Posted inଫୁରସତ

ରଦି କାଗଜ କାରିଗରୀ

ଓଡ଼ିଶାର ପାରମ୍ପରିକ ହସ୍ତକଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଯାହା ଫଳରେ ଏହି ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା, ମହୋତ୍ସବରେ କାରିଗରମାନେ ନିଜର ହସ୍ତକଳା ପସରାକୁ ଖୋଲିଥାନ୍ତି। ଏହି କଳାକୃତିଗୁଡ଼ିକ ଦେଖିବାକୁ ଯେତିକି ସୁନ୍ଦର, ସେମିତି ମନଛୁଆଁ ହୋଇଥାଏ। ସାଧାରଣତଃ ମାଟି, ଗୋବର, ପିତ୍ତଳ, କାଠ, କାଗଜ କିମ୍ବା ଜଉ ଆଦିରେ ତିଆରି ନାନା ପାରମ୍ପରିକ ହସ୍ତକଳାରେ ଘରକୁ ସଜାଇବାରେ ଅନେକେ ପସନ୍ଦ କରିଥାନ୍ତି। କିନ୍ତୁ ବିଭିନ୍ନ ରଦି କାଗଜକୁ ବ୍ୟବହାର କରି କେତେକ ମହିଳାଶିଳ୍ପୀ ତିଆରି କରିଛନ୍ତି ଅନେକ ପ୍ରକାର କଳାକୃତି, ଯାହାକୁ ଦେଖିଲେ ମନେହୁଏ- ସତେଯେମିତି ଏହା କାଠ କି ମାଟିରେ ତିଆରି କଳାକୃତି ସଦୃଶ। ସେମିତି କଳାକୃତି ସମ୍ପର୍କରେ…

କାଗଜମୁଖା ହସ୍ତକଳା ତିଆରିରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କରଡ଼ଗାଡ଼ିଆ ଗାଁର ବେଶ୍‌ ନାଁ ରହିଛି। ଏହି ଗାଁର କାରିଗରମାନେ କାଗଜମୁଖା ତିଆରି କରିବା ପୂର୍ବରୁ ତେନ୍ତୁଳି ମଞ୍ଜିକୁ ଛେଚି ପରେ ତାକୁ ସିଝାଇ ସେଥିରୁ ଅଠା ପ୍ରସ୍ତୁତ କରିଥାନ୍ତି। ସେହି ତରଳ ଅଠାକୁ ଛାଣି ଥଣ୍ଡାକରି ରଖିଥାନ୍ତି। ପରେ ବିଭିନ୍ନ କଳାକୃତି ଛାଞ୍ଚ ଉପରେ କାଗଜ ପରସ୍ତ ପରେ ଅଠାଦେଇ ତା’ପରେ କରତଗୁଣ୍ଡ ଦେଇ ପୁଣି କାଗଜ ପରସ୍ତଦେଇ କାଗଜମୁଖା କରିଥାନ୍ତି। ଛାଞ୍ଚରୁ କାଢିସାରିଲା ପରେ କାଗଜମୁଖାକୁ ଖରାରେ ଶୁଖାଇଥାନ୍ତି।

ତା’ପରେ ମୁଖାରେ ଧଳା ଖଡ଼ିଚୂନ ବୋଳି ଖରାରେ ଶୁଖାଇ ଦେଇଥାନ୍ତି। ଏହା ପରେ ସେହି କାଗଜର କଳାକୃତିଗୁଡ଼ିକରେ ବିଭିନ୍ନ ରଙ୍ଗ ଦେଇଥାନ୍ତି। ଏଥିପାଇଁ କାରିଗରଙ୍କୁ ଏକାଗ୍ରତା ରଖିବାକୁ ପଡ଼ିଥାଏ । ଏହି କାଗଜ ନିର୍ମିିତ ଗୋଟିଏ ଗୋଟିଏ ସାମଗ୍ରୀର ମୂଲ୍ୟ ପ୍ରାୟ ୧୦ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ଯାଏ ବିକ୍ରି କରାଯାଇଥାଏ। ସେହିପରି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଫକୀରପୁର ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର କେତେଜଣ ସଦସ୍ୟା ବିଭିନ୍ନ ରଦି କାଗଜକୁ ସଂଗ୍ରହ କରିଥାନ୍ତି। ପରେ ସେହି କାଗଜକୁ ପାଣିରେ ଭିଜାଇ ତାହାକୁ ଗ୍ରାଇଣ୍ଡିଂ କରି ସେଥିରେ ତେନ୍ତୁଳି କିମ୍ବା ଫେବିକଲ ଅଠା ମିଶାଇ ଏକପ୍ରକାର ବହଳିଆ ମଣ୍ଡ ପ୍ରସ୍ତୁତ କରିଥାନ୍ତି। ପରେ ବିଭିନ୍ନ ଛାଞ୍ଚରେ ନିଆରା ଶୈଳୀରେ କଳାକୃତି ତିଆରି କରିଥାନ୍ତିି। ଏ ସମ୍ପର୍କରେ ପ୍ରେମଲତା ସୂତାର କୁହନ୍ତି, ଗୁରୁ ହରିହର ସୂତାରଙ୍କଠାରୁ ଏହି କଳାକୃତି ଶିକ୍ଷାଲାଭ କରିଥିଲୁ। ଏମିତି କି ପ୍ରାୟ ୨ଶହ ମହିଳା ଗୋଟିଏ ଅଞ୍ଚଳରେ ଏହି କାମ କରୁଛୁ। ଏବେ ଅନ୍ୟ କେତେକ ମହିଳା ବିଭିନ୍ନ ସ୍ବୟଂ ସହାୟକ ଗ୍ରୁପ୍‌ରେ ଯାଇ ଏହି କଳାକୃତିକୁ ଶିଖାଉଛନ୍ତି। ଏହି କଳା କାରିଗରି କାଯର୍‌ୟରେ ଆମର ସାରା ପରିବାର ବ୍ୟସ୍ତ ରହୁ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ପଲ୍ଲିଶ୍ରୀ, ଶିଶିର ସରସ, ମିଶନଶକ୍ତି ମେଳା, ଓର୍‌ମାସ, ତୋଷାଳି ଆଦି ବିଭିନ୍ନ ପ୍ରକାର ମେଳାରେ ରଦି କାଗଜରେ ତିଆରି ପେନ୍‌ଷ୍ଟାଣ୍ଡ, ଫୁଲଦାନି, ଟେବୁଲ ଲାଇଟ ଷ୍ଟାଣ୍ଡ ଆଦି ହସ୍ତକଳାକୁ ଖୋଲାଯାଇଥିବା ଷ୍ଟଲ ମାଧ୍ୟମରେ ବିକ୍ରି କରାଯିବାର ବ୍ୟବସ୍ଥା କରିଥାଉ। ଜଣେ ଜଣେ କାରିଗର ତା’ର କଳାକୃତି କାମକୁ ନେଇ ପ୍ରାୟ ମାସକୁ ୭ରୁ ୨୭ହଜାର ପଯର୍‌ୟନ୍ତ ରୋଜଗାର କରିପାନ୍ତି। ଏମିତି ଏହି କାଗଜତିଆରି କଳାକୃତିଗୁଡ଼ିକ ଆମ ରାଜ୍ୟର ହସ୍ତକଳା କାରିଗରି ସମୃଦ୍ଧିରେ ସହାୟକ ହୋଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri