Posted inଖେଳ

‘ରହସ୍ୟମୟ’ ସ୍ପିନର ମେଣ୍ଡିସଙ୍କ ଅବସର

କଲମ୍ବୋ, ୨୯।୮- ନିଜର ସ୍ପିନ ବୋଲିଂର ବିବିଧିତା ଲାଗି ଏକଦା ବିଶ୍ୱ କ୍ରିକେଟରେ ଚହଳ ସୃଷ୍ଟି କରିଥିବା ରହସ୍ୟମୟ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିସ ବୁଧବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟ ମେଣ୍ଡିସ ଗତ ୪ ବର୍ଷ ହେଲା ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିନାହାନ୍ତି। ଶେଷଥର ପାଇଁ ସେ ୨୦୧୫ରେ ଖ୍ରୀଷ୍ଟଚର୍ଚ୍ଚରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ୧୧ ବର୍ଷର କ୍ୟାରିୟରରେ ମେଣ୍ଡିସ ୧୯ ଟେଷ୍ଟ, ୮୭ ଦିନିକିଆ ଓ ୩୯ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୦, ୧୫୨ ଓ ୬୬ ଉଇକେଟ୍‌ ଅକ୍ତିଆର କରିଛନ୍ତି। ମୋଟ୍‌ ଉପରେ ସେ ୧୪୫ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୨୮୮ ଉଇକେଟ୍‌ ନେଇଛନ୍ତି। ଦିନିକିଆ କ୍ରିକେଟ୍‌ ଦ୍ରୁତତ୍ତମ ୫୦ ଉଇକେଟ୍‌ ତାଙ୍କ ନାମରେ ରହିଛି। ମାତ୍ର ୧୯ ମ୍ୟାଚ୍‌ରୁ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ। ସେହିଭଳି ବିଶ୍ୱର ଏକମାତ୍ର ବୋଲର ଭାବେ ଟି୨୦ କ୍ରିକେଟ୍‌ରେ ମେଣ୍ଡିସ ଦୁଇଥର ୬ ଉଇକେଟ୍‌ ସଫଳତା ଅର୍ଜନ କରିଛନ୍ତି।
ପ୍ରାରମ୍ଭରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଏହି ଡାହାଣହାତୀ ଶ୍ରୀଲଙ୍କା ସ୍ପିନରଙ୍କୁ ‘କ୍ୟାରମ ବଲ୍‌’ ର ଜନକ ବୋଲି କୁହାଯାଏ। ୨୦୦୮ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ମେଣ୍ଡିସ ପଦାର୍ପଣ କରି ବେଶ୍‌ ସଫଳତା ପାଇଥିଲେ। ଦୃଢ଼ ବ୍ୟାଟିଂ ଲାଇନ୍‌ଅପ୍‌ ପାଇଁ ସେହି ସମୟରେ ପରିଚିତ ଲାଭ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଖାଇ ସେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ମୋଟ୍‌ ୨୮ ଉଇକେଟ୍‌ ଅକ୍ତିଆର କରିଥିଲେ। ରାହୁଲ ଡ୍ରାଭିଡ୍‌, ଭିଭିଏସ୍‌ ଲକ୍ଷ୍ମଣ, ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ପରି ବ୍ୟାଟ୍ସମ୍ୟାନ ମେଣ୍ଡିସଙ୍କ ସ୍ପିନ ବିବିଧତାକୁ ଖେଳିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏପରିକି ଗୋଟିଏ ଓଭରରେ ସେ ୬ ପ୍ରକାରର ବଲ୍‌ ପକାଇ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ୨୦୦୮ ଏସିଆ କପ୍‌ ଫାଇନାଲରେ ଭାରତ ବିପକ୍ଷରେ ସେ ୧୩ ରନ ବ୍ୟୟରେ ୬ ଉଇକେଟ୍‌ ହାସଲ କରି ଶ୍ରୀଲଙ୍କାକୁ ଚାମ୍ପିୟନ କରାଇବାରେ ନାୟକ ସାଜିଥିଲେ। ମେଣ୍ଡିସଙ୍କ ଏହି ମାରାତ୍ମକ ସ୍ପେଲ୍‌ ଆଜିବି କ୍ରିକେଟ୍‌ପ୍ରେମୀଙ୍କ ମନରେ ଉଜ୍ଜୀବିତ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

ଏହିମାନେ ପାଇବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରକାଶ ପାଇଲା ତାଲିକା, ଲିଷ୍ଟରେ ଅଛନ୍ତି…

କେସିଙ୍ଗା,୨୩।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବାକୁ ନେଇ ଜିଲାପାଳଙ୍କ ନିକଟରେ ଇତିମଧ୍ୟରେ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ…

ରାଜନୀତିରେ ହଲଚଲ: ଓଡ଼ିଶାର ସାଂସଦଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୈଠକ, ସାମିଲ ହେଲେ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟି (CJP) ର ଜନ୍ତର-ମନ୍ତରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନକାରୀମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଲଗାତାର ଧାରଣାରେ ଅଟଳ…

ଆନ୍ଦୋଳନର ୩୪ ଦିନ: ଆଗକୁ କ’ଣ ହେବ? ସରକାରଙ୍କ ଚିନ୍ତା ବଢାଇଲା CJPର ଯୋଜନା

ନୂଆଦିଲ୍ଲୀ,୨୩।୭: ଜନ୍ତର-ମନ୍ତରରେ ଚାଲିଥିବା ଆନ୍ଦୋଳନର ୩୪ ଦିନ ପୂରଣ ହେବା ପରେ ମଧ୍ୟ ପ୍ରଦର୍ଶନକାରୀଙ୍କ ଉତ୍ସାହ କମିନାହିଁ। କକ୍ରୋଚ ଜନତା ପାର୍ଟି (CJP) ର ସଂସ୍ଥାପକ ଅଭିଜୀତ୍‌…

ପେପର୍‌ ଲିକ୍‌ ଘଟଣାରେ ମୋଦି କଲେ ବଡ଼ ଘୋଷଣା, ଜାତୀୟ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୩ା୭: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନପତ୍ର ଲିକ୍ (Paper Leak) ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଶ୍ନପତ୍ର…

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri