ରାଜସ୍ବ ବଢ଼ିଲେ ୧୨,୧୮% ସ୍ଲାବ୍‌ ମିଶିଯିବ: ଜେଟ୍‌ଲୀ

ନୂଆଦିଲ୍ଲୀ,୧-୭: ଜିଏସ୍‌ଟି ପ୍ରଚଳନର ମୁଖ୍ୟ ସୂତ୍ରଧର ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଜିଏସ୍‌ଟି ଆଇନ ଲାଗୁ ହେବାର ୨ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ଯେ, ରାଜସ୍ବ ଆଦାୟ ବଢ଼ିଲେ ୧୨ ଓ ୧୮ ପ୍ରତିଶତ ସ୍ଲାବ୍‌କୁ ମିଶାଇ ଦିଆଯିବ। ଏଭଳି ଭାବେ ଦେଶରେ ଜିଏସ୍‌ଟିକୁ ଦ୍ୱିସ୍ତରୀୟ କରାଯିବ। ତାଙ୍କ ମତରେ ଲକ୍‌ଜରୀ ଓ ହାନିକାରକ ସାମଗ୍ରୀକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ସାମଗ୍ରୀ ୨୮% ସ୍ଲାବ୍‌ରୁ ବାଦ୍‌ ପଡିଛନ୍ତି। ନିଜର ଫେସ୍‌ବୁକ୍‌ ପେଜ୍‌ରେ ଜେଟ୍‌ଲୀ ସୋମବାର ଲେଖିଛନ୍ତି ଯେ, ୨୦ ରାଜ୍ୟର ରାଜସ୍ବ ପୂର୍ବାପେକ୍ଷା ୧୪% ବଢ଼ିଛି। ଜିଏସ୍‌ଟି ଲାଗୁ ହେବା ପରେ କ୍ଷତିପୂରଣ ବାବଦରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ କ୍ଷତିପୂରଣ ଦେବାକୁ ପଡିବ ନାହିଁ। ଅଧିକାଂଶ ସାମଗ୍ରୀକୁ ଏବେ ୫,୧୨ ଓ ୧୮ ପ୍ରତିଶତ ସ୍ଲାବ୍‌ରେ ଅଣାଯାଇସାରିଛି। ଜିଏସ୍‌ଟି କାଉନସିଲ୍‌ ଗତ ୨ ବର୍ଷରେ ଅନେକଥର ଟିକସ ହାର ହ୍ରାସ କରିଛନ୍ତି। ଫଳରେ ସରକାରଙ୍କୁ ୯୦ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ବ ହରାଇବାକୁ ପଡିଛି। ‘ଏକ ରାଷ୍ଟ୍ର, ଏକ ଟିକସ’ ବ୍ୟବସ୍ଥା ଉପରେ ଜେଟ୍‌ଲୀ ନିଜର ମତ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତ ଭଳି ଦେଶରେ ବହୁ ସଂଖ୍ୟାରେ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଥିବା ବେଳେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଟିକସ ବ୍ୟବସ୍ଥା ଲାଗୁ କରିବା ନ୍ୟାୟସଙ୍ଗତ ନୁହେଁ। ଚପଲ ଓ ମର୍ସିଡିଜ କାର୍‌ ଉପରେ ଏକପ୍ରକାର ଟିକସ ଆଦାୟ କରାଯାଇପାରିବ ନାହିଁ। ଜିଏସ୍‌ଟି କାରଣରୁ ଆଜି ଟୋଲଗେଟ୍‌ରେ ଟ୍ରକ୍‌ମାନଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri