ଯାତ୍ରା ଜଗତର ସୁକଣ୍ଠି ଗାୟିକା

ଆସନ୍ତାକାଲିକୁ ଦେଖିଛି କିଏ? ତେବେ ସମସ୍ତେ ସବୁବେଳେ ନିଜକୁ ପ୍ରସ୍ତୁତ କରୁଥାନ୍ତି ସେହି ଆସନ୍ତାକାଲିକୁ ସାମ୍ନା କରିବା ପାଇଁ। ଠିକ୍‌ ଯେମିତି ଓଡ଼ିଆ ଯାତ୍ରା ଜଗତର ଉଦ୍ଦୀୟମାନା ଗାୟିକା ପ୍ରମିଳା ଜେନା ଓରଫ୍‌ ପମି। ସେ ତ କେବଳ ଗୀତ ଗାଉଥିଲେ। ଆଉ ଗୀତ ବି ଶିଖୁଥିଲେ। ମାତ୍ର ସେ କ’ଣ ଜାଣିଥିଲେ ଯେ, ତାଙ୍କର ଭବିଷ୍ୟତ – ତାଙ୍କର ଆସନ୍ତାକାଲି ତାଙ୍କୁ ଟାଣିଆଣିବ ଯାତ୍ରାକୁ? ହଁ, ତାହା ହିଁ ହୋଇଛି। ଏବେ ବାଘାଯତୀନ ଲୋକନାଟ୍ୟର କ୍ୟାମ୍ପ ପ୍ରତ୍ୟେକ ରାତିରେ ପମିଙ୍କ ସ୍ବରରେ ସୁରିଲା ହେଉଛି। କେନ୍ଦୁଝର ଜିଲ୍ଲାର ସୋସୋ ନିକଟବର୍ତ୍ତୀ ବେରୁଣପଦୀ ଗ୍ରାମରେ ହରେକୃଷ୍ଣ ରାଉତ ଓ ରାଧାରାଣୀ ରାଉତଙ୍କ କୋଳରେ ଜନ୍ମ ହୋଇଥିଲେ ପମି। ତେବେ ଜେଜେ ଭାସ୍କର ରାଉତ ଥିଲେ ତାଙ୍କର ସବୁକିଛି। ଜେଜେ ହିଁ ସ୍ବପ୍ନ ଦେଖୁଥିଲେ ପମି ଗାୟିକା ହେଉ। ସେଥିଲାଗି ସେ ଭଦ୍ରକ ମନମୋହନ କଳା ପରିଷଦକୁ ନେବା ଆଣିବା କରି ତାଙ୍କୁ ଗୀତ ଶିଖାଉଥିଲେ। ପିଲାଟି ବେଳୁ ଭାରି ସୁନ୍ଦର ଗାଉଥିଲେ ପମି। ସ୍କୁଲ୍‌ରେ ଜାନୁଆରୀ ୨୬ ହେଉ କି ଅଗଷ୍ଟ ୧୫ – ସେ ଗୀତ ଗାଇ ସମସ୍ତଙ୍କୁ ଖୁସି କରି ପାରୁଥିଲେ। ସେହିଭଳି ଏକ ଫଙ୍କସନ୍‌କୁ ଆସିଥିଲେ ସେତେବେଳେ ଓଡ଼ିଶା ଅପେରାରେ ଥିବା ବୁଲୁ ବିଶ୍ୱାଳ। ସେ ହିଁ ପମିଙ୍କ ପ୍ରତିଭାକୁ ଠାବ କଲେ। ଆଉ ତାଙ୍କୁ ଯାତ୍ରାକୁ ଯିବାକୁ କହିଲେ। ସେତେବେଳେ ବୟସ ହୋଇ ନଥିଲେ ମଧ୍ୟ ଗୀତର ମାୟା ଏମିତି କାବୁ କରି ନେଇଥିଲା ଯେ, ବାପାମା’ଙ୍କ ପ୍ରତିରୋଧ ସତ୍ତ୍ୱେ ସେ ଆସି ଯୋଗଦେଲେ ଓଡ଼ିଶା ଅପେରାରେ। ଶିଶୁ କଳାକାରଙ୍କ ପାଇଁ ଗୀତ ଗାଇଲେ। ବାସ୍‌, ଏମିତିରେ ବିତି ଚାଲିଲା ସମୟ। ଓଡ଼ିଶା ଅପେରାରୁ ଆସି ସେ ନିୟତି ଗଣନାଟ୍ୟ, ଗଙ୍ଗୋତ୍ରୀ ଗଣନାଟ୍ୟ, ତ୍ରିନାଥ ଅପେରା, ମୁକ୍ତେଶ୍ୱର ଅପେରା ତଥା ସାହାଣୀ ଅପେରାରେ ଗୀତ ଗାଇଲେ। ପ୍ରସିଦ୍ଧ ଓଲିଉଡ୍‌ ଗାୟିକା ଈରା ମହାନ୍ତିଙ୍କ ଗୀତ ତାଙ୍କ କଣ୍ଠକୁ ଭାରି ଭଲମାନେ। ଆଉ ଦର୍ଶକମାନେ ବି ପସନ୍ଦ କରନ୍ତି। ସେତିକିନୁହେଁ, ଈରା ମହାନ୍ତିଙ୍କ ଗୀତ ହିଁ ତାଙ୍କୁ ଖୋଜି ଦେଇଥିଲା ତାଙ୍କର ଜୀବନ ସାଥୀ ସୁବାସ ଜେନାଙ୍କୁ। ଯେଉଁ ପାର୍ଟିରେ ପମି ଗୀତ ଗାଉଥିଲେ ସେହି ପାର୍ଟିରେ ସୁବାସବାବୁ ଥିଲେ ଜଣେ ଆଙ୍କର ଓ ଅଭିନେତା। ସେ ପମିଙ୍କୁ ଭଲପାଇ ବସିଲେ। ସମ୍ଭବତଃ ଭାଗ୍ୟର ଲିଖନ ତାହା ଥିଲା। ଉଭୟ ପରିବାରର ସମ୍ମତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହେଲେ। ଯାତ୍ରା ସହିତ ପରିବାରକୁ କେମିତି ସନ୍ତୁଳନ କରି ଚଳେଇ ହେବ ସେକଥା ପ୍ରମାଣିତ କରି ଦେଖାଇଛନ୍ତି ସେ। ସେ ମଞ୍ଚରେ ଯେମିତି ସୁକଣ୍ଠି ଗାୟିକା ଘରେ ସେମିତି ସୁନାନାକୀ ସୁନା ବୋହୂ। ଘର, ପରିବାର ସହିତ ପେସାକୁ ସନ୍ତୁଳିତ କରି ଚଳେଇଲେ ଯାତ୍ରା ପ୍ରତି ସାଧାରଣରେ ଥିବା ଭୁଲ ଭାବନାକୁ ଦୂର କରାଯାଇପାରିବ ବୋଲି କହନ୍ତି ପମି। ଆଙ୍କର ଅଭିନେତା ସ୍ବାମୀ ସୁବାସଙ୍କ ପ୍ରେରଣା ଓ ସହଯୋଗ ତାଙ୍କୁ ଆଗକୁ ଆଗକୁ ବାଟ କଢ଼େଇ ନଉଛି ବୋଲି ଏହି ଗାୟିକାଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri