Posted inରାଜ୍ୟ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍‌: ୩୧ ତାରିଖ ମଧ୍ୟରେ ଚଳଚ୍ଚିତ୍ର, ଟେଲି ଧାରାବାହିକ ଲାଗି ଆବେଦନ

ଭୁବନେଶ୍ୱର,୩ା୭(ବ୍ୟୁରୋ): ୨୦୧୮ ରାଜ୍ୟ ଚଳଚ୍ଚିତ୍ର ଜଗତ ପାଇଁ ଥିଲା ନବାଗତମାନଙ୍କର ବର୍ଷ। ଏହିବର୍ଷ ରିଲିଜ ହୋଇଥିବା ପ୍ରାୟ ୩୦ଟି ଫିଲ୍ମ ମଧ୍ୟରୁ ଅଧିକାଂଶରେ ନବାଗତ ନାୟିକା, ନାୟକଙ୍କୁ ଦେଖିବାକୁ ମିଳିଥିଲା। ଆଗଧାଡିର ଅଭିନେତ୍ରୀ, ଅଭିନେତା ଓ ପରିଚିତ କଳାକାରଙ୍କ ପାଇଁ ମଧ୍ୟ ୨୦୧୮ ଅଳ୍ପବହୁତେ ସଫଳତା ଆଣିଥିଲା। ନକଲର ଧାରା ଜାରି ରହିଥିଲେ ବି କିଛି ମୌଳିକଧର୍ମୀ ଓ କମେଡି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା। ସେହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ ଶ୍ରେଷ୍ଠତ୍ବ ଚୟନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଗୁଣବତ୍ତା ସମ୍ପନ୍ନ ଓଡିଆ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ପ୍ରସାରିତ ଧାରାବାହିକ ତଥା ଟେଲି ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୮ରେ ୨୭ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୨୦ଟି ବିଭାଗରେ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୩୧ ତାରିଖ ମଧ୍ୟରେ ସେମାନଙ୍କ ଦ୍ବାରା ନିର୍ମିତ ଚଳଚ୍ଚିତ୍ରଗୁଡିକୁ ପୁରସ୍କାର ଲାଗି ପଠାଇପାରିବେ। ସେହିପରି ୭ମ ଥର ଲାଗି ୨୦୧୮ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ପରି ଟେଲି ଧାରାବାହିକ ପାଇଁ ମଧ୍ୟ ୩୧ ତାରିଖ ଭିତରେ ଆବେଦନ କରିବାକୁ କୁହାଯାଇଛି।
ଗୁଣାତ୍ମକ ତଥା ମୌଳିକଧର୍ମୀ ଚଳଚ୍ଚିତ୍ରକୁ ଦୃଷ୍ଟିରେ ରଖି ଏଥର ପୁରସ୍କାର ଚୟନ ଲାଗି କେତେକ ନିୟମ କରାଯାଇଛି। ଚଳଚ୍ଚିତ୍ର ଏବଂ ଟେଲି ପୁରସ୍କାର ଲାଗି ଆଗ୍ରହୀ ପ୍ରଯୋଜକମାନେ ସେମାନଙ୍କ ଚଳଚ୍ଚିତ୍ର ଏବଂ ଟେଲି ଧାରାବାହିକଗୁଡିକୁ ଡିଭିଡି ଫର୍ମାଟ ଏବଂ ପେନ୍‌ଡ୍ରାଇଭ୍‌ରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟଳୟରେ ଦାଖଲ କରିପାରିବେ। ଦାଖଲ କରାଯାଉଥିବା ଡିଭିଡିଗୁଡିକର ୧୦ଟି କପି ସହ ସମସ୍ତ ଗୀତର ଗୀତିକାର ତଥା ଗାୟକଙ୍କର ସମ୍ପୂର୍ଣ୍ଣ ବିବରଣୀ, କଳାକାର ଏବଂ ଟେକ୍ନିସିଆନ୍‌ଙ୍କ ନାମ, ଠିକଣା ଦାଖଲ କରିବାକୁ କୁହାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ଡିଭିଡି ପାଇଁ ସେନ୍‌ସର୍‌ ସାର୍ଟିଫିକେଟ୍‌ର ଆଟେଷ୍ଟେଡ୍‌ କପି ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ପୁରସ୍କାର ଚୟନ ଲାଗି ଚଳିତବର୍ଷ ୭ଟି ସର୍ତ୍ତାବଳୀ ରଖାଯାଇଛି। ଆବେଦନ କରିବାକୁ ଥିବା ଚଳଚ୍ଚିତ୍ର ଓ ଟେଲି ଚଳଚ୍ଚିତ୍ରଗୁଡିକ ୨୦୧୮ ମଧ୍ୟରେ ନିର୍ମିତ ହେବାସହ ଟେଲି ଧାରାବାହିକଗୁଡିକ ୨୦୧୮ ମଧ୍ୟରେ ପ୍ରସାରିତ ହୋଇଥିବା ବାଞ୍ଛନୀୟ ବୋଲି କୁହାଯାଇଛି। ଏଥିପାଇଁ ଯେଉଁ ଚ୍ୟାନେଲରେ ଧାରାବାହିକ ପ୍ରସାରିତ ହୋଇଥିବ ସମ୍ପୃକ୍ତ ଚ୍ୟାନେଲଗୁଡିକଠାରୁ ସେଗୁଡିକର ପ୍ରସାରଣ ପ୍ରମାଣପତ୍ର ଆବେଦନ ସହ ସଂଯୋଗ କରିବା ବାଧ୍ୟତାମୂଳକ। କେବଳ ଓଡିଆ ଭାଷା ଓ ଓଡିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ପୁରସ୍କାର ପାଇଁ ଆବେଦନ କରିପାରିବେ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ଦ୍ବାରା ପ୍ରାଧିକୃତ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସର୍ତ୍ତାବଳୀ ବହିର୍ଭୂତ କିମ୍ବା ପ୍ରମାଣପତ୍ର ସହ ନିର୍ଦ୍ଧାରିତ ସମୟରେ ଦାଖଲ କରାଯାଇ ନଥିବା ଡିଭିଡିଗୁଡିକୁ ଚୟନ କମିଟି ବିଚାରକୁ ନେବନାହିଁ।
ଟେଲି ଧାରାବାହିକ ଏପିସୋଡ୍‌ଗୁଡିକ ମଧ୍ୟରୁ ଯେକୌଣସି ସମ୍ପୂର୍ଣ୍ଣ ୨୫ ମିନିଟ୍‌ ଏପିସୋଡ୍‌ର ଏକ ଡିଭିଡି ଦାଖଲ କରିବାକୁ କୁହାଯାଇଛି। ମନୋନୟନ ପ୍ରକ୍ରିୟା ସହ ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ଖଳନାୟିକା, ଶିଶୁ କଳାକାରଙ୍କ ଅଭିନୟର ଅଂଶ ସମ୍ବନ୍ଧିତ ଡିଭିଡି ଦରଖାସ୍ତ ସହ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?