Categories: ଖେଳ

ରଣ୍‌ଜୀ ଟ୍ରଫି: ୧୩ ବର୍ଷ ପରେ ଫାଇନାଲରେ ବେଙ୍ଗଲ

କୋଲକାତା, ୩।୩ (ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଅନୁଷ୍ଠିତ ରଣ୍‌ଜୀ ଟ୍ରଫି ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ତାରକା ଖଚିତ କର୍ନାଟକକୁ ୧୭୪ ରନରେ ପରାସ୍ତ କରି ବେଙ୍ଗଲ ଫାଇନାଲରେ ସ୍ଥାନ ପକ୍କା କରିଛି। ଏଥିସହ ଘରୋଇ ବେଙ୍ଗଲ ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ସୌରାଷ୍ଟ୍ର ଓ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲର ବିଜେତା ସହ ବେଙ୍ଗଲ ଫାଇନାଲରେ ଖେଳିବ।
ପକ୍ଷରୁ ଧାର୍ଯ୍ୟ ୩୫୨ ରନର ଚ୍ୟାଲେଞ୍ଜିଂପୂର୍ଣ୍ଣ ଟାର୍ଗେଟ୍‌କୁ ପିଛା କରି ଭ୍ରମଣକାରୀ କର୍ନାଟକ ସୋମବାର ୩ୟ ଦିବସ ଶେଷ ସୁଦ୍ଧା ୩ ଉଇକେଟ୍‌ ହରାଇ ୯୮ ରନ କରିଥିଲା। ମଙ୍ଗଳବାର ୪ର୍ଥ ଦିବସରେ କର୍ନାଟକ ଲଢ଼େଇ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳ ୧୬.୩ ଓଭରରେ ଆଉ ୭୯ ରନ ସଂଗ୍ରହ କରି ବଳକା ୭ ଉଇକେଟ୍‌ ହରାଇ ମୋଟ୍‌ ୧୬୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ବିଜୟୀ ବେଙ୍ଗଲ ପକ୍ଷରୁ ଦ୍ରୁତ ବୋଲର ମୁକେଶ କୁମାର ସବୁଠାରୁ ସଫଳ ରହିଥିଲେ। ସେ ୬୧ ରନରେ ୬ ଉଇକେଟ୍‌ ଅକ୍ତିଆର କରିଥିଲେ। ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ ରହିଥିଲା। କର୍ନାଟକ ପକ୍ଷରୁ ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ଆଉ ଏକ ରନ୍‌ ଯୋଗ କରି ୧୨ରେ ଆଉଟ୍‌ ହୋଇଥିଲେ। ସେହିଳଭି ଦେବଦତ୍ତ ପାଡିକଲ ୬୨, କ୍ରିଷ୍ଣାପ୍ପା ଗୋଥାମ ୨୨, ଅଭିମନ୍ୟୁ ମିଥୁନ ୩୮ ରନ କରିଥିଲେ। ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ (୦) ଓ ଅଧିନାୟକ କରୁନ ନାୟାର (୬) ବିଫଳ ହୋଇଥିଲେ। ବେଙ୍ଗଲର ପ୍ରଥମ ଇନିଂସରେ ଅପରାଜିତ ୧୪୯ ରନର ଇନିଂସ ଖେଳିଥିବା ଅନୁଷ୍ଟୁପ୍‌ ମଜୁମଦାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର-
ବେଙ୍ଗଲ ପ୍ରଥମ ଇନିଂସ- ୩୧୨/୧୦,
କର୍ନାଟକ ପ୍ରଥମ ଇନିଂସ- ୧୨୨/୧୦,
ବେଙ୍ଗଲ ୨ୟ ଇନିଂସ- ୧୬୧/୧୦,
କର୍ନାଟକ ୨ୟ ଇନିଂସ- ୧୭୭/୧୦।

Share