ଯୋଡ଼ା ସହରରେ ପଶିଲେ ହାତୀ

ଯୋଡ଼ା,୮ା୫(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହରରେ ଗୁରୁବାର ୧୮ଟି ହାତୀ ପଶି ଆତଙ୍କ ଖେଳାଇଥିଲେ। ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ସହରର ଗୋପମହାନ୍ତି ହାଟିଂସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଲା ସାହି, ସେଗ୍ରିଗେସନ ଅଞ୍ଚଳରେ ସନ୍ଧ୍ୟା ୭ଟା ବେଳେ ଉପଦ୍ରବ ଚଳାଇଥିଲେ। ତେବେ ହାତୀପଲ ସହରରେ ସେପରି କିଛି କ୍ଷୟକ୍ଷତି କରି ନ ଥିବା ବେଳେ ଏତେ ସଂଖ୍ୟକ ହାତୀଙ୍କୁ ଦେଖିବା ପାଇଁ ଲୋକେ ଭିଡ଼ ଜମାଇଥିଲେ। ଲକଡାଉନ୍‌ ଯୋଗୁ ସହରରେ ଲୋକଙ୍କ କମ୍‌ ଚଳପ୍ରଚଳ ଏବଂ ଖଣିଜ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହାନ ଚଳାଚଳ କମ୍‌ ରହୁଥିବାରୁ ହାତୀପଲ ସହରାଭିମୁଖୀ ହୋଇଛନ୍ତି। ଏକ ଦଶନ୍ଧି ପୂର୍ବେ ସହରରେ ଏହିପରି ହାତୀ ପ୍ରବେଶ କରି ବୁଲୁଥିବା ଦେଖିବାକୁ ମିଳିଥିଲା ବୋଲି ଯୋଡ଼ା ଅଞ୍ଚଳର ଶିକ୍ଷାବିତ୍‌ ସୋମନାଥ ମହାନ୍ତି କହିଛନ୍ତି। ଯୋଡ଼ା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର କୁହନ୍ତି ଯେ, ଖଣିଖାଦାନଗୁଡିକରେ ଉଚ୍ଚ ଶକ୍ତି ସମ୍ପନ୍ନ ବାରୁଦ ବିସ୍ଫୋରଣ, ଜଙ୍ଗଲକାଟ୍‌ ଓ ହାଇମାକ୍ସ ଲାଇଟ୍‌ ଯୋଗୁ ହାତୀପଲ ଜଙ୍ଗଲରେ ବିଚରଣ କରି ନ ପାରି ସହରାଭିମୁଖୀ ହେଉଛନ୍ତି। ଏ ସମ୍ପର୍କରେ ଯୋଡ଼ା ବନପାଳ ପିଅନ ନାଏକ କହିଛନ୍ତି ଯେ, ଏହି ୧୮ଟି ହାତୀ ମଧ୍ୟରେ ୪ଟି ଦନ୍ତା, ୮ଟି ମାଈ ଓ ୬ଟି ଛୁଆ ହାତୀ ଅଛନ୍ତି। ନିକଟସ୍ଥ ୧୪ ନଂ. ଓ୍ବାର୍ଡ ବିଛାକୁଣ୍ଡି ଓ ଯୋଡା ମଧ୍ୟରେ ଥିବା ଜଙ୍ଗଲରେ ଏହି ହାତୀପଲ ରହୁଥିବା ସେ ପ୍ରକାଶ କରିଛନ୍ତି। ଏହି ହାତୀପଲ ୧ ସପ୍ତାହ ହେବ ଯୋଡ଼ା ଭ୍ୟୁର ବଟନିକାଲ ପାର୍କରେ ଉପଦ୍ରବ ଚଳାଇ ବଗିଚାରେ ଥିବା ବୃକ୍ଷଲତାକୁ ଦଳିଚକଟି ନଷ୍ଟ କରି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରହିଗଲା ସ୍ବପ୍ନ, ଏବେ ବଞ୍ଚିବାକୁ ସଂଘର୍ଷ

ବାଲିଆପାଳ, ୩୦।୩(ଅମୂଲ୍ୟ କୁମାର ଦାସ): କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ। ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା...

ବିକ୍ରମଙ୍କ ପାଇଁ ୨ ବିରୋଧୀ ଅଡୁଆ

ବ୍ରହ୍ମପୁର,୩୦ା୩(ଅଶୋକ କୁମାର ସାହୁ): ସାଧାରଣ ନିର୍ବାଚନକୁ ନେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗୋପାଳପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ବିଜେଡି ପକ୍ଷରୁ ଚିତ୍ର...

ବଙ୍ଗୀୟ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

ମହାକାଳପଡ଼ା, ୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ନେଇ ୨୦୦୯ରେ ମହାକାଳପଡ଼ା ବିଧାନସଭା...

ପୁରୁଣା ଢଳେଇ ଭାଙ୍ଗି ତଳେ ବିଛାଚାଲିଛି

ଜଗତ୍‌ସିଂହପୁର,୩୦ା୩(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟରୁ ବଡ଼ବଜାର ରଶ୍ମି ହଲ ଛକ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ୧୦ନଂ. ଡିଷ୍ଟ୍ରିବ୍ୟୁଟାରିରେ ୬ କୋଟି...

ଅବଧି ସରିଲାଣି, ବିଜୁ ସେତୁ କାର୍ଯ୍ୟ ସରୁନି

ରସୁଲପୁର,୩୦ା୩(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ଗନ୍ଧଣ ପଞ୍ଚାୟତର ମଧୁବନ ଲକ୍ଷ୍ମୀ ବଜାର ଛକରୁ ଏକତଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୂଳ ଖରସ୍ରୋତା ନଦୀରେ...

ଅନ୍ତଃ କନ୍ଦଳରେ ବୁଡ଼ି ରହିଛି ଭାଜପା

ପଟ୍ଟାମୁଣ୍ଡାଇ ୩୦ା୩ ( କଳ୍ପତରୁ ନାୟକ): ନିର୍ବାଚନ କମିଶନର ରାଜ୍ୟରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ...

ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି

ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ...

କଂଗ୍ରେସ ନେତାଙ୍କ ଭରସା ପାଉନି

ଚଣ୍ଡିଖୋଲ,୩୦ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ଏକ ପ୍ରମୁଖ ନିବାଚନମଣ୍ଡଳୀ ଭାବେ ବଡ଼ଚଣା ବିଧାନସଭା କ୍ଷେତ୍ର ପରିଗଣିତ। ଯାଜପୁର ଜିଲାର ପ୍ରବେଶ ଦ୍ୱାର ଭାବରେ ସଦାସର୍ବଦା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri