ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି। ସେଥିପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଅକ୍ଟୋବର ୨୪ରୁ ନଭେମ୍ୱର ୭ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯିବ ବୋଲି ରାଜ୍ୟ ନିର୍ୱାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ପାଢ଼ୀ କହିଛନ୍ତି, ଘରକୁ ଘର ସର୍ଭେ ସରିବା ପରେ ଭୋଟର ତାଲିକା ନେଇ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ। ଫେବୃଆରୀ ୨ୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସରିବା ପରେ ଘୋଷଣା ଅର୍ଥାତ୍‌ ମାର୍ଚ୍ଚ ୫ ପରେ ନିର୍ୱାଚନ ତାରିଖ ଘୋଷଣା ହୋଇପାରେ। ବର୍ତ୍ତମାନ ପଞ୍ଚାୟତଗୁଡିକର ଅବଧି ଫେବୃଆରୀରେ ସରୁଛି। ଜନଗଣନା ପାଇଁ ପଞ୍ଚାୟତ ନିର୍ୱାଚନ ଗୋଟିଏ ମାସ ବିଳମ୍ୱ ହେବ। ପଞ୍ଚାୟତ ନିର୍ୱାଚନ ସରିବାର ପ୍ରାୟ ମାସକ ପରେ ପୌର ନିର୍ୱାଚନ ହେବ ବୋଲି ପାଢ଼ୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୭ ମାର୍ଚ୍ଚ ବେଳକୁ ଜନଗଣନା କାର୍ଯ୍ୟ ଶେଷ ହୋଇ ନ ଥିବ। ଆସନ୍ତା ବର୍ଷ ମାର୍ଚ୍ଚରେ ବିଧାନସଭା ଅଧିବେଶନ ଚାଲିବା ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ମାର୍ଚ୍ଚରେ ପଞ୍ଚାୟତ ଓ ପୌର ଭୋଟ ହେବା ସମ୍ଭବ ହୋଇନ ପାରେ। ଜନଗଣନା ସରି ତା’ର ରେଜଲ୍ଟ ଆସିବା ବେଳକୁ ପ୍ରାୟ ନଭେମ୍ୱରରୁ ଡିସେମ୍ୱର ହୋଇଯିବା ଯଥେଷ୍ଟ ସମ୍ଭାବନା ରହିଛି। ଏହା ଭିତରେ କେନ୍ଦ୍ର ସରକାର ପୁନର୍ୱାର ସମ୍ୱିଧାନ ସଂଶୋଧନ ବିଧେୟକ ପାର୍ଲାମେଣ୍ଟରେ ଆଗତ ନ କରିବେ, ସେକଥାକୁ ଏଡାଇ ଦିଆଯାଇପାରିବ ନାହିଁ। ଯଦି ଏହା ସମ୍ଭବ ହୁଏ ତେବେ ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ଆସନ ସଂଖ୍ୟାରେ ବୃଦ୍ଧି ଘଟିପାରେ। ଏସବୁ ଦିଗକୁ ଦେଖିବା ପରେ ପଞ୍ଚାୟତ ଓ ପୌର ନିର୍ୱାଚନ ଆହୁରି ବିଳମ୍ୱ ହୋଇପାରେ ବୋଲି ରାଜନୈତିକ ସମୀକ୍ଷାକମାନେ ମତ ରଖୁଛନ୍ତି। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ୱାଚନ କେବେ ହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇନ୍ତି। ଏହାକୁ ନେଇ ରାଜନୈତିକ ଦଳଗୁଡିକ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି। ଯଥା ସମୟରେ ପଞ୍ଚାୟତ ଓ ପୌର ଭୋଟ କରିବେ ନା ଆଦୌ କରିବେ ନାହିଁ ଏଭଳି ଆଲୋଚନା ମଧ୍ୟ ରାଜନୈତିକ ଦଳଗୁଡିକ ଭିତରେ ଶୁଣିବାକୁ ମିଳୁଥିଲା। କିନ୍ତୁ ରାଜ୍ୟ ନିର୍ୱାଚନ କମିଶନଙ୍କ ସୂଚନାକୁ ବିରୋଧୀ ଗ୍ରହଣ କରିପାରିନାହାନ୍ତି।

ବିଜେଡି ବିଧାୟକ ପ୍ରତାପ କୁମାର ଦେବ କହିଛନ୍ତି, ରାଜ୍ୟ ନିର୍ୱାଚନ କମିଶନର ତାଙ୍କ ମତ ରଖିଲେ। ପଞ୍ଚାୟତ
ଓ ପୌର ନିର୍ୱାଚନ କେବେ ହେବ ତାହାର ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହେବ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପଞ୍ଚାୟତ ଓ ପୌର ନିର୍ୱାଚନ ଆଇନ ଅନୁଯାୟୀ ଯଥା ସମୟରେ କରାଯିବା କଥା। ଏଥିପାଇଁ କୌଣସି ମତେ ସମୟ ଗଡ଼ାଯିବା କଥା ନୁହେଁ। ଗୋଟେ ମାସ ମଧ୍ୟ ପଞ୍ଚାୟତ ଓ ପୌର ନିର୍ୱାଚନ ପାଇଁ ବିଳମ୍ୱ ହେବା ଆଇନର ଉଲ୍ଲଂଘନ। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ହୋଇଯିବ। ମୁଖ୍ୟ କଥା ହେଉଛି, ସରକାର ହାରିଯିବେ ବୋଲି ଡରିକି ପଞ୍ଚାୟତ ଓ ପୌର ନିର୍ୱାଚନ ବିଳମ୍ୱରେ କରିବାକୁ ଚାହୁଁଛନ୍ତି। ମାତ୍ର ଏଥର କଂଗ୍ରେସ ପଞ୍ଚାୟତ ଓ ପୌର ନିର୍ୱାଚନରେ ଭଲ ପ୍ରଦର୍ଶନ କରିବ ବୋଲି ସାଲୁଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri