Posted inଖେଳ

ରାଓ୍ବଲପିଣ୍ଡି ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ରାଓ୍ବଲପିଣ୍ଡି, ୧୦।୨ (ଏଏଫ୍‌ପି)- ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଇନିଂସ ଓ ୪୪ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏଥିସହ ୨ ମ୍ୟାଚ୍‌ବିଶିଷ୍ଟ ସିରିଜରେ ପାକିସ୍ତାନ ୧-୦ରେ ଅଗ୍ରଣୀ ଲାଭ କରିଛି।
ପ୍ରଥମ ଇନିଂସ ସ୍କୋର ୨୩୩ ରନ ଜବାବରେ ପାକିସ୍ତାନ ପ୍ରଥମ ଇନିଂସରେ ୪୪୫ ରନର ବୃହତ୍‌ ସ୍କୋର କରିଥିଲା। ଦଳ ପକ୍ଷରୁ ଓପନର୍‌ ଶାନ୍‌ ମାସୁଦ୍‌ (୧୦୦) ଓ ବାବର ଆଜମ (୧୪୩) ଶତକୀୟ ଇନିଂସ ଖେଳିଥିଲେ। ୨୧୨ ରନ୍‌ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ଭ୍ରମଣକାରୀ ବାଂଲାଦେଶ ରବିବାର ୩ୟ ଦିବସ ଶେଷ ସୁଦ୍ଧା ୬ ଉଇକେଟ୍‌ ହରାଇ ୧୨୬ ରନ କରିଥିଲା। ସୋମବାର ୪ର୍ଥ ଦିବସରେ ବାଂଲାଦେଶ ଏହାର ଅସମାପ୍ତ ୨ୟ ଇନିଂସ ସ୍କୋରରେ ଆଉ ୪୨ ରନ ଯୋଡ଼ି ୧୬୮ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଦଳ ପକ୍ଷରୁ ଲିଟନ ଦାସ ୨୯, ଅଧିନାୟକ ମୋମିନୁଲ ହକ୍‌ ୪୧, ତାମିମ ଇକ୍‌ବାଲ ୩୪ ରନ କରିଥିଲେ। ଫଳରେ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ଟେଷ୍ଟ ମ୍ୟାଚ୍‌କୁ ଜିତିନେଇଛି। ସର୍ବକନିଷ୍ଠ ଖେଳାଳି ଭାବେ ଟେଷ୍ଟରେ ହ୍ୟାଟ୍ରିକ ଅର୍ଜନ କରିଥିବା ବିଜୟୀ ଦଳର ନସିମ ଶାହ (୧୬ ବର୍ଷ ୩୫୯ ଦିନ)୨ୟ ଇନିଂସରେ ମୋଟ୍‌ ୪ ଉଇକେଟ୍‌ ନେଇଛନ୍ତି। ଗତ ୧୧ ଟେଷ୍ଟରୁ ବାଂଲାଦେଶର ଏହା ୧୦ମ ପରାଜୟ। ଅନ୍ୟ ଗୋଟିଏ ମ୍ୟାଚ୍‌ ଡ୍ର’ରେ ଶେଷ ହୋଇଥିଲା। ବିଜୟ ସହ ପାକିସ୍ତାନ ମ୍ୟାଚ୍‌ରୁ ୬୦ ପଏଣ୍ଟ ଅର୍ଜନ କରି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲର ୪ର୍ଥ ସ୍ଥାନକୁ ଉଠିଛି। ୯ ଦଳୀୟ ଏହି ପଏଣ୍ଟ ଟେବୁଲ୍‌ରେ ଭାରତ (୩୬୦ ପଏଣ୍ଟ) ଶୀର୍ଷରେ ରହିଛି।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ପ୍ରଥମ ଇନିଂସ- ୨୩୩/୧୦
ପାକିସ୍ତାନ ପ୍ରଥମ ଇନିଂସ- ୪୪୫/୧୦
ବାଂଲାଦେଶ ୨ୟ ଇନିଂସ- ୧୬୮/୧୦


Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

ପୁଣି ଆସିବ ପ୍ରଳୟ! ଶେଷ ହୋଇନି ନେପାଳବାସୀଙ୍କ ଦୁର୍ଦ୍ଦଶା, ବଡ଼ ଆକଳନ କଲେଣି ବିଶେଷଜ୍ଞ

କାଠମାଣ୍ଡୁ,୨୭।୮: ନେପାଳରେ ବନ୍ୟା ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଛି; ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ଜୀବନ ଯାଇଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri