Categories: ଖେଳ

ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଆମଷ୍ଟରଡାମ୍‌, ୧୦ା୮ (ପି.ଟି.)-ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଶୁକ୍ରବାର ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କର ଆଣ୍ଠୁରେ ସଫଳତାର ସହିତ ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ଫିଟ୍‌ ହେବାଲାଗି ୪ରୁ ୬ ସପ୍ତାହ ସମୟ ଲାଗିବ। ଫଳରେ ଚଳିତ ମାସ ପରବର୍ତ୍ତୀ ଭାଗରେ ଆରମ୍ଭ ହେବାକୁଥିବା ଭାରତର ଘରୋଇ ସିଜନ ଟୁର୍ନାମେଣ୍ଟର ପ୍ରଥମ ଭାଗରେ ସେ ଅଂଶଗ୍ରହଣ କରିପାରିବେ ନାହିଁ। ଗତ ସିଜନରେ ଏହି ୩୨ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଆଣ୍ଠୁରେ ସମସ୍ୟା ଦେଖା ଦେଇଥିଲା। ରାଇନା ୧୮ଟି ଟେଷ୍ଟ, ୨୨୬ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ୭୮ ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ଭାରତ ତରଫରୁ ସେ ଶେଷ ଥର ପାଇଁ ୨୦୧୮ ଜୁଲାଇରେ ଲିଡ୍ସଠାରେ ଇଂଲଣ୍ଡ ବିପକ୍ଷରେ ଏକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିଲେ।

Share