Categories: ଖେଳ

ରାଜ୍ୟ ଓପନ ଜୁଡୋ ଚାମ୍ପିୟନଶିପ୍‌ :ଭୁବନେଶ୍ୱର, କିସ୍‌ ଚାମ୍ପିୟନ

ଭୁବନେଶ୍ୱର, ୩।୯(କ୍ରୀଡ଼ା ପ୍ରତିନିଧି)-
ରାଜ୍ୟ ଓପନ ଜୁଡୋ (ସବ୍‌ଜୁନିୟର, କ୍ୟାଡେଟ, ଜୁନିୟର, ସିନିୟର) ଚାମ୍ପିୟନଶିପ୍‌ ଓ ଚୟନ ଟ୍ରାଏଲ ପାରାଦୀପର ମ୍ୟୁନିସପାଲ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୩୧ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା। ଉଭୟ ଜୁନିୟର ଓ ସିନିୟର କାଟେଗୋରିରେ ଭୁବନେଶ୍ୱର (ଖୋର୍ଦ୍ଧା) ଏବଂ ସବ୍‌ଜୁନିୟର ଓ କ୍ୟାଡେଟ କାଟେଗୋରିରେ କିସ୍‌ ଚାମ୍ପିୟନ ହୋଇଛି। ଏହି ପ୍ରତିଯୋଗିତାରେ କିସ୍‌ ଓ ଓଡ଼ିଶା ପୋଲିସକୁ ମିଶାଇ ୨୨ ଜିଲା/ୟୁନିଟରୁ ୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଓ ଅଫିସିଆଲ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏଶନ(ଓଏସଜିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଗୀତାଞ୍ଜଳି ପଣ୍ଡା, ଟେକ୍ନିକାଲ ସମ୍ପାଦକ କନ୍ଦନ ମୁର୍ମୁ ଓ ଜଗତସିଂହପୁର ଜୁଡୋ ଆସୋସିଏଶନ ସମ୍ପାଦକ ଲୋପାମୁଦ୍ରା ପତି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ବାଳିକା ବିଭାଗରେ ମାଲକାନଗିରିର ଲକ୍ଷ୍ମୀ ସୋଦି ଏବଂ ବାଳକ ବିଭାଗରେ ଭୁବନେଶ୍ୱରର ରାଜେଶ କୁମାର ସାହୁ ଓ ରାଜେଶ ନାୟକ ଶ୍ରେଷ୍ଠ ଜୁଡୋକା ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଏମ୍‌ପି ବିଭୂ ପ୍ରସାଦ ତରାଇ ମୁଖ୍ୟ ଅତିଥି, ପାରାଦୀପ ଫସପେଟ ଲିମିଟେଡ(ପିପିଏଲ) ଏଚ୍‌ଆର ଜଗନ୍ନାଥ ଖୁଣ୍ଟିଆ, ପାରାଦୀପ ପୋର୍ଟ ପିଆରଓ ପ୍ରକାଶ ମିଶ୍ର, ପିପିଏଲ ଲେଡିଜ୍‌ କ୍ଲବ ସଭାପତି ଜ୍ୟୋତି ଖୁଣ୍ଟିଆ, ଗୋପବନ୍ଧୁ ଷ୍ଟାଡିୟମର ଭଲିବଲ କୋଚ୍‌ ସଞ୍ଜୟ କୁମାର ଦାସ ଓ କ୍ରିକେଟ କୋଚ୍‌ ରବି ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।

Share