ରାଜଧାନୀରେ ଆଜିଠାରୁ ଖୋଲିଲା ପାର୍କ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜଧାନୀରେ ରବିବାରଠାରୁ ପରୀକ୍ଷାମୂଳକ ଭାବେ କିଛି ପ୍ରମୁଖ ପାର୍କ ଖୋଲିଛି। ଦୀର୍ଘ ୬୪ ଦିନ ପରେ ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କକୁ ଆଜିଠାରୁ ଖୋଲାଯାଇଛି। ଏଗୁଡ଼ିକ ସକାଳ ୭ଟାରୁ ଦିନ ୧୦ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ତେବେ ପାର୍କରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଛେପ ପକାଇବା ଏବଂ ବ୍ୟାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ସୂଚନା ମିଳିଛି।