Categories: ଖେଳ

ରାଉରକେଲା, ସୁନ୍ଦରଗଡ଼, ଢ଼େଙ୍କାନାଳ, ବରଗଡ଼ ସେମିରେ

କଟକ ଅଫିସ,୧୦ା୧୨-
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ କପ୍‌ରେ ସୋମବାର ୪ଟି ଯାକ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଛି। ଏଥିରେ ରାଉରକେଲା, ସୁନ୍ଦରଗଡ଼, ଢ଼େଙ୍କାନାଳ ଓ ବରଗଡ଼ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ବରଗଡ଼ର ସୋହେଲା ଗ୍ରାଉଣ୍ଡରେ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ରହିଥିଲା। ପେନାଲ୍ଟି ସୁଟଆଉଟ ଜରିଆରେ ରାଉରକେଲା ୪-୨ ଗୋଲରେ ବିଜୟୀ ହୋଇଛି। ବରଗଡ଼ର କଦଲିପାଲି ଗ୍ରାଉଣ୍ଡରେ ବରଗଡ଼ ୫-୦ ଗୋଲରେ ଭୁବନେଶ୍ୱରକୁ ହରାଇଥିଲା। ବରଗଡ଼ ପକ୍ଷରୁ ଭରତ ମୁଣ୍ଡା, ଅମର ଲାକ୍ରା, ଅଖିଳେଶ ଟପ୍ପୋ, ସନ୍ତୋଷ ବେହେରା ଓ ରାକେଶ ଓରାମ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବରଗଡ଼ର ଭେଡେନ ଗ୍ରାଉଣ୍ଡରେ ସୁନ୍ଦରଗଡ଼ ୨-୦ ଗୋଲରେ ଦେବଗଡ଼କୁ ପରାସ୍ତ କରିଛି। ସୁନ୍ଦରଗଡ଼ ପକ୍ଷରୁ ବିସ୍ରା ଓରାମ ଓ କିଶୋର ଖାଡ଼ିଆ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ଢ଼େଙ୍କାନାଳ ଘରୋଇ ଗ୍ରାଉଣ୍ଡରେ ୧-୦ ଗୋଲରେ ବାଲେଶ୍ୱରକୁ ହରାଇ ସେମିରେ ପ୍ରବେଶ କରିଛି। ଢ଼େଙ୍କାନାଳ ପକ୍ଷରୁ ଶାଶ୍ୱତ ସ୍ବାଇଁ ଏକମାତ୍ର ଗୋଲ ଦେଇଥିଲେ।

Share