ରଥଯାତ୍ରା ସିଧା ପ୍ରସାରଣ ବିବାଦ: ହାଇକୋର୍ଟରେ ମାମଲା

କଟକ ଅଫିସ, ୧୧।୬: ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦ ହାଇକୋର୍ଟରେ ପହଞ୍ଚତ୍ଛି। ପୁରୀ ତିଆଡ଼ିସାହିର ପ୍ରସନ୍ନ କୁମାର ଦାସଙ୍କ ପକ୍ଷରୁ ସୋମବାର ଏ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ଆବେଦନକାରୀ ଦାସ ପିଟିଶନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି। ସରକାର ସିଧା ପ୍ରସାରଣକୁ ନେଇ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ସୂଚନାଥାଉ କି, ଚଳିତବର୍ଷ ପୁରୀ ରଥଯାତ୍ରାର ସିଧା ପ୍ରସାରଣ ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମରେ ହୋଇପାରିବ ନାହିଁ ବୋଲି ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିନିମନ୍ତେ ଯେଉଁମାନେ ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ଏହି ପ୍ରସାରଣ ଅଧିକାର ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ଶ୍ରୀମନ୍ଦିର ଆଇନର ପରିପନ୍ଥୀ ବୋଲି ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି। ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ। ବିଶ୍ୱର କୋଣଅନୁକୋଣର ଲୋକେ ଏହାକୁ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଦେଖିବାର ସୁଯୋଗ ପାଇଥାନ୍ତି। ଏପରି କି ୱେବ୍‌ ପୋର୍ଟାଲ ମାଧ୍ୟମରେ ମଧ୍ୟ ରଥଯାତ୍ରାକୁ ଲୋକେ ଅତି ସହଜରେ ଦେଖିପାରିଥାନ୍ତି। ମାତ୍ର ସରକାର ମନମୁଖି ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି, ଯାହା କେବଳ ଶ୍ରୀମନ୍ଦିର ଆଇନ ନୁହେଁ ବରଂ ସମ୍ବିଧାନର ଧାରା ୨୫କୁ ବିରୋଧ କରୁଛି। ତେଣୁ ସରକାରଙ୍କ ଏଭଳି ବିଜ୍ଞପ୍ତିକୁ ରଦ୍ଦ କରାଯିବା ସହିତ ପୂର୍ବଭଳି ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମକୁ ଏହାର ପ୍ରସାରଣ ପାଇଁ ସୁଯୋଗ ଦେବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଦିଲୀପ କୁମାର ମହାପାତ୍ର, ଅରୁଣ କୁମାର ସାହୁ ଓ ଶିବ ନାରାୟଣ ପଣ୍ଡା ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri