ରାଇବଣିଆରେ ହାତୀପଲଙ୍କ ଉତ୍ପାତ

ଜଳେଶ୍ୱର, ୧।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୭ଦିନ ଧରି ହାତୀପଲ ଉପଦ୍ରବ ଚଳାଇଛନ୍ତି। ଅଦ୍ୟାବଧି ରଂଞ୍ଝା, ରଘୁନାଥପୁର, ଗୋରୁଡ଼ବାସୀ, ଘଡ଼ଘଡ଼ା, ସରାଳିବସା, ଧାନଘେରା, ଫୁଲଝରୀ, ଘାସିପଦା, କଣ୍ଡରାଡିହା, ସୁଖଯୋଡି, ରଙ୍ଗାମାଟିଆ, ଉପରତୋଟା, ଦୁଧିଆଶୋଳ, ବାଗବୁଡ଼ା, ଭୋଳଛକ ଆଦି ଗ୍ରାମରେ ହାତୀପଲ ଘରଗୁଡ଼ିକୁ ଭାଙ୍ଗିପକାଇଛନ୍ତି। ଫଳରେ ଲୋକମାନେ ଦୁର୍ଦ୍ଦିନରେ ବାସ କରୁଛନ୍ତି। ହାତୀପଲ ଗୁରୁବାର ରାତିରେ ଶ୍ୟାମନଗର ପଞ୍ଚାୟତରେ ୨୭ଟି ଘର ଭାଙ୍ଗି ଦେଇଛନ୍ତି। ସେହିପରି ପୂର୍ବରୁ କାଳିକ ପଞ୍ଚାୟତର ୨୪ଟି ଘର ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅଳ୍ପ ସଂଖ୍ୟକ ବନକର୍ମଚାରୀ ଓ ହାତୀ ସୁରକ୍ଷା ବାହିନୀ ହାତୀ ଘଉଡାଇବା କାର୍ଯ୍ୟରେ ଲିପ୍ତ ଥିବାରୁ ଏହା ଫଳପ୍ରଦ ହୋଇପାରୁନାହିଁ। ଅନ୍ୟପକ୍ଷରେ ଲଗାତାର ବିଦ୍ୟୁତକାଟ୍‌ ଫଳରେ ରବି ଚାଷ କାର୍ଯ୍ୟ ବିଳମ୍ବ ହେବା ସହ ଅଞ୍ଚଳ ଅନ୍ଧାରରେ ଥିବାରୁ ହାତୀପଲ ଗାଁ ଭିତରେ ପ୍ରବେଶ କରି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀମାନେ ମଞ୍ଚାରେ ରାତ୍ରିଯାପନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଉପଜିଲାପାଳ ନିଲୁ ମହାପାତ୍ର, ଏସିଏଫ୍‌ଓ ତପନ ପରିଡ଼ା, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ନେସ୍କୋ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ଶୁକ୍ରବାର ଉକ୍ତ ଗ୍ରାମଗୁଡିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତମାନଙ୍କୁ ପଲିଥିନ୍‌ ବଣ୍ଟନ କରିଛନ୍ତି। ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର, ସମିତିସଦସ୍ୟ ଲଛମନ ପାତ୍ର, ଚନ୍ଦନ ପାତ୍ର, ସୁରେଶ ମହନ୍ତ, ଗିରିଜା ଶାସମଲ, ସତ୍ୟ ଶାସମଲ, କାଳୀକ ସରପଞ୍ଚ ବିଜୟ ବେହେରା, ଓଲମରା ସମିତି ସଦସ୍ୟ ଉଦୟନାଥ ମୁର୍ମୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀଦାଉରୁ ରକ୍ଷା ପାଇବାପାଇଁ ଲୋକେ ଗ୍ରାମଦେବତୀଙ୍କ ନିକଟରେ ସମୂହ ଜାହିରା ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ ନେସ୍କୋର ଏଜିଏମ୍‌ ବ୍ରଜସୁନ୍ଦର ପରିଡ଼ାଙ୍କୁ ପଚାରିବାରୁ ଆଜିଠାରୁ ବିଦ୍ୟୁତ୍‌ ସ୍ବାଭାବିକ ହେବ ବୋଲି କହିଛନ୍ତି। ଜିଲା ବନ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ କହିବାନୁସାରେ ହାତୀଙ୍କୁ ଘଉଡ଼ାଇବା ପାଇଁ ଅଧିକ କର୍ମଚାରୀ ନିୟୋଜିତ ସହ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri