Posted inଖେଳ

ରଣଜୀ ଟ୍ରଫି:ଶାନ୍ତନୁ, ଅନୁରାଗ, ପୋଦ୍ଦାରଙ୍କ ଅର୍ଦ୍ଧଶତକ

କଟକ ଅଫିସ,୨୮ା୧-
ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର୍‌ଠାରୁ ଓଡ଼ିଶା-ଆସାମ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ୩ ଉଇକେଟ ହରାଇ ୨୧୫ରନ କରିଛି। ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ ହୋଇଥିବା ବେଳେ ଗୋବିନ୍ଦ ପୋଦ୍ଦାର ୫୪ ଓ ବିପ୍ଳବ ସାମନ୍ତରାୟ ୩୨ରନରେ ଅପରାଜିତ ଅଛନ୍ତି।
ଏହି ମ୍ୟାଚ୍‌ରେ ଅଭିଜ୍ଞ ଅଲରାଉଣ୍ଡର ଅଭିଷେକ ରାଉତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଉଇକେଟ କିପର ସୁଜିତ ଲେଙ୍କାଙ୍କୁ ବିଶ୍ରାମ ଦିଆଯାଇ ରାଜେଶ ଧୂପରଙ୍କୁ ନିଆ ଯାଇଥିଲା। ଗୋକୁଳ ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ଟସ୍‌ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ଅନୁରାଗ ଓ ଶାନ୍ତନୁ ଦମ୍‌ଦାର ବ୍ୟାଟିଂ କରିଥିଲେ। ଓପନିଂ ଯୋଡ଼ିରେ ଓଡ଼ିଶା ୯୬ରନ ସଂଗ୍ରହ କରିଥିଲା। ୧୧୨ବଲରୁ ୧୦ଟି ଚୌକା ଓ ୧ ଛକା ବଳରେ ୫୮ରନ କରି ଅନୁରାଗ ଡାହାଣହାତୀ ପେସ୍‌ ବୋଲର ରଞ୍ଜିତ ମାଲିଙ୍କ ପ୍ରଥମ ଶିକାର ହୋଇଥିଲେ। ପରେ କ୍ରିଜକୁ ଆସିଥିବା ଅଧିନାୟକ ଶୁଭ୍ରାଂଶୁ ସେନାପତି ଖାତା ଖୋଲିବା ପୂର୍ବରୁ ରଞ୍ଜିତଙ୍କ ବଲ୍‌ରେ ଉଇକେଟ କିପର କୁନାଲ ସାଇକିଆଙ୍କ ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ୯୬ରନରେ ଓଡ଼ିଶାର ୨ଟି ଉଇକେଟ ପତନ ଘଟିଥିଲା। ଶାନ୍ତନୁ ଓ ଗୋବିନ୍ଦ ପୋଦ୍ଦାର ସତର୍କତାର ସହ ବ୍ୟାଟିଂ କରି ୩ୟ ଉଇକେଟ ଭାଗିଦାରୀରେ ୫୪ରନ ସଂଗ୍ରହ କରିଥିଲେ। ଯାହା ଫଳରେ ଓଡ଼ିଶାର ସ୍ଥିତି ସୁଦୃଢ଼ ହୋଇଥିଲା। ୧୮୨ବଲରୁ ୬୬ରନ କରିଥିବା ଶାନ୍ତନୁ ପ୍ରିତମ ଦାସଙ୍କ ବଲରେ କ୍ୟାଚ୍‌ ଆଉଟ ହୋଇଥିଲେ। ୧୪୮ରନରେ ଓଡ଼ିଶାର ୩ୟ ଉଇକେଟ ପତନ ଘଟିଥିଲା। ପରେ ଓଡ଼ିଶାର ଦୁଇ ଭେଟେରାନ ଖେଳାଳି ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ଆସାମର ବୋଲିଂ ଆକ୍ରମଣକୁ ଧୈର୍ଯ୍ୟର ସହ ସମ୍ମୁଖୀନ କରିଥିଲେ। ଗୋବିନ୍ଦ ୧୪୩ବଲରୁ ୫୪ ଓ ବିପ୍ଳବ ୮୨ବଲରେ ୩୨ରନ କରି ଅପରାଜିତ ଅଛନ୍ତି। ଏହି ଦୁଇ ଖେଳାଳି ମଙ୍ଗଳବାର ଅଧିକ ସମୟ କ୍ରିଜରେ ରହିଲେ ଓଡ଼ିଶା ପ୍ରଥମ ଇନିଂସରେ ବିଶାଳ ସ୍କୋର କରିବ ବୋଲି ଆଶା କରାଯାଉଛି। ଆସାମ ପକ୍ଷରୁ ରଞ୍ଜିତ ମାଲି ୨ଟି ଓ ପ୍ରିତମ ଦାସଙ୍କୁ ଗୋଟିଏ ଉଇକେଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri