Posted inଅପରାଧ

ରଣପୁରରେ ନବବଧୂଙ୍କୁ ବିଷ ପିଆଇ ହତ୍ୟା : ସ୍ବାମୀ, ଶାଶୁ,ଶ୍ୱଶୁର ଗିରଫ

ରଣପୁର,୧୬।୬(ସ୍ବ.ପ୍ର.)-ଗଣପର୍ବ ରଜକୁ ଝିଅ ବୋହୂମାନେ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବାବେଳେ ନୟାଗଡ ଜିଲା ରଣପୁର ଥାନା ଅଞ୍ଚଳରେ ପହିଲି ରଜରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ନବବଧୂ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ।

ମୃତକ ହେଲେ ରଣପୁର ଖଟିଆ ସାହିର ରବି ପ୍ରଧାନଙ୍କ ସାନ ଝିଅ ସସ୍ମିତା ପ୍ରଧାନ(୧୯)। ଏ ନେଇ ଝିଅର ମା’ରଣପୁର ଥାନାରେ ଶାଶୁଘର ଲୋକେ ଝିଅକୁ ବିଷ ପିଆଇ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ ୧୩୨/୧୯ରେ ମାମଲା ରୁଜୁ କରଛି। ଶନିବାର ରଣପୁର ଥାନା ସବ୍‌ଇନ୍ସପେକ୍ଟର ପ୍ରୀତି ପ୍ରକାଶ ମହାନ୍ତି ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱରରୁ ଝିଅର ସ୍ବାମୀ ରମେଶ ପ୍ରଧାନ, ଶ୍ୱଶୁର ଭିକାରୀ ପ୍ରଧାନ, ଶାଶୁ ଭୂତି ପ୍ରଧାନଙ୍କୁ ଗିରଫ କରି ଥାନାକୁ ଆଣି ପଚରା ଉଚରା ଜାରି ରଖିଛନ୍ତି । ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବୈଦ୍ୟନାଥ ଭୋଇ ପ୍ରକାଶ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ କରାଯାଇ ଝିଅର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଅଭିଯୋଗ ଅନୁଯାୟୀ, ରଣପୁର ଖଟିଆ ସାହିର ସସ୍ମିତା ପ୍ରଧାନଙ୍କ ସହ ବେରକୂଅ ସାହିର ଭିକାରୀ ପ୍ରଧାନଙ୍କ ପୁଅ ରମେଶଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପକ୍ଷରୁ ବିବାହ କରିବା ପାଇଁ ପରିବାରକୁ ଜଣାଇଥିଲେ ମଧ୍ୟ ସେମାନେ ରାଜି ହୋଇ ନ ଥିଲେ । ଏହାକୁ ବିରୋଧ କରି ଉଭୟ ଘରୁ ଲୁଚି ପଳାଇଥଲେ । ଗତ ୪ମାସ ତଳେ ପୁଅର ପରିବାର ଲୋକମାନେ ମଣିନାଗ ମନ୍ଦିରରେ ପ୍ରେମୀଯୁଗଳଙ୍କୁ ବିବାହ କରାଇ ଘରକୁ ଆଣିଥିଲେ । ହେଲେ ଝିଅ ଘର ତରଫରୁ ଏହି ବାହାଘରକୁ ଗ୍ରହଣ କରି ନଥିଲେ । କିଛି ଦିନ ଶାଶୁ ଘରେ ସସ୍ମିତା ଠିକ୍‌ ଭାବେ ଚଳୁଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଯୌତୁକ ଆଣିବା ପାଇଁ ଶ୍ୱଶୁର ଘର ଲୋକମାନେ ବାଧ୍ୟ କରିଥିଲେ । ଏହାକୁ ନେଇ ବୋହୂ ଓ ଶାଶୁଘର ଲୋକଙ୍କ ମଧ୍ୟରେ ମନାନ୍ତର ମତାନ୍ତର ଆରମ୍ଭ ହୋଇଥିଲା । ଶୁକ୍ରବାର ସସ୍ମିତା ନିଜ ମା’ ଲକ୍ଷ୍ମୀଙ୍କୁ ଫୋନ ଯୋଗେ ସବୁ କଥା ଜଣାଇଥିଲେ। ଏହା ଜାଣିବା ପରେ ଶାଶୁଘର ଲୋକମାନେ ରାଗି ଯାଇ ବୋହୂକୁ ଜୋର ଜବରଦସ୍ତ ବିଷ ପିଆଇ ମାରି ଦେବାକୁ ଉଦ୍ୟମ କରିଥିଲେ । ସାହିର କିଛି ଲୋକ ଏହା ଜାଣି ହସ୍ତକ୍ଷେପ କରିବା ପରେ ଶାଶୁଘର ଲୋକମାନେ ତୁରନ୍ତ ବୋହୂକୁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ୬ ନମ୍ବର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ସହ ଲୁଟିନେଇଥିଲେ ଟଙ୍କା, ପୋଲିସ ୫ ଜଣଙ୍କୁ ଗିରଫ କରି ତାଙ୍କଠାରୁ…

ରିଷିଡ଼ା/ମ.ରାମପୁର,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ନିକଟସ୍ଥ ଅରନଝରଣ ଘାଟିଠାରେ ୩ତାରିଖ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ଏକ ଗାଡ଼ିରେ ଆସି ବଗବେଡ଼ା ଗାଁର ହେମସାଗର ଦେହେରିଆ ଓ…

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

ଏହି ସ୍ଥାନରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ,୩ା୭(ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ତେନ୍ତୁଳିଗୁମ୍ମା ଜଙ୍ଗଲରେ କୋରାପୁଟ ଡିଭିଏଫ୍‌ ପକ୍ଷରୁ ଚଳାଯାଇଥିବା ସର୍ଚ୍ଚ ଅପରେଶନ ସମୟରେ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର…

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri