Posted inଖେଳ

ରଣ୍‌ଜୀ ଟ୍ରଫି: କ୍ବାର୍ଟର ଫାଇନାଲ ମୁକାବିଲା; ଓଡ଼ିଶାକୁ ବିଦା କରିଥିଲା ବୁମ୍‌ରାଙ୍କ ବୋଲିଂ

କଟକ ଅଫିସ,୧୯ା୨-  ଦୁଇ ବର୍ଷର ବ୍ୟବଧାନ ପରେ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ଗତ ୨୦୧୬-୧୭ ସଂସ୍କରଣରେ ରାଜ୍ୟ ଦଳ କ୍ବାର୍ଟରରେ ସ୍ଥାନ ପାଇଥିଲେ ସୁଦ୍ଧା ଗୁଜରାଟଠାରୁ ଇନିଂସ ପଛୁଆ ରହି ନକଆଉଟ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିଲା। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ଘାତକ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଗୁଜରାଟ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ତାଙ୍କ ୫ଟି ଉଇକେଟ ସଫଳତା ଯୋଗୁ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ନେଇ ନ ପାରି ପ୍ରତିଯୋଗିତାରୁ ବିଦା ହୋଇଥିଲା। ଉକ୍ତ ସିଜନରେ ଗୁଜରାଟକୁ ରଣଜୀ ଟ୍ରଫି ମୁକୁଟ ମିଳିଥିଲା।
ସେତେବେଳେ ଏଲିଟ୍‌ ଗ୍ରୁପ-ବିରେ ସ୍ଥାନ ପାଇଥିବା ଓଡ଼ିଶା ୨ ବିଜୟ, ୫ ଡ୍ର ଓ ଗୋଟିଏ ପରାଜୟ ସହିତ ୨୨ ପଏଣ୍ଟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ରାଜ୍ୟ ଦଳର ନେତୃତ୍ୱ ନେଉଥିଲେ ଗୋବିନ୍ଦ ପୋଦ୍ଦାର। ବିଦର୍ଭ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ସୌରାଷ୍ଟ୍ରକୁ ୩୨ରନରେ ହରାଇଥିଲା। ଶକ୍ତିଶାଳୀ ଦଳ ଦିଲ୍ଲୀ, ରାଜସ୍ଥାନ, କର୍ନାଟକ, ଆସାମ ବିପକ୍ଷ ମ୍ୟାଚ୍‌କୁ ଡ୍ର ରଖିବା ପରେ ମହାରାଷ୍ଟ୍ରକୁ ୧୧୮ରନରେ ହରାଇଥିଲା। ଅନ୍ତିମ ଲିଗ ମ୍ୟାଚ୍‌ରେ ଝାଡ଼ଖଣ୍ଡଠାରୁ ଇନିଂସ ଓ ୯୩ରନରେ ପରାଜୟ ସତ୍ତ୍ୱେ ଓଡ଼ିଶାକୁ ମିଳିଥିଲା କ୍ବାର୍ଟର ଫାଇନାଲ ଯୋଗ୍ୟତା। ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଗୋବିନ୍ଦଙ୍କ ନେତୃତ୍ୱାଧୀନ ଓଡ଼ିଶା ପାର୍ଥିବ ପଟେଲଙ୍କ ନେତୃତ୍ୱାଧୀନ ଗୁଜରାଟ ମଧ୍ୟରେ ୩ୟ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ସିଜନରେ ଓଡ଼ିଶା ଦଳରେ ଥିବା ଅନେକ ଖେଳାଳି ୨୦୧୬-୧୭ କ୍ବାର୍ଟର ମୁକାବିଲାରେ ମଧ୍ୟ ସାମିଲଥିଲେ। ଗୋବିନ୍ଦଙ୍କ ସମେତ ଚଳିତ ସିଜନର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି, ବିପ୍ଳବ ସାମନ୍ତରାୟ, ରଣଜିତ ସିଂ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ପୂର୍ବ ଟିମ୍‌ରେ ଥିଲେ। ଟସ ଜିତି ଗୁଜରାଟକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଓଡ଼ିଶା। ୭୧ରନରେ ପ୍ରଥମ ୬ଟି ଉଇକେଟ ଦଖଲ କରି ଓଡ଼ିଶା ପ୍ରତିପକ୍ଷ ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲା। ମାତ୍ର ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ଚିରାଗ ଗାନ୍ଧୀ ୮୧ ଓ ରୁଷ କଲରିଆ ୭୩ରନ ସଂଗ୍ରହ କରିବା ସହ ୭ମ ଉଇକେଟରେ ୧୫୪ରନ ଭାଗୀଦାରି ସୃଷ୍ଟି କରିବା ଯୋଗୁ ଗୁଜରାଟ ୨୬୩ରନ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ପକ୍ଷରୁ ବସନ୍ତଙ୍କୁ ସର୍ବାଧିକ ୫ଟି ଉଇକେଟ ମିଳିଥିଲା। ଜବାବରେ ବ୍ୟାଟିଂ କରିଥିବା ଓଡ଼ିଶା ୮୦ରନରେ ଗୋଟିଏ ଉଇକେଟ ହରାଇଥିବା ବେଳେ ୧୦୧ରନରେ ୭ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଗୋଟିଏ ସ୍ପେଲରେ ହିଁ ଓଡ଼ିଶାର ମଧ୍ୟକ୍ରମର ବ୍ୟାଟିଂ ଲାଇନଅପ ଭୁଶୁଡ଼ାଇ ଦେଇଥିଲେ ଘାତକ ପେସର ବୁମରା। ଏହା ଭିତରେ ଗୋବିନ୍ଦ, ବିପ୍ଳବ, ଶୁଭ୍ରାଂଶୁ ଓ ଅଭିଷେକ ଯାଦବଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଉଇକେଟ ରହିଥିଲା। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ସର୍ବାଧିକ ୪୭ ଓ ଦୀପକ ବେହେରା ୪୧ରନ କରିଥିଲେ। ୧୯୯ରନରେ ଓଡ଼ିଶାର ପ୍ରଥମ ଇନିଂସ ସୀମିତ ରହିଥିଲା। ବୁମରା ୪୧ରନ ବିନିମୟରେ ୫ଟି ଉଇକେଟ ଦଖଲ କରିଥିଲେ। ସମିତ ଗୋହେଲଙ୍କ ୩୫୯ରନର ଇନିଂସ ବଳରେ ଗୁଜରାଟ ଦ୍ୱିତୀୟ ଇନିଂସରେ ସମସ୍ତ ଉଇକେଟ ହରାଇ ୬୪୧ରନ କରିଥିଲା। ଓଡ଼ିଶାର ସ୍ପିନର ଧୀରଜ ସିଂ ସର୍ବାଧିକ ୬ଟି ଉଇକେଟ ପାଇଥିଲେ। ଖେଳ ଶେଷ ସୁଦ୍ଧା ଓଡ଼ିଶା ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ଗୋଟିଏ ଉଇକେଟରେ ୮୧ରନ କରିଥିଲା। ଏହି ମ୍ୟାଚ୍‌ରେ ବୁମ୍‌ରା ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ।
୨୦୧୬-୧୭ ସିଜନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲେ ବିପ୍ଳବ। ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକୀୟ ଇନିଂସ ବଳରେ ସେ ୫୧୭ରନ କରିଥିଲେ। ଶୁଭ୍ରାଂଶୁ ୪୯୭, ଗୋବିନ୍ଦ ୪୭୧ରନ କରିଥିଲେ। ଗୋବିନ୍ଦ ଉକ୍ତ ସିଜନରେ ଏକ ଦ୍ୱିଶତକୀୟ ଇନିଂସ ମଧ୍ୟ ଖେଳିଥିଲେ। ସେହିପରି ସୂର୍ଯ୍ୟକାନ୍ତଙ୍କୁ ୨୮ଟି ଓ ବସନ୍ତଙ୍କୁ ୨୬ଟି ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ପଡ଼ିଆରେ ମୁହାଁମୁହିଁ ହେଲେ ବିରାଟ-ଗମ୍ଭୀର, କିନ୍ତୁ ଅନ୍ଦାଜ ଥିଲା ଅଲଗା

କୋଲକାତା,୨୦।୪: ଆଇପିଏଲ୍ ୨୦୨୩ ରେ କଥା ଭାରତର ଦୁଇ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲି ସାମାନ୍ୟ କିଛି କଥାକୁ ନେଇ ମୁହାଁମୁହିଁ...

Video: କେବଳ ଗୋଟିଏ ବଲ୍‌ରେ ବଡ଼ କାମ କରିଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୪: କ୍ରିକେଟ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକ କାହିଁରେ କେତେ। ଅନେକଙ୍କର ସେ ପ୍ରେରଣା। ଏଣୁ ସେମାନେ ତାଙ୍କ ଭଳି ହେବାକୁ ଚାହାନ୍ତି। ଅନ୍ତର୍ଜାତୀୟ...

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ...

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ...

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri