ଯେଉଁଠି ଲୋକେ ମ।ତା ସୀତାଙ୍କୁ ରାବଣର ଝିଅ ମାନନ୍ତି

କେଲଂ :ଭାରତରେ ଧର୍ମଶାସ୍ତ୍ରରେ ଯାହା ମାନ୍ୟତା ରହିଛି ତା’ର ବ୍ୟତିକ୍ରମ ପରିଲକ୍ଷିତ ହୁଏ ବିଭିନ୍ନ ସ୍ଥାନରେ। ରାମାୟଣକୁ ନେଇ ଏମିତି ଏକ ଭିନ୍ନ ମାନ୍ୟତା ରହିଛି ହିମାଚଳ ପ୍ରଦେଶର ଲୋହୌଲ ସ୍ପିତିରେ। ସେଠାରେ ମାତା ସୀତାଙ୍କୁ ରାବଣର ଝିଅ ବୋଲି ଲୋକମାନେ ଗ୍ରହଣ କରନ୍ତି। ଏହା କୌଣସି ପୁସ୍ତକରେ ଉଲ୍ଲେଖ ହୋଇନାହିଁ, କିନ୍ତୁ ଲୋକମାନଙ୍କ ମଧ୍ୟରେ ଏଭଳି ବିଶ୍ୱାସ ବହୁଦିନରୁ ରହିଆସିଛି। ଲାହୁଲି ଭାଷାରେ କୌଣସି ରାମାୟଣ ଲେଖାଯାଇନି ବୋଲି କହନ୍ତି ଏ୍ୟତିହାସିକ ଛେରେଙ୍ଗି ଦୋର୍ଜି , କିନ୍ତୁ ଏଠାକାର ଲୋକମାନେ ଲୋକକଥା ଉପରେ ବିଶ୍ୱାସ କରି ସୀତାଙ୍କୁ ରାବଣର ଝିଅ ବୋଲି ମାନି ନେଇଛନ୍ତି। ଲୋହୌଲର ତ୍ରୈଲୋକ୍ୟନାଥ ମନ୍ଦିରରେ ଥିବା ମାତା ସୀତାଙ୍କୁ ଧରିତ୍ରୀ ପୁତ୍ରୀ କୁହାଯାଏ। ଏହି ମନ୍ଦିରରେ ସ୍ଥାପିତ ବୁଦ୍ଧଦେବଙ୍କ ମୂର୍ତ୍ତି ଉପରେ ସ୍ଥାପିତ ପ୍ରତିମାକୁ ମାତା ସୀତାଙ୍କ ସ୍ବରୂପ ବୋଲି ମାନନ୍ତି ଲୋହୌଲବାସିନ୍ଦା। କିଛି ଲୋକ ଏହାକୁ ଭଗବାନ୍‌ ଶିବଙ୍କ ସ୍ବରୂପ ବୋଲି କହନ୍ତି। ଏହା ଦେଶର ଏଭଳି ଏକ ମନ୍ଦିର, ଯେଉଁଠାରେ ହିନ୍ଦୁ ଓ ବୌଦ୍ଧ ଧର୍ମର ଲୋକମାନେ ସେମାନଙ୍କ ରୀତିନୀତିରେ ଏକାଠି ପୂଜା କରନ୍ତି। ଶିବ ଓ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ମନ୍ଦିରରେ ଦୀପ ବି ଜଳୁଛି। ସେହି ମନ୍ଦିରର ମୁଖ୍ୟ ଦ୍ୱାରରେ ଦୁଇଟି ଖମ୍ବ ରହିଛି। ଯେଉଁମାନେ ଖମ୍ବ ମଧ୍ୟରେ ପ୍ରବେଶ କରି ଚାଲିଯାଆନ୍ତି ସେମାନେ ପାପମୁକ୍ତ ବୋଲି ଲୋକମାନେ ଗ୍ରହଣ କରିନିଅନ୍ତି। ଯେତେ ଦୁର୍ବଳ ହେଲେ ବି ଯଦି ପାପୀ ସେମାନେ ଖମ୍ବ ମଧ୍ୟରେ ଅଟକି ଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri