ରସୁଲପୁର ବ୍ଲକ:୫ମାସରେ ୧୩ ଡେଙ୍ଗୁ ରୋଗୀ ଚିହ୍ନଟ; ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା

ରସୁଲପୁର,୧୩।୧୦(ଡିଏନଏ)- ଡେଙ୍ଗୁ ଏକ ବିପଦଜ୍ଜନକ ରୋଗ ହୋଇଥିବାବେଳେ ରସୁଲପୁର ବ୍ଲକରେ ୫ମାସରେ ସମୁଦାୟ ୧୩ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହି ରୋଗ ଏଡିସ ମଶା ଦ୍ୱାରା ବ୍ୟାପୁଥିବାବେଳେ ବିଶେଷ କରି ବର୍ଷା ଦିନରେ ଏହି ରୋଗର ପ୍ରକୋପ ଅଧିକ ରହିଥାଏ। ଗାରେଜ, ଆଳିଆ ଅବର୍ଜନା ଗଦା, ପରିତ୍ୟକ୍ତ ଆଦି ସ୍ଥାନରେ ପଡିଥିବା ଟାୟାର, ପ୍ଲାଷ୍ଟିକ ବୋତଲ, ଭଙ୍ଗା ଟିଣ, ବାଲଟ୍‌ି, ଖାଲୁଆ ସ୍ଥାନରେ ଜମି ରହୁଥିବା ବର୍ଷା ପାଣିରେ ଏହି ମଶା ଜନ୍ମ ହୋଇଥାନ୍ତି। ତେଣୁ ବର୍ଷାଋତୁ ଶେଷ ଆଡକୁ ଏହି ରୋଗର ପାଦୁର୍ଭାବ ଅଧିକ ରହୁଥିବାରୁ ଏହି ସମୟରେ ଅଧିକାଂଶ ଲୋକେ ଏଥିରେ ଆକ୍ରାନ୍ତ ହେଇଥାନ୍ତି। ରସୁଲପୁରର ଆକ୍ରାନ୍ତ ଡେଙ୍ଗୁ ରୋଗୀମାନେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏ ନେଇ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଡେଙ୍ଗୁକୁ ନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଡେଙ୍ଗୁ ଆକ୍ରାନ୍ତକମାନେ ରସୁଲପୁର ବ୍ଲକ ଅଞ୍ଚଳର ହେଲେ ସେମାନେ ବାହାର ରାଜ୍ୟରେ କାମ କରୁଥିଲେ। ସେଠାରୁ ଡେଙ୍ଗୁରୋଗରେ ଆକ୍ରାନ୍ତ ହୋଇ ଫେରିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଏହି ବ୍ଲକର ମଧୁବନର ମଧୁବନ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବ୍ରହ୍ମବରଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମଙ୍ଗରାଜପୁର ପଞ୍ଚାୟତ ଅଳପୁଆ ଗ୍ରାମର ଦେବାଶିଷ ରାଉତ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ରକ୍ତ ନମୁନା ପରୀକ୍ଷାରୁ ଜଣାପଡିଥିଲା। ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବ୍ରହ୍ମବରଦା ପଞ୍ଚାୟତରେ ତନ ମହମ୍ମଦ ଖାନ୍‌, ପ୍ରଥମାଖଣ୍ଡି ପଞ୍ଚାୟତର ବାବୁଲି ମହାନ୍ତି, ବନ୍ଧଡିହ ପଞ୍ଚାୟତର ସୁଶାନ୍ତ ବେହେରା, ନରସିଂହପୁର ପଞ୍ଚାୟତର ହରିପୁର ଗ୍ରାମର ଜିତେନ୍ଦ୍ର ରଣା, ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ହାଜାରା ବିବି, ଲକ୍ଷ୍ମୀନଗର ପଞ୍ଚାୟତର ଆଲୋକ କୁମାର ବେହେରା, ବ୍ରହ୍ମବରଦାର ଏନାମ ରସୁଲ ଖାଁନ୍‌, ରାଜେନ୍ଦ୍ରପୁର ପଞ୍ଚାୟତରେ ହିମାଂଶୁ ଶେଖର ସାହୁ, ଭୋଟକା ପଞ୍ଚାୟତ ବିଲିପଡା ଗ୍ରାମର ସନ୍ତୋଷିରାଣୀ ପଣ୍ଡା, ମଙ୍ଗରାଜପୁର ପଞ୍ଚାୟତର ଅନିରୁଦ୍ଧ ପଣ୍ଡା, ହରିପୁର ଗ୍ରାମରେ ସେକ୍‌ ମହମ୍ମଦ ଜୋନେଦ୍‌ ଓ ଆଫସାନା ବେଗମ୍‌ ପ୍ରମୁଖ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ସିଧାସଳଖ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ମାତ୍ର ଆକ୍ରାନ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସା ପରବର୍ତ୍ତୀ ଅବସ୍ଥାରେ ରୋଗୀଙ୍କୁ ମଶାରୀ ଟାଙ୍ଗି ଶୋଇବାକୁ କୁହାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଔଷଧ ସେବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ରାନ୍ତଙ୍କ ପରିବାର ଲୋକଙ୍କୁ ଜ୍ୱର ହେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରିବା ଆବଶ୍ୟକ। ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶା କାମୁଡି ସୁସ୍ଥ ଲୋକଙ୍କୁ କାମୁଡିଲେ ଡେଙ୍ଗୁ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri