ଯିଶୁଙ୍କ ଜନ୍ମ ମନୁଷ୍ୟ ଜାତି ପାଇଁ

ହରିଶ୍ଚନ୍ଦ୍ର ଅରିଶଲ୍ୟ
ପ୍ରଭୁ ଯିଶୁ ଡିସେମ୍ବର ୨୫ରେ ଜନ୍ମଗ୍ରହଣ କରିଥିବା ପ୍ରମାଣ ବାଇବେଲରେ ନାହିଁ। ବାଇବେଲରେ ଉଲ୍ଲେଖ ଅଛି, ”ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହ ଥିଲେ ଏବଂ ସେହି ବାକ୍ୟ ଈଶ୍ୱର ଥିଲେ।“ ଯୋହନ:୧:୧। ବାଇବେଲ କୁହେ, ”ଈଶ୍ୱର ଜଗତକୁ ଏପରି ପ୍ରେମ କଲେ ଯେ, ସେ ତାହାଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ଯୋହନ ୩:୧୬। ପ୍ରଭୁ ଯିଶୁ ଈଶ୍ୱରଙ୍କ ଅନ୍ୟତମ ମନୁଷ୍ୟ ଅବତାର ଅଟନ୍ତି। ଯିଶୁଙ୍କ ଏହି ଅବତାର ଗ୍ରହଣ ଘଟଣାକୁ ମେରୀ କ୍ରିସ୍‌ମାସ ବା ବଡ଼ଦିନ ରୂପେ ବିଶ୍ୱବ୍ୟାପୀ ପାଳନ କରାଯାଏ।
କ୍ରିସ୍‌ମାସ ଉତ୍ସବ ପାଳନ ଅବସରରେ ପ୍ରଭୁ ଯିଶୁଙ୍କ ସମ୍ପର୍କିତ ଦୁଇଟି ଘଟଣା ଉଲ୍ଲେଖନୀୟ। ଯିଶୁ କୁଷ୍ଠରୋଗୀମାନଙ୍କୁ ସ୍ପର୍ଶ କରି ସମ୍ପୂର୍ଣ୍ଣ ସୁସ୍ଥ କରିଥିଲେ। ସାଧାରଣତଃ କୁଷ୍ଠରୋଗୀମାନଙ୍କୁ ସମାଜରେ ଘୃଣା କରାଯାଏ। କିନ୍ତୁ ପ୍ରଭୁ ଯିଶୁ ସେମାନଙ୍କୁ ଆପଣାର କରିଥିଲେ। ଅର୍ଥାତ୍‌ ସେ ସମଗ୍ର ମାନବ ଜାତି ନିମନ୍ତେ ଅବତାର ନେଇଥିଲେ। ଦ୍ୱିତୀୟ ଘଟଣା- କେତେକ ଆତ୍ମଗର୍ବୀ ଧାର୍ମିକ ଲୋକ ଜଣେ ମହିଳାଙ୍କୁ ଦେହ ବ୍ୟବସାୟରେ ଲିପ୍ତ ଥିବା ଦେଖି ତାଙ୍କୁ ଘେରି ଦଣ୍ଡ ଦେବା ପାଇଁ ଉଦ୍ୟମ କରୁଥିଲେ। ଏହି ସମୟରେ ପ୍ରଭୁ ଯିଶୁ ସେଠାରେ ପହଞ୍ଚିଲେ। ମହିଳା ଜଣକ ଯିଶୁଙ୍କ ପାଦତଳେ ପଡ଼ି ତାଙ୍କୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ। ପ୍ରଭୁ ଉତ୍ତ୍ୟକ୍ତ ଲୋକମାନଙ୍କୁ ପଚାରିଲେ- ଏପରି ପାପିନୀକୁ କିପରି ଦଣ୍ଡ ଦେବା ପାଇଁ ତୁମ ଧର୍ମଶାସ୍ତ୍ରରେ ଲେଖା ଅଛି? ସେମାନେ କହିଲେ- ଏପରି ପାପିନୀକୁ ପଥର ଫୋପାଡି ମୃତ୍ୟୁଦଣ୍ଡ ଦେବା ପାଇଁ ମୋସା କହିଛନ୍ତି। ଯିଶୁ କହିଲେ, ତା’ହେଲେ ଠିକ୍‌ ଅଛି- ତୁମମାନଙ୍କ ମଧ୍ୟରୁ ଯିଏ କେବେ ବି ଜୀବନରେ ପାପ କରିନାହିଁ, ସେ ପ୍ରଥମେ ପଥର ମାରୁ। ଏହା ଶୁଣିଲା ପରେ ସମସ୍ତେ ଜଣ ଜଣ କରି ତଳେ ପଥର ପକାଇ ସେହି ସ୍ଥାନ ଛାଡି ଚାଲିଗଲେ। କାରଣ କେହି ହେଲେ ସମ୍ପୂର୍ଣ୍ଣ ନିଷ୍ପାପ ନ ଥିଲେ। ତା’ପରେ ଯିଶୁ ସେହି ମହିଳାଙ୍କୁ କହିଲେ, ”ଯାଅ, ଆଜିଠାରୁ ପାପ କର ନାହିଁ।“ ସେହି ମହିଳା ଜଣକ ହେଉଛନ୍ତି ମେରୀ ମ୍ୟାଗ୍‌ଡାଲିନ, ଯେ କି ପରେ ପ୍ରଭୁ ଯିଶୁଙ୍କ ପରମ ଭକ୍ତ ପାଲଟିଯାଇଥିଲେ।
ଯିଶୁଙ୍କ ଜନ୍ମର ଏକମାତ୍ର ଲକ୍ଷ୍ୟ ଥିଲା, ପାପୀ ମଣିଷକୁ ଉଦ୍ଧାର କରିବା। ବାଇବେଲ କୁହେ, ”ମନୁଷ୍ୟପୁତ୍ର ପରିତ୍ରାଣ ଦାନ କରିବାକୁ ଏବଂ ସେବା କରିବାକୁ ଆସିଥିଲେ।“ ଯିଶୁ ହେଉଛନ୍ତି ଜୀବର ତ୍ରାଣକର୍ତ୍ତା। ଉଲ୍ଲେଖନୀୟ ଯେ, ପ୍ରଭୁ ଯିଶୁଙ୍କ ଜନ୍ମ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ, ସମାଜ, ଗୋଷ୍ଠୀ ପାଇଁ ହୋଇ ନ ଥିଲା, ସେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଙ୍କ ପାଇଁ ଜନ୍ମିଥିଲେ। ବାଇବେଲ କହେ, ”ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରକୁ ପ୍ରେରଣ କରି ନ ଥିଲେ, ବରଂ ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କରିଥିଲେ। ଏହି ମେରୀ କ୍ରିସ୍‌ମାସରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରି ନୂତନବର୍ଷ ୨୦୨୦ରେ ଶାନ୍ତିମୟ ଜୀବନ ପ୍ରଦାନ କରନ୍ତୁ, ଏତିକି ପ୍ରାର୍ଥନା।
ଗୁଡ୍‌ ଶେଫାର୍ଡ ଚର୍ଚ୍ଚ ଅଫ୍‌ ଇଣ୍ଡିଆ,ସିକନ୍ଦରାବାଦ, ମୋ-୯୪୯୪୭୮୨୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri