Posted inଖେଳ

ରଣଜୀ ଟ୍ରଫି: ଦେବାଶିଷଙ୍କ ଶତକରେ ଓଡ଼ିଶା ୪୩୬

କଟକ ଅଫିସ,୧୪ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସରେ ୪୩୬ରନ କରିଛି। ଯୁବ ପ୍ରତିଭା ଦେବାଶିଷ ସାମନ୍ତରାୟ ଏଠାରେ ୧୫୬ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଚଳିତ ସିଜନରେ ଦେବାଶିଷଙ୍କର ଏହା ଦ୍ୱିତୀୟ ଶତକ। ଜବାବରେ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଝାଡ଼ଖଣ୍ଡ ଗୁରୁବାର ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୭୧ରନ କରିଛି। କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାକୁ ହେଲେ ଓଡ଼ିଶା ପାଇଁ ବିଜୟ ହାସଲ ନିହାତି ଆବଶ୍ୟକ। ତେଣୁ ୩୬୫ରନ ପଛରେ ଥିବା ଝାଡ଼ଖଣ୍ଡକୁ ଶୁକ୍ରବାର ଖୁବଶୀଘ୍ର ଅଲଆଉଟ କରିବାକୁ ଚେଷ୍ଟା କରାଯିବ ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୪ ଉଇକେଟ ହରାଇ ୨୦୫ରନ କରିଥିଲା। ଦେବାଶିଷ ୬୭ ଓ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୬ରନରେ ଅପରାଜିତ ଥିଲେ। ଦ୍ୱିତୀୟ ଦିବସର ପ୍ରଥମ ସେସନ୍‌ରେ ଓଡ଼ିଶା କୌଣସି ଉଇକେଟ ନ ହରାଇ ୫୭ରନ ସଂଗ୍ରହ କରିଥିଲା। ଦେବାଶିଷ-ବିପ୍ଳବ ଖୁବ ସତର୍କତାର ସହ ପ୍ରଥମ ସେସନ୍‌ରେ ଝାଡ଼ଖଣ୍ଡର ପେସ୍‌ ଆକ୍ରମଣକୁ ସାମ୍‌ନା କରିଥିଲେ। ଇତି ମଧ୍ୟରେ ବିପ୍ଳବ ୧୦୨ବଲରୁ ଅର୍ଦ୍ଧଶତକ ପୂରଣ କରି ସାରିଥିଲେ। ଦ୍ୱିତୀୟ ସେସନ୍‌ରେ ବିପ୍ଳବଙ୍କ ଉଇକେଟ ଦଖଲ କରିଥିଲେ ଝାଡ଼ଖଣ୍ଡର ପେସ୍‌ ବୋଲର ଆଶିଷ କୁମାର। ୧୫୩ବଲରୁ ୭୪ରନ କରି କ୍ୟାଚ ଆଉଟ ହୋଇ ବିପ୍ଳବ ପ୍ୟାଭିଲିୟନ ଫେରିଥିଲେ। ଓଡ଼ିଶାର ୫ମ ଉଇକେଟ ପତନ ବେଳକୁ ଦଳୀୟ ସ୍କୋର ଥିଲା ୨୯୨। ଏହା ପରେ ଅନ୍ୟ କୌଣସି ଖେଳାଳି ଦେବାଶିଷଙ୍କ ସହ ବଡ଼ ଭାଗୀଦାରି କରି ପାରି ନ ଥିଲେ। ଗୋଟିଏ ପାର୍ଶ୍ୱରୁ ବାମହାତୀ ଦେବାଶିଷଙ୍କ ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ୨୯୦ବଲରୁ ଶତକ ଓ ୩୪୭ବଲରୁ ୧୫୦ରନ୍‌ ପୂରଣ କରିବା ପରେ ୮ମ ବ୍ୟାଟ୍ସମ୍ୟାନ ଭାବେ ସେ ଆଉଟ ହୋଇଥିଲେ। ୩୪୯ବଲରୁ ସେ ୧୫୬ରନ କରିଥିଲେ। ଏହା ମଧ୍ୟରେ ୨୬ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଉଇକେଟ କିପର ରାଜେଶ ଧୁପର ୨୦ରନରେ ଆଉଟ ହୋଇଥିବା ବେଳେ ପଦାର୍ପଣ ମ୍ୟାଚ୍‌ ଖେଳୁଥିବା ଅଙ୍କିତ ଯାଦବ ୧୨, ଦେବବ୍ରତ ପ୍ରଧାନ ୨୬, ବସନ୍ତ ମହାନ୍ତି ୮ରନରେ ଆଉଟ ହୋଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୧୨ରନରେ ଅପରାଜିତ ଥିଲେ। ଝାଡ଼ଖଣ୍ଡର ଡାହାଣହାତୀ ମିଡ଼ିୟମ ପେସ୍‌ ବୋଲର ଆଶିଷ କୁମାର ଏଠାରେ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରିଥିଲେ। ୭୯ରନ ବିନିମୟରେ ସେ ୬ଟି ଉଇକେଟ ହାସଲ କରିଥିଲେ। ଅଜୟ ଯାଦବ, ରାହୁଲ ଶୁକ୍ଳା, ସାହିଲ ରାଜ ଓ ଉତ୍କର୍ଷ ସିଂଙ୍କୁ ଗୋଟିଏ ଲେଖାଏ ଉଇକେଟ ମିଳିଥିଲା। ୨୪ ଓଭର ବ୍ୟାଟିଂ କରିଥିବା ଝାଡ଼ଖଣ୍ଡ ୨ଟି ଉଇକେଟ ହରାଇ ୭୧ରନ କରିଛି। ୩ୟ ଓଭରର ଦ୍ୱିତୀୟ ବଲରେ ଓପନର ଅର୍ନଭ ସିହ୍ନା ୧ରନ କରି ବସନ୍ତ ମହାନ୍ତିଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନର କୁମାର ଦେଓବ୍ରତ ୧୬ରନ କରିଥିବା ବେଳେ ସୂର୍ଯ୍ୟକାନ୍ତଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଥିଲେ। କୁମାର ସୂରଜ ୪୨ ଓ ଉତ୍କର୍ଷ ସିଂ ୧୦ରନରେ ଅପରାଜିତ ଅଛନ୍ତି।
ସିଜନର ଦ୍ୱିତୀୟ ଶତକ
ଚଳିତ ସିଜନରେ ଦେବାଶିଷ ସାମନ୍ତରାୟ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଦୁଇଟି ଶତକ ହାସଲ କରିଛନ୍ତି। ପୂର୍ବରୁ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ସର୍ଭିସେସ୍‌ ବିପକ୍ଷ ମ୍ୟାଚ୍‌ରେ ୧୯୫ରନର ଇନିଂସ ଖେଳିଥିଲେ ଏହି ୨୪ବର୍ଷୀୟ ବ୍ୟାଟ୍ସମ୍ୟାନ। ୧୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ଦେବାଶିଷ ୩ଟି ଶତକ ହାସଲ କରି ସାରିଲେଣି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୩୬/ଅଲଆଉଟ(ଦେବାଶିଷ ସାମନ୍ତରାୟ-୧୫୬, ବିପ୍ଳବ ସାମନ୍ତରାୟ-୭୪, ଅନୁରାଗ ଷଡ଼ଙ୍ଗୀ-୬୫, ଗୋବିନ୍ଦ ପୋଦ୍ଦାର-୩୧, ଦେବବ୍ରତ ପ୍ରଧାନ-୨୬,


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ

ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ…

W, W, W, W..ଡବଲ୍‌ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୬।୭: ଶ୍ରୀଲଙ୍କାର ପେସ-ବୋଲିଂ ଅଲରାଉଣ୍ଡର ଦାସୁନ ଶାନାକା ଡବଲ ହ୍ୟାଟ୍ରିକ କରି ଇତିହାସ ରଚିଛନ୍ତି। ଆମେରିକାରେ ଚାଲିଥିବା ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଶ୍ରୀଲଙ୍କାର ଏହି…

IND vs ENG 3rd T20I Playing-11: ବାଦ ପଡ଼ିବେ ରବି-ବୈଭବ, ଏହି ୨ ଖେଳାଳିଙ୍କ ହୋଇପାରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୬।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟର ଏବେ ବି ତାଙ୍କର ପ୍ରଥମ ବିଜୟ ଖୋଜୁଛନ୍ତି। ସେ ଆୟରଲ୍ୟାଣ୍ଡ ଭଳି ଦଳ ବିପକ୍ଷରେ ଖାତା…

ସଙ୍କଟମୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍‌ ପଡ଼ିଆରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…

ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍‌ କାର୍ଡକୁ ଫିଫା ରବିବାର ସସ୍‌ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri