ନୂଆଦିଲ୍ଲୀ,୫।୮: କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ କକରୋଚ ଜନତା ପାର୍ଟିର ପଦାଧିକାରୀମାନଙ୍କ ବୈଠକ ଆରମ୍ଭ ହେବାକୁ ଯାଉଛି।
ଏହା ପୂର୍ବରୁ ଅଭିଜିତ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରବେଶ କରିବାର କୌଣସି ଯୋଜନା ନାହିଁ। ତେବେ ସେ ଏହାର ସମ୍ଭାବନାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଖାରଜ କରିନାହାନ୍ତି।
ଅଭିଜିତ କହିଛନ୍ତି, ଆମେ ଯୁବପିଢ଼ି (Gen Z)ଙ୍କ ମତାମତ ଜାଣିବାକୁ ଚାହୁଁଛୁ ଯେ, ସେମାନେ କେଉଁ କେଉଁ ପ୍ରସଙ୍ଗ ଉପରେ ଆମେ ଧ୍ୟାନ ଦେବାକୁ ଚାହାନ୍ତି। ସେ ଆହୁରି କହିଛନ୍ତି ଯେ, ସମର୍ଥକମାନେ ବୁଧବାରଠାରୁ ଦୁଇ ଦିନ ପର୍ଯ୍ୟନ୍ତ ବୈଠକ କରି ଆଗାମୀ ପଦକ୍ଷେପ ନିର୍ଦ୍ଧାରଣ କରିବେ।
Odisha’s No.1 Odia Daily

