ଯୁକ୍ତ ଦୁଇ ଜିଲା ଟପ୍ପରଙ୍କୁ ଜିଲାପାଳଙ୍କ ଆର୍ଥତ୍କ ସହାୟତା: ପଢ଼ାଖର୍ଚ୍ଚ ବହନ କରିବାକୁ କୃତାର୍ଥଙ୍କ ପ୍ରତିଶ୍ରୁତି

ଅନୁଗୋଳ ଅଫିସ/ବନ୍ତଳା, ୨୬।୬- ଯୁକ୍ତ ଦୁଇ କଳାରେ ଅନୁଗୋଳ ଜିଲା ଟପ୍ପର ହୋଇଥିବା ମଧୁସ୍ମିତା ବେହେରାଙ୍କୁ ଜିଲାପାଳ ମନୋଜ କୁମାର ମହାନ୍ତି ମଙ୍ଗଳବାର ୫ ହଜାର ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି। ଏଥିସହିତ ଭବିଷ୍ୟତରେ ଆହୁରି ଅଧିକ ପରିଶ୍ରମ କରି ଜିଲା ପାଇଁ ସୁନାମ ଅର୍ଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ଏହି ମେଧାବୀ ଛାତ୍ରୀଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ବଲିଉଡରେ କାମ କରୁଥିବା ଅନୁଗୋଳ ଖାଲଗଁାର କୃତାର୍ଥ ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ପୋକତୁଙ୍ଗା ଗ୍ରାମର ମଧୁସ୍ମିତା ଯୁକ୍ତ ଦୁଇ କଳାରେ ୪୯୯ ମାର୍କ ରଖିଛନ୍ତି। ବନ୍ତଳା ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାସ୍‌ କରିବା ପରେ ସେ ଯୁକ୍ତ ୩ରେ ରାଜନୀତି ବିଜ୍ଞାନ ସମ୍ମାନ ନେଇ ରେଭେନ୍ସାରେ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ବାପା ପଦ୍ମଚରଣ ବେହେରା ଚା ଦୋକାନ କରିଥିବାରୁ ପରିବାରର ଆର୍ଥିକ ଅବସ୍ଥା ଆଦୌ ଭଲ ନୁହେଁ। ମାଟ୍ରିକ ପାସ୍‌ କରିବା ପରେ ବହୁ କଷ୍ଟରେ ସେ ଯୁକ୍ତ୨ ପଢ଼ିପାରିଛନ୍ତି। ତେଣୁ ଆଗାମୀ ଦିନରେ ଉଚ୍ଚ ଶିକ୍ଷାରେ ଅର୍ଥ ବାଧକ ସାଜିବା ନେଇ ସେ ଚିନ୍ତିତ ଥିବା ମଧୁସ୍ମିତା କହିଛନ୍ତି। ଗତ ୨୪ ତାରିଖରେ ତାଙ୍କ ପାଠପଢ଼ାରେ ଅର୍ଥ ବାଧକ ସାଜିଥିବା ସମ୍ପର୍କରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ପ୍ରଶାସନ ଓ ମୁମ୍ବାଇରୁ ତାଙ୍କୁ ସହାୟତାର ହାତ ବଢ଼ିଥିବା ମଧୁସ୍ମିତା ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଜୟ କୁମାର ସାହୁ କହିଛନ୍ତି, ଅଭାବ ଅନାଟନ ସତ୍ତ୍ବେ ମଧୁସ୍ମିତା କଠିନ ପରିଶ୍ରମ କରି ୮୩.୧୬ ପ୍ରତିଶତ ମାର୍କ ରଖି ଜିଲା ପାଇଁ ଗୌରବ ଆଣିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri