସିଂଦେଓ ସ୍ଥାନୀୟ ବିଜେଡି ନେତା ସରୋଜ ମେହେରଙ୍କଠାରୁ ପରାସ୍ତ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ଚଳିତଥର ନିର୍ବାଚନ ଲଢ଼ି ନ ଥିଲେ। ସେ ବଡ଼ପୁଅ କଳିକେଶ ଏବଂ ସାନପୁଅ ଅର୍କେଶ ସିଂଦେଓଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ ପ୍ରଥମଥର ପାଇଁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅର୍କେଶ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କଠାରୁ ପରାସ୍ତ ହୋଇଛନ୍ତି। ବଲାଙ୍ଗୀର ରାଜନୀତିରେ ରାଜପରିବାର ଭଳି ମିଶ୍ର ପରିବାରର ମଧ୍ୟ ପ୍ରାଧାନ୍ୟ ରହିଛି। ନରସିଂହ ଲଗାତର ଦ୍ୱିତୀୟଥର ଲାଗି ବଲାଙ୍ଗୀର ବିଧାନସଭାରୁ ବିଜୟୀ ହୋଇଛନ୍ତି। ହେଲେ ପ୍ରଥମଥର ପାଇଁ ଲୋକ ସଭା ଲଢୁଥିବା ତାଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି।
ସେହିପରି କଳାହାଣ୍ଡି ଲୋକ ସଭାରେ କଂଗ୍ରେସ ପକ୍ଷରୁ ଭକ୍ତଚରଣ ଦାସ ଏବଂ ତାଙ୍କ ପୁତ୍ର ଭବାନୀପାଟଣା ଆସନରୁ ଲଢ଼ି ପରାସ୍ତ ହୋଇଛନ୍ତି। କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜେଡି ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ଆସନରେ ଲଢ଼ି ପରାସ୍ତ ହୋଇଛନ୍ତି। ତାଙ୍କ ଭଉଣୀ ଅମିତା ବିଶ୍ୱାଳ କଂଗ୍ରେସ ଟିକେଟରେ ସୁନ୍ଦରଗଡ ବିଧାନସଭା ଲଢି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ଲଢୁଥିବା ଜର୍ଜ ତିର୍କୀ ଏବଂ ବୀରମିତ୍ରପୁର ବିଧାନସଭା ଲଢୁଥିବା ତାଙ୍କ ପୁଅ ଯୋଶେଫ୍‌ ତିର୍କୀ ମଧ୍ୟ ପରାସ୍ତ ହୋଇଛନ୍ତି। ପିସିସି ଉପସଭାପତି ଅନନ୍ତ ସେଠୀ ସିମୁଳିଆରୁ, ତାଙ୍କ ଝିଅ ମଧୁସ୍ମିତା ସେଠୀ ଭଦ୍ରକ ଲୋକ ସଭାରୁ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ବରିଷ୍ଠ ନେତା ଦାମୋଦର ରାଉତ ଭାଜପା ଟିକେଟରେ ଏରସମା-ବାଲିକୁଦାରୁ ଲଢି ପରାସ୍ତ ହୋଇଛନ୍ତି। କିନ୍ତୁ ଦାମଙ୍କ ପୁତ୍ର ସମ୍ବିତ୍‌ ରାଉତରାୟ ପାରାଦୀପରେ କଂଗ୍ରେସ ହେଭିୱେଟ୍‌ ବାପି ସର୍ଖେଲଙ୍କୁ ପରାସ୍ତ କରିପାରିଛନ୍ତି। ବିଜେଡି ଟିକେଟ୍‌ରେ ନବରଙ୍ଗପୁର ଲୋକ ସଭା ଲଢୁଥିବା ରମେଶ ମାଝି, ଝରିଗାଁ ବିଧାନସଭାରୁ ଲଢୁଥିବା ତାଙ୍କ ଭାଇ ପ୍ରକାଶ ମାଝି ଜିତିଛନ୍ତି। ସେହିଭଳି ଡାବୁଗାଁରୁ ମନୋହର ରନ୍ଧାରୀ ଏବଂ କୋଟପାଡ଼ରୁ ତାଙ୍କ ଭଉଣୀ ପଦ୍ମିନୀ ଡିଆନ୍‌ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଚର୍ଚ୍ଚିତ ବରଗଡ଼ ଲୋକ ସଭା ଆସନରୁ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀ ପରାସ୍ତ ହୋଇଛନ୍ତି। ହେଲେ ତାଙ୍କ ପୁତୁରା ତଥା ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପୁତ୍ର ଦେବେଶ ଆଚାର୍ଯ୍ୟ ବରଗଡ଼ ବିଧାନସଭାରୁ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?