Posted inଖେଳ

ରଣଜୀ ଟ୍ରଫି: ଅନୁରାଗ, ଦେବାଶିଷଙ୍କ ଅର୍ଦ୍ଧଶତକ

କଟକ ଅଫିସ,୧୩ା୨-  ଚଳିତ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମରେ ଘରୋଇ ଓଡ଼ିଶା ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ଉଇକେଟ ହରାଇ ଓଡ଼ିଶା ୨୦୫ରନ କରିଥିବା ବେଳେ ଯୁବ ପ୍ରତିଭା ଦେବାଶିଷ ସାମନ୍ତରାୟ ୬୭ରନରେ ଅପରାଜିତ ଅଛନ୍ତି। ୨୨୮ବଲରୁ କ୍ୟାରିୟରର ୩ୟ ଅର୍ଦ୍ଧଶତକ ହାସଲ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ୩ୟ ଶତକ ସଂଗ୍ରହ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟତମ ଓଡ଼ିଶା ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅଙ୍କିତଙ୍କ ପ୍ରଥମ ପଦାର୍ପଣ
ଏହି ସିଜନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ଉଇକେଟ ହାସଲ କରିଥିବା ରାଜେଶ ମହାନ୍ତି ଆଘାତ ଜନିତ ସମସ୍ୟା ଯୋଗୁଁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ। ତାଙ୍କ ସ୍ଥାନରେ ଡାହାଣହାତୀ ମିଡ଼ିୟମ ପେସ୍‌ ବୋଲର ତଥା ଅଲରାଉଣ୍ଡର ଅଙ୍କିତ ଯାଦବଙ୍କୁ ଦଳରେ ନିଆଯାଇଥିଲା। ୧୯୯୩ ନଭେମ୍ବର ୧୯ରେ ଜନ୍ମଗ୍ରହଣ କରିଥିବା ଝାରସୁଗୁଡ଼ାର ଅଙ୍କିତ୍‌ ପୂର୍ବରୁ ୧୪ ଟି ଲିଷ୍ଟ-ଏ ଓ ୧୦ଟି ଘରୋଇ ଟି୨୦ ମ୍ୟାଚ ଖେଳିଛନ୍ତି। ଦଳରେ ଅନ୍ୟ ୨ଟି ପରିବର୍ତ୍ତନ ମଧ୍ୟ କରାଯାଇଛି। ସ୍ପିନର ପପୁ ରାୟ ଓ ଅଲରାଉଣ୍ଡର ଅଭିଷେକ ରାଉତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅଭିଜ୍ଞ ବସନ୍ତ ମହାନ୍ତି ଓ ଦେବାଶିଷ ସାମନ୍ତରାୟ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଝାଡ଼ଖଣ୍ଡ ଅଧିନାୟକ ସୌରଭ ତିୱାରୀ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଓପନର ଶାନ୍ତନୁ ମିଶ୍ର ୩୨ବଲରୁ ମାତ୍ର ୪ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୨୯ ହୋଇଥିବା ବେଳେ ପେସ୍‌ ବୋଲର ଆଶିଷ କୁମାରଙ୍କ ବଲରେ ଶାନ୍ତନୁ ଏଲବିଡବ୍ଲ୍ୟୁ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଅନୁରାଗ ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ୬୭ରନର ଭାଗିଦାରୀ ସୃଷ୍ଟି ହୋଇଥିଲା। ଏହି ଦୁଇ ଖେଳାଳି ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ୨୪ତମ ଓଭରରେ ଦଳୀୟ ସ୍କୋର ୫୦ ଟପିଥିଲା। ୮୬ବଲରୁ ଅନୁରାଗ ବ୍ୟକ୍ତିଗତ ୫୦ରନ ପୂରଣ କରିବା ସହ ୬୫ରନ କରି ଆଶିଷଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଅନୁରାଗଙ୍କର ଏହା ୧୦ତମ ଅର୍ଦ୍ଧଶତକ। ମଧ୍ୟକ୍ରମରେ କ୍ରିଜକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ଓ ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଧିମା ଗତିରେ ବ୍ୟାଟିଂ କରିଥିଲେ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଗୋବିନ୍ଦ ୩୧ରନରେ ଓ ଶୁଭ୍ରାଂଶୁ ୧୯ରନରେ ଆଉଟ ହୋଇଥିଲେ। ଦେବାଶିଷ ଅତ୍ୟନ୍ତ ସତର୍କତାର ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ୧୭୬ବଲ ଖେଳି ସେ କ୍ୟାରିୟରର ୩ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୬ରନରେ ଅପରାଜିତ ଅଛନ୍ତି। ହାତରେ ୬ ଉଇକେଟ ବାକି ଥିବା ଓଡ଼ିଶା ପ୍ରଥମ ଇନିଂସରେ ବଡ଼ସ୍କୋର ସଂଗ୍ରହ କରିବ ବୋଲି ଆଶା କରାଯାଉଛି। ଝାଡ଼ଖଣ୍ଡ ପକ୍ଷରୁ ଆଶିଷ କୁମାର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଉତ୍କର୍ଷ ସିଂ ଗୋଟିଏ ଉଇକେଟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri