ରାଜ୍ୟରେ ଖାଲି ପଡ଼ିଛି ୬୦% ଇଞ୍ଜିନିୟରିଂ ସିଟ୍‌

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜ୍ୟରେ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ଇଞ୍ଜିନିୟରିଂ କଲେଜ। ଦିନକୁ ଦିନ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ଆଗ୍ରହ କମୁଛି। ଫଳରେ ରାଜ୍ୟରେ ୬୦%ରୁ ଅଧିକ ଇଞ୍ଜିିନିୟରିଂ ସିଟ୍‌ ଖାଲି ପଡ଼ିଛି। ୨୦୧୯-୨୦ ଶିକ୍ଷାବର୍ଷରେ ମାତ୍ର ୧୧,୭୪୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଚଳିତବର୍ଷ ମୋଟ ୩୧,୧୭୪ ସିଟ୍‌ରୁ ୧୯,୪୨୯ଟି ଖାଲି ପଡ଼ିଛି। ଇଞ୍ଜିନିୟରିଂ ପଢ଼ା ସରିବା ପରେ ଛାତ୍ରୀଛାତ୍ର ଚାକିରି ନ ପାଇ ବେକାର ରହୁଛନ୍ତି। ଏପରି କି ରାଜ୍ୟରେ ଥିବା ଘରୋଇ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଦେବା ପାଇଁ ସ୍ବତନ୍ତ୍ର ଭାବେ ପଦକ୍ଷେପ ନିଆଯାଉ ନ ଥିବାରୁ ଇଞ୍ଜିନିୟରିଂ ଶିକ୍ଷାଠାରୁ ପିଲାମାନେ ଦୂରେଇ ଯାଉଛନ୍ତି। ଶନିବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ପ୍ରଦାନ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୯୩ ଇଞ୍ଜିନିୟରିଂ କଲେଜ ଓ ୧୬୩ ଡିପ୍ଲୋମା କଲେଜ ରହିଛି। ଇତିମଧ୍ୟରେ ୩ ଇଞ୍ଜିନିୟରିଂ କଲେଜ ବନ୍ଦ କରିବାକୁ ଅନୁମତି ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତମ ପ୍ରଦର୍ଶନ କରୁ ନ ଥିବା ତଥା ରୁଗ୍‌ଣ ଅନୁଷ୍ଠାନକୁ ସରକାର କୌଣସି ସାହାଯ୍ୟ କରିବେ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

ସ୍କୁଟିରେ ଚାଲାଣ ହେଉଥିଲା ବ୍ରାଉନସୁଗାର, ମାଡ଼ି ବସିଲା ପୋଲିସ

ଧାମନଗର,୨୭ା୫(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବା ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଲଗାମ ଲଗାଇବାକୁ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri