ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲିଥିଲା କଂକ୍ରିଟ୍‌ ଖଣ୍ଡ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ୍‌ରେ ଝୁଲି ରହିଥିଲା ବଡ଼ କଂକ୍ରିଟ୍‌ ଖଣ୍ଡ। ତଳେ ଯାତାୟାତ ଚାଲିଥିବାବେଳେ ମୁଣ୍ଡ ଉପରେ ଚାହିଁ ରହିଥିଲା ବଡ଼ ବିପଦ। ନା ଥିଲା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନଜର, ନା ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କର। ଆନ୍ଧ୍ର ବ୍ୟାଙ୍କ ଏଟିଏମ୍‌ ସମ୍ମୁଖ ଓଭରବ୍ରିଜ୍‌ ପାର୍ଶ୍ୱରେ ୫୦ କେଜିରୁ ଅଧିକ ଓଜନର କଂକ୍ରିଟ ଖଣ୍ଡ ଝୁଲି ରହିଥିବା ଜଣାପଡ଼ିବା ପରେ ଆତଙ୍କ ଖେଳିଯାଇଥିଲା। ତୁରନ୍ତ ତଳେ ଯାଉଥିବା ଗାଡ଼ିମୋଟର ଓ ଲୋକଙ୍କୁ ବାରଣ କରାଯାଇଥିଲା। ଉକ୍ତ କଂକ୍ରିଟ ଖଣ୍ଡକୁ କଢ଼ାଯାଇ ସେଠାରେ ଆବଶ୍ୟକ ମରାମତି ହୋଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଗଲା। ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ଚାପା ଉତ୍ତେଜନା ଦେଖିବାକୁ ମିିଳିଥିଲା।
ମିଳିଥିବା ସୂଚନାନୁସାରେ, ବୁଧବାର ଜଣେ ଲୋକ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଆସିଥିବାବେଳେ ସମ୍ମୁଖ ଓଭରବ୍ରିଜ୍‌ ଉପରେ ଏକ ବଡ଼ କଂକ୍ରିଟ୍‌ ଖଣ୍ଡ ବିପଦସଙ୍କୁଳ ଅବସ୍ଥାରେ ଝୁଲୁଥିବା ଦେଖିଥିଲେ। ସେ ତୁରନ୍ତ ୧୦୦ ନମ୍ବରକୁ ଫୋନ୍‌ କରି ଜଣାଇବା ସହ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଅଧିକାରୀଙ୍କ ନମ୍ବର ଆଣି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। କିଛି ସମୟ ପରେ ମଞ୍ଚେଶ୍ୱର ଥାନା ପୋଲିସ ସେଠାରେ ପହଞ୍ଚତ୍ କଂକ୍ରିଟ୍‌ ଝୁଲୁଥିବା ଓଭରବ୍ରିଜ୍‌ର ତଳ ଅଞ୍ଚଳକୁ କର୍ଡନ କରି ଗାଡ଼ିମୋଟର ଚଳାଚଳରେ କଟକଣା ଲଗାଇଥିଲା। ପରେ ଏନ୍‌ଏଚ୍‌ଏଆଇ ଅଧିକାରୀ ଓ କର୍ମଚାରୀ ପହଞ୍ଚତ୍ ସ୍ଥିତି ଯାଞ୍ଚ କରିଥିଲେ। ସେପଟେ ଓଭରବ୍ରିଜ୍‌ ଉପରେ ବହୁ ଭାରିଯାନ ଚଳାଚଳ କରୁଥିବାରୁ ସମସ୍ତେ ଆଶଙ୍କା ଓ ଭୟଭୀତ ଅବସ୍ଥାରେ ଥିଲେ। ମ୍ୟାନ୍‌ ଲିଫ୍ଟ ସହାୟତାରେ କର୍ମଚାରୀମାନେ ତଳପଟୁ ସେଣି ଓ ହାତୁଡ଼ିରେ ଉକ୍ତ କଂକ୍ରିଟ ଖଣ୍ଡକୁ ଛୋଟ ଛୋଟ କରି ଭାଙ୍ଗି ଖସାଇଥିଲେ। ଅନ୍ୟ ଅଂଶକୁ ଯାଞ୍ଚ କରି ଉକ୍ତ ସ୍ଥାନରେ ନୂଆ କଂକ୍ରିଟ ପ୍ୟାକିଂ ଦିଆଯାଇ ମରାମତି କରାଯାଇଥିଲା।
ଘଟଣା ସମ୍ପର୍କରେ ଏନ୍‌ଏଚ୍‌ଏଆଇର ଭୁବନେଶ୍ୱର ସେକ୍ଟର ମ୍ୟାନେଜର ପଙ୍କଜ ସିଙ୍ଘଲ କହିଛନ୍ତି, ସେମିତି କିଛି ଘଟଣା ଘଟିନାହିଁ। ଏହା ବ୍ରିଜ୍‌ର ଅଂଶ ବି ନୁହେଁ। ପାଣି ନ ଗଳିବା ପାଇଁ ଦୁଇ ସ୍ଲାବ୍‌ ମଝିରେ ଉକ୍ତ କଂକ୍ରିଟ ଖଣ୍ଡ ଦିଆଯାଇଥିଲା। ବ୍ରିଜ୍‌ ଉପରେ ଗାଡ଼ିମୋଟର ଚଳାଚଳ ଯୋଗୁ ଭାଇବ୍ରେଶନ ହୋଇ ତାହା ଏପରି ଅବସ୍ଥାରେ ଥିଲା। ତାହାକୁ କଢ଼ାଯାଇ ପୁଣି ଥରେ ଉକ୍ତ ସ୍ଥାନକୁ ମରାମତି କରାଯାଇସାରିଛି। ଆଗକୁ ଆଉକିଛି ବିପଦ ନାହିଁ। ଲୋକେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ ଖସିଥିଲା କଂକ୍ରିଟ, ଉଠିଲାଣି ଗଛ
ରସୁଲଗଡ଼ ସମେତ ଜାତୀୟ ରାଜପଥରେ ଥିବା ଓଭରବ୍ରିଜ୍‌ ନିର୍ମାଣକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିବାବେଳେ ଆବଶ୍ୟକ ରକ୍ଷଣାବେକ୍ଷଣ ନିଆଯାଉ ନ ଥିବା ମଧ୍ୟ ଜଣାପଡିଛି। ବ୍ରିଜ୍‌ରୁ କେତେବେଳେ କଂକ୍ରିଟ ଖସିଲାଣି ତ ଆଉ କେତେବେଳେ ଆପ୍ରୋଚ୍‌ ରୋଡ୍‌ ଦବୁଥିବା ନଜିର ରହିଛି। ୨୦୧୮ ଜାନୁୟାରୀ ୧୦ ବିଳମ୍ବିତ ରାତିରେ ରସୁଲଗଡ଼ ଓଭରବ୍ରିଜରୁ ଏକାଧିକ ବଡ଼ କଂକ୍ରିଟ ଖଣ୍ଡ ଖସିଥିଲା। ସେତେବେଳେ ସୌଭାଗ୍ୟବଶତଃ କୌଣସି ଗାଡିମୋଟର କିମ୍ବା ଲୋକଙ୍କ ଯାତାୟାତ ନ ଥିବାରୁ ବଡ଼ ବିପଦ ଟଳିଯାଇଥିଲା। ଅନ୍ୟପକ୍ଷରେ ଅଧିକାଂଶ ବ୍ରିଜ୍‌ରେ ବର ଓ ଅନ୍ୟ ଛୋଟବଡ଼ ଗଛ ଉଠି ବର୍ଷ ବର୍ଷ ଧରି ସେମିତି ରହିଥିବା ଦେଖିବାକୁ ମିଳୁଛି। ଗଛର ଚେର ବ୍ରିଜ୍‌ ପାଇଁ କ୍ଷତି ପହଞ୍ଚାଉଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ ଅଧିକାରୀମାନେ କାହିଁକି ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି, ଜୀବନ ଯିବା ପରେ କ’ଣ ନିଦ ଭାଙ୍ଗିବ ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri