ଯାତ୍ରା ଏମାନଙ୍କ ପ୍ରଥମ ପ୍ରେମ

ଯାତ୍ରାକୁ ସମସ୍ତେ ଭଲପାଆନ୍ତି। ମାତ୍ର ଏମାନଙ୍କ ପରି ଯାତ୍ରାକୁ କେହି ଭଲ ପାଇ ପାରିବେ ନାହିଁ। ଏମାନେ ବର୍ଷସାରା ଯାତ୍ରା ଦେଖନ୍ତି। ରିହର୍ସାଲ ଠାରୁ ଆରମ୍ଭ ହୁଏ ଏମାନଙ୍କ ଯାତ୍ରାର ଯାତ୍ରା। ସୋସିଆଲ ମିଡିଆ ମାଧ୍ୟମରେ ଏମାନେ ଯାତ୍ରାର ଟିକିନିଖି ବିବରଣୀ ଯୋଗେଇ ଦିଅନ୍ତି ଯାତ୍ରାପ୍ରେମୀ ଦର୍ଶକମାନଙ୍କୁ। କେହିକେହି ଏମାନଙ୍କୁ ପାଗଳ କହନ୍ତି। ତ ଆଉ କେହିକେହି କହନ୍ତି ଯାତ୍ରାପ୍ରେମୀ। ଏହି ଦୁଇ ଯାତ୍ରାପ୍ରେମୀ ହେଉଛନ୍ତି ବଳରାମ ଦାସ ଓ ମାଇକେଲ୍‌।

ମାଇକେଲ୍‌ଙ୍କ ପ୍ରକୃତ ନାମ ହେଉଛି ବିନୋଦ ବେହେରା। ତେବେ ସେ ସମଗ୍ର ଯାତ୍ରା ଇଣ୍ଡଷ୍ଟ୍ରିରେ ମାଇକେଲ୍‌ ନାମରେ ପ୍ରସିଦ୍ଧ। ମାଇକେଲ୍‌ଙ୍କ ଘର ବାଙ୍କୀ ବ୍ଲକ୍‌ର ବଳଭଦ୍ର ପଞ୍ଚାୟତ ମାନପୁରସାହି। ମାଟ୍ରିକ୍‌ ପଢ଼ିବା ପରଠୁ ତାଙ୍କର ଯାତ୍ରା ପ୍ରତି ପ୍ରେମ। ୟା ଭିତରେ ୧୦/୧୫ବର୍ଷ ବିତିଗଲାଣି। ମାଇକେଲ୍‌ କହନ୍ତି, ଯାତ୍ରା ହେଉଛି ଆମର ନିଜର। ତାକୁ ଘରେଘରେ ପହଞ୍ଚାଇବା ମୋର ଲକ୍ଷ୍ୟ। ମୁଁ ସେଥିଲାଗି ପ୍ରତ୍ୟେକ କଳାକାରଙ୍କୁ ନେଇ ଲାଇଭ୍‌ କରେ। ସିନ୍‌ ସବୁକୁ ଲାଇଭ୍‌ କରେ। ଫଳରେ ଲୋକମାନେ ଘରେ ବସି ମଧ୍ୟ ମାଇକେଲ୍‌ ଲାଇଭ୍‌ରୁ ଯାତ୍ରାକୁ ଦେଖିପାରନ୍ତି। ଆଉ ଯାତ୍ରା ମଞ୍ଚ ଆଡ଼କୁ ଆକର୍ଷିତ ହୁଅନ୍ତି। ମୁଁ ଯେ କେବଳ ଯାତ୍ରା ଆର୍ଟିଷ୍ଟଙ୍କୁ ଭଲପାଏ ତାହା ନୁହେଁ; ସେମାନଙ୍କର ପରିବାର ସହିତ ମଧ୍ୟ ମିଳାମିଶା କରେ। କାରଣ ସେମାନେ ବହୁ କଷ୍ଟ ସହି ଗୋଟିଏ ଗୋଟିଏ କଳାକାର ଉପହାର ଦେଇଛନ୍ତି ଯାତ୍ରାଜଗତକୁ।

ବଳରାମ ଦାସଙ୍କୁ ଯାତ୍ରାପ୍ରେମୀଙ୍କ ନିକଟରେ ଆଉ ପରିଚିତ କରେଇବାର ଆବଶ୍ୟକତା ନାହିଁ। ପ୍ରତ୍ୟେକ ଯାତ୍ରା କଳାକାର, ଯାତ୍ରା ଦର୍ଶକ, ଯାତ୍ରା ମାଲିକ, ଯାତ୍ରା ପରିଚାଳକ ସମସ୍ତଙ୍କ ପାଖରେ ଏକ ଅତି ପରିଚିତ ନଁା ବଳରାମ ଦାସ। ବୃତ୍ତିରେ ଇଞ୍ଜିନିୟର। ତଥାପି ସିଫ୍ଟ ବଦଳେଇ ରାତିରେ ସେ ଧାଇଁ ଆସନ୍ତି ଯାତ୍ରାକୁ। ନିଜ ଖର୍ଚ୍ଚରେ ଘରଭଡ଼ା ନେଇ ରହନ୍ତି। ଖୁସିରେ ହୁଏତ କେବେ କେହି ତାଙ୍କୁ କିଛି ଦେଇ ପାରିଥାଏ, ହେଲେ ଯାତ୍ରାକୁ ନେଇ, ଯାତ୍ରାର କଳାକାରଙ୍କୁ ଘରେ ଘରେ ପରିଚିତ କରିବା ନେଇ ବଳରାମ ଯାହା କରିଛନ୍ତି ତାହାର ମୂଲ୍ୟ କେବେ କେହି ଦେଇପାରିବ ନାହିଁ। ଆଜି ଯଦି ଯାତ୍ରା କଳାକାରଙ୍କ ଠୁ ଆରମ୍ଭ କରି ମଞ୍ଚ ପଛରେ ଥିବା ମଣିଷଙ୍କୁ ପ୍ରତ୍ୟେକ ଲୋକ ଜାଣିଛନ୍ତି ତାହା ପଛରେ ରହିଛି ବଳରାମ ଦାସଙ୍କର ହାତ।

ଯାତ୍ରାର ପ୍ରଚାର ପ୍ରସାର ପାଇଁ ବଳରାମ କିମ୍ବା ମାଇକେଲ୍‌ଙ୍କୁ କେହି ଦାୟିତ୍ୱ ଦେଇନି। ମାତ୍ର ଏହାକୁ ସେମାନେ ନିଜର ଦାୟିତ୍ୱ ବୋଲି ମାନି ନେଇଛନ୍ତି। ସେମାନେ ଜାଣିଛନ୍ତି – ଯାତ୍ରାର ପ୍ରଚାର ପ୍ରସାର କଲେ ପ୍ରଶଂସା ହୁଏ ତ ମିଳି ନ ପାରେ। ଲୋକେ ନାକଟେକି ପାରନ୍ତି। ସେମାନଙ୍କୁ ପାଗଳ କହି ଘୃଣା ବି କରିପାରିନ୍ତି। ତଥାପି ସେମାନେ ତାହା କରୁଛନ୍ତି। କାରଣ ଯାତ୍ରା ହେଉଛି ଏ ଦୁଇ ଜଣଙ୍କର ପ୍ରଥମ ପ୍ରେମ। ସେମାନଙ୍କ ପାଇଁ କଳା ହେଉଛି ପୂଜା। ଆଉ କଳାକାର ହେଉଛନ୍ତି ଜଣେଜଣେ ଭଗବାନ। ସେହି କଳା ଆଉ କଳାକାରଙ୍କ ପୂଜା କରିବା ଉଭୟ ମାଇକେଲ ଓ ବଳରାମଙ୍କ ପାଇଁ ପାଲଟିଛି ପ୍ରାଥମିକ କାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ଦୁଃଖ ବଖାଣିଲେ ମାନୁଷୀ ଛିଲ୍ଲର: ମୋତେ ବି ୨ଥର….

ନିଟ୍‌ ପେପର ଲିକ ପ୍ରସଙ୍ଗ ବିରୋଧରେ ଚାଲିଥିବା ଛାତ୍ର ପ୍ରତିବାଦକୁ ଅଭିନେତ୍ରୀ ମାନୁଷୀ ଛିଲ୍ଲର ମଧ୍ୟ ସମର୍ଥନ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏ ବିଷୟରେ…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri