Categories: ଖେଳ

ରାଜ୍ୟ ର଼୍ୟାପିଡ୍‌ ଚେସ୍‌: ଅଂଶୁମାନ ଚାମ୍ପିୟନ

ଭୁବନେଶ୍ୱର, ୩।୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାଜ୍ୟ ର଼୍ୟାପିଡ୍‌ ଚେସ୍‌ ରବିବାର ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୪ ପ୍ରତିଯୋଗୀ ୬ ପଏଣ୍ଟ ଲେଖାଏ ହାସଲ କରି ଖେଳ ଶେଷ କରିଥିଲେ। ତେବେ ବୁକୋଲ୍‌ଜରେ କଟକର ଅଂଶୁମାନ ସାମଲ ଚାମ୍ପିୟନ ହୋଇଛନ୍ତି। ରାଜେନ୍ଦ୍ର କୁମାର ସାହୁ, ମାନସ ରଞ୍ଜନ ପରିଡ଼ା ଓ ହର୍ଷିତ ରଞ୍ଜନ ସାହୁ ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଭବ ମିଶ୍ର, ସ୍ପପ୍ନିଳ ପ୍ରିୟଦର୍ଶୀ, ବାସ୍ତବ ବ୍ରଜେଶ ଭୋଇ, ଲରେନ୍ସ ପ୍ରଧାନ, ସୌମ୍ୟରଞ୍ଜନ ସାହୁ, ସୌମ୍ୟରଞ୍ଜନ ମିଶ୍ର, ରାଜେଶ ନାୟକ, ଅମିତ ମହାନ୍ତି, ହୃଦାନନ୍ଦ ସାମନ୍ତରାୟ, ଆଲ୍‌ଡ୍ରିନ ବି.ଇ. ଓ ରବୀନ୍ଦ୍ର କୁମାର ଓଝା ଟପ୍‌-୧୫ ଫିନିଶ୍‌ କରିଛନ୍ତି। ଏହା ବ୍ୟତୀତ ୮, ୧୦, ୧୨ ବର୍ଷରୁ କମ୍‌, ବାଳିକା ର୍ଗରେ ଶ୍ରେଷ୍ଠ ୩ ଜଣ ଲେଖାଏ ପ୍ରତିଯୋଗୀଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି। ୨ ଜଣ ସାନ୍ତ୍ୱନା ମୂଳକ ପୁରସ୍କାର ପାଇଥିବାବେଳେ କବିତା ଦାସ ଶ୍ରେଷ୍ଠ ମହିଳା ଓ ଭୀମସେନ ପ୍ରଧାନ ଶ୍ରେଷ୍ଠ ଭେଟେରାନ ଖେଳାଳି ପୁରସ୍କାର ପାଇଛନ୍ତି। ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ୍‌ର ଅବସରପ୍ରାପ୍ତ ମୁଖ୍ୟ ପରିଚାଳକ ମନମୋହନ ଖିଲାର ମୁଖ୍ୟ ଅତିଥି, ସାଇ ବୀଣାପାଣୀ ଜ୍ଞାନ ମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଉପସଭାପତି ବଂଶୀଧର ଭୋଇ ଓ ସମ୍ପାଦକ ଦେବାଶିଷ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share