Categories: ଖେଳ

ଯୋଗ୍ୟତା ଅର୍ଜନ କରିପାରିଲେନି ଲକ୍ଷ୍ୟ ସେନ

କୁଆଲାଲମ୍ପୁର, ୭ା୧ (ପି.ଟି.)- ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଟୁର୍ନାମେଣ୍ଟର ମୁଖ୍ୟ ଡ୍ର ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ପୁରୁଷ ସିଙ୍ଗଲ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଡେନମାର୍କର ହାନ୍ସ କ୍ରିଷ୍ଟିଆନଙ୍କଠାରୁ ସେ ୨୧-୧୧, ୧୮-୨୧, ୧୪-୨୧ ସେଟ୍‌ରେ ହାରିଯାଇଛନ୍ତି। ଶୁଭଙ୍କର ଦେ ଏବଂ ମହିଳା ଡବଲ୍ସ ଯୋଡ଼ି ପୂଜା ଦାଣ୍ଡୁ ଏବଂ ସଞ୍ଜନା ସନ୍ତୋଷ ମଧ୍ୟ ମୁଖ୍ୟ ଡ୍ର’ରେ ପ୍ରବେଶ କରିପାରି ନାହାନ୍ତି। ଶୁଭଙ୍କର ମାଲେସିଆର ଲିଉ ଡାରେନଙ୍କଠାରୁ ୧୫-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ମହିଳା ଡବଲ୍ସରେ ପୂଜା ଓ ସଞ୍ଜନା ଇଣ୍ଡୋନେସିଆର ସିତି ଫାଦିଆ ସିଲ୍‌ଭା ରାମାଧାନ୍ତି ଏବଂ ରିବ୍‌କା ସୁଗିଆର୍ତ୍ତୋଙ୍କଠାରୁ ୧୫-୨୧, ୧୦-୨୧ରେ ପରାଜିତ ହୋଇଛନ୍ତି। ସାତ୍ୱିକରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ସ୍ଥାନୀୟ ଖେଳାଳି ଅଙ୍ଗ୍‌ ୟି ସିନ୍‌

Share