ରାଜସ୍ବ ବଢ଼ିଲେ ୧୨,୧୮% ସ୍ଲାବ୍‌ ମିଶିଯିବ: ଜେଟ୍‌ଲୀ

ନୂଆଦିଲ୍ଲୀ,୧-୭: ଜିଏସ୍‌ଟି ପ୍ରଚଳନର ମୁଖ୍ୟ ସୂତ୍ରଧର ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଜିଏସ୍‌ଟି ଆଇନ ଲାଗୁ ହେବାର ୨ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ଯେ, ରାଜସ୍ବ ଆଦାୟ ବଢ଼ିଲେ ୧୨ ଓ ୧୮ ପ୍ରତିଶତ ସ୍ଲାବ୍‌କୁ ମିଶାଇ ଦିଆଯିବ। ଏଭଳି ଭାବେ ଦେଶରେ ଜିଏସ୍‌ଟିକୁ ଦ୍ୱିସ୍ତରୀୟ କରାଯିବ। ତାଙ୍କ ମତରେ ଲକ୍‌ଜରୀ ଓ ହାନିକାରକ ସାମଗ୍ରୀକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ସାମଗ୍ରୀ ୨୮% ସ୍ଲାବ୍‌ରୁ ବାଦ୍‌ ପଡିଛନ୍ତି। ନିଜର ଫେସ୍‌ବୁକ୍‌ ପେଜ୍‌ରେ ଜେଟ୍‌ଲୀ ସୋମବାର ଲେଖିଛନ୍ତି ଯେ, ୨୦ ରାଜ୍ୟର ରାଜସ୍ବ ପୂର୍ବାପେକ୍ଷା ୧୪% ବଢ଼ିଛି। ଜିଏସ୍‌ଟି ଲାଗୁ ହେବା ପରେ କ୍ଷତିପୂରଣ ବାବଦରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ କ୍ଷତିପୂରଣ ଦେବାକୁ ପଡିବ ନାହିଁ। ଅଧିକାଂଶ ସାମଗ୍ରୀକୁ ଏବେ ୫,୧୨ ଓ ୧୮ ପ୍ରତିଶତ ସ୍ଲାବ୍‌ରେ ଅଣାଯାଇସାରିଛି। ଜିଏସ୍‌ଟି କାଉନସିଲ୍‌ ଗତ ୨ ବର୍ଷରେ ଅନେକଥର ଟିକସ ହାର ହ୍ରାସ କରିଛନ୍ତି। ଫଳରେ ସରକାରଙ୍କୁ ୯୦ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ହରାଇବାକୁ ପଡିଛି। ‘ଏକ ରାଷ୍ଟ୍ର, ଏକ ଟିକସ’ ବ୍ୟବସ୍ଥା ଉପରେ ଜେଟ୍‌ଲୀ ନିଜର ମତ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତ ଭଳି ଦେଶରେ ବହୁ ସଂଖ୍ୟାରେ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ବେଳେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଟିକସ ବ୍ୟବସ୍ଥା ଲାଗୁ କରିବା ନ୍ୟାୟସଙ୍ଗତ ନୁହେଁ। ଚପଲ ଓ ମର୍ସିଡିଜ କାର୍‌ ଉପରେ ଏକପ୍ରକାର ଟିକସ ଆଦାୟ କରାଯାଇପାରିବ ନାହିଁ। ଜିଏସ୍‌ଟି କାରଣରୁ ଆଜି ଟୋଲଗେଟ୍‌ରେ ଟ୍ରକ୍‌ମାନଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ଯୁବବର୍ଗଙ୍କୁ ନୂଆବର୍ଷର ଉପହାର ଦେଲେ ସରକାର: ମିଳିବ ୧୫ ହଜାର ଟଙ୍କା, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୩୦।୧୨: ନୂଆବର୍ଷ ପୂର୍ବରୁ ସରକାର ଯୁବପିଢ଼ିଙ୍କୁ ଏକ ନୂତନ ବର୍ଷର ଉପହାର ଦେଇଛନ୍ତି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ X ରେ ଟୁଇଟ୍‌ କରିଛି, ଯେଉଁଥିରେ...

କ୍ଷମା ମାଗିଲେ ଲଲିତ ମୋଦି

ନୂଆଦିଲ୍ଲୀ,୩୦ା୧୨ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri