ଯାତ୍ରା ଅଲରାଉଣ୍ଡର ଦୀପ୍ତିଦିବ୍ୟ ଓରଫ୍‌ ମାନା

”ଜିନା ତେରି ଗଲି ମେଁ। ମରନା ତେରି ଗଲି ମେଁ। କଅଁଳ ଘାସ ଦେଖିଲେ ଛେଳି ଛୁଆଟା ଖାଲି ମେଁ ମେଁ। ଆଚ୍ଛା ତୋ ବୟଫ୍ରେଣ୍ଡ!“ ଏମିତି ଏକ ମାନିଆ ଡାଏଲଗ୍‌ ରହିଛି ଚଳିତବର୍ଷର ଏକ ବହୁ ଚର୍ଚ୍ଚିତ ନାଟକ ସି.ଆଇ.ଡି. ଦୟାରେ। ଆଉ ଏଭଳି ଡାଏଲଗ୍‌ କହି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଦଉଥିବା କଳାକାର ଜଣକ ହେଉଛନ୍ତି ଦୀପ୍ତିଦିବ୍ୟ। ଦୀପ୍ତିଦିବ୍ୟ ତାଙ୍କର ପିତୃମାତୃଦତ୍ତ ନାମ। ହେଲେ ଯାତ୍ରାରେ ସେ ମାନା ଭାବରେ ପରିଚିତ। ମାନା ଜଣେ ଅଲରାଉଣ୍ଡର ଆର୍ଟିଷ୍ଟ। ସେ ହିରୋ କରିପାରନ୍ତି। ଆଣ୍ଟିହିରୋ ସାଜିପାରନ୍ତି। ଖଳନାୟକ ଭୂମିକାରେ ଅଭିନୟ କରିପାରନ୍ତି। ପୁଣି ଚରିତ୍ର ଭୂମିକା ବି ତୁଲେଇ ପାରନ୍ତି। ଘର ଜଗତ୍‌ସିଂହପୁର ଜିଲାର ରାଢ଼ଙ୍ଗ। ତାଙ୍କର ଆଉ ଏକ ପରିଚୟ ସେ ହେଉଛନ୍ତି ଯାତ୍ରା ଜଗତର ଅଭିଜ୍ଞ ଚରିତ୍ର ଅଭିନେତା ଅଶୋକ ରାଉତଙ୍କ ପୁତୁରା। ପିଲାବେଳେ ତ ଯାତ୍ରା ପ୍ରତି ରୁଚିଥିଲା। ଥରେ ସେ ଡ୍ରାମାରେ ପ୍ରକ୍ସି ଭୂମିକା କରୁଥିଲେ। ସେଇଠି ତାଙ୍କୁ ଦେଖିଥିଲେ ଅଶ୍ରୁମୋଚନ। ସେ ତାଙ୍କୁ ନେଇ ଆସିଲେ ରବୀନ୍ଦ୍ରମଣ୍ଡପ। ଆଉ ରବୀନ୍ଦ୍ରମଣ୍ଡପରୁ ପେସାଦାର ଯାତ୍ରା। ୧୯୯୮ ମସିହାରେ ସେ ପ୍ରଥମେ ଆସିଲେ ତୁଳସୀ ଗଣନାଟ୍ୟକୁ। ତାଙ୍କୁ ମିଳିଲା ପାର୍ଶ୍ୱନାୟକର ଭୂମିକା। ତୁଳସୀରୁ ଆସିଲେ ସାହାଣୀ ଅପେରା। ଏହି ସାହାଣୀ ଅପେରାରେ ହିଁ ତାଙ୍କ ପ୍ରତିଭା ଲୋକଲୋଚନକୁ ଆସିଲା ବୋଲି କହନ୍ତି ଦୀପ୍ତିଦିବ୍ୟ ଓରଫ୍‌ ମାନା। ସାହାଣୀ ଅପେରାର ପୃଷ୍ଠପୋଷକ ଫକୀର ମୋହନ ସାହାଣୀ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନିଲେ। ତାଙ୍କୁ ଆକ୍ଟିଂ ସହିତ ଆଙ୍କରିଂର ସୁଯୋଗ ଦେଲେ। ପୁଣି ମେଲୋଡ଼ିରେ ଗୀତ ଗାଇବାକୁ ମଧ୍ୟ ପ୍ରୋତ୍ସାହିତ କଲେ। ସେଇଠି ତାଙ୍କୁ ମିଳିଲା ନାୟକ ପୁଣି ଆଣ୍ଟିହିରୋର ଭୂମିକା। ଏହା ପରେପରେ ସେ ସାତଶଙ୍ଖ, ପାର୍ବତୀ, ବିଶ୍ୱ ରଙ୍ଗମହଲ, କଳିଙ୍ଗ ଆଦିରେ ଅଭିନୟ କରି ସମ୍ପ୍ରତି ଯାତ୍ରା ସ୍ବପ୍ନମହଲରେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗାସିଲଟ, ଦ୍ୱିତୀୟ ପୁରୁଷ, ପାଣି କୋଇଲିର ରାଣୀ ମାଉସୀ, କୁନି ନୂଆବଉ ଟିକି ଦିଅର, ସଉତୁଣୀ, ମଙ୍ଗୁଳି ଛକର ଲଙ୍ଗଳା ଲୋକ, କହିଦେଲେ ତୁ ମରିଯିବି ମୁଁ, ସୁନା ପଞ୍ଜୁରି ମାଟିର ଶାରୀ, ଆପଣମାନେ ଖୁସି ତ, ସି.ଆଇ.ଡି. ଦୟା ଏବଂ ଆହୁରି ଅନେକ। ସେ ଆଜି ଯଦି ଯାତ୍ରାକୁ ଆସି ତିଷ୍ଠିପାରିଛନ୍ତି ତା’ପଛରେ ରହିଛି ତାଙ୍କ ପରିବାରର ଅକୁଣ୍ଠ ସମର୍ଥନ। ବାପା ପ୍ରଫୁଲ୍ଲ କୁମାର ରାଉତ ଏବଂ ମା’ ଚପଳା ମହାନ୍ତିଙ୍କ ଆଶୀର୍ବାଦ ତଥା ପୋଲିସ ଚାକିରିରେ କାର୍ଯ୍ୟରତ ତାଙ୍କର ସାନ ଭାଇ ମୁକ୍ତିଦିବ୍ୟ (କୁନା)ର ଭଲ ପାଇବା ତାଙ୍କୁ ଏ ଦିଗରେ ଆଗକୁ ବାଟ କଢ଼େଇ ନଉଛି ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

Dhurandhar: ଫିଲ୍ମ ନିର୍ମାଣ ପାଇଁ ଲାଗିଥିଲା କେତେ ବର୍ଷ? ଜାଣନ୍ତୁ କେତେ ଟଙ୍କା ହୋଇଥିଲା ଖର୍ଚ୍ଚ

ମୁମ୍ବାଇ: ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଧୁରନ୍ଧର’ ବର୍ତ୍ତମାନ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଏବଂ ଦର୍ଶକଙ୍କ ମଧ୍ୟରେ ଖୁବ ଚର୍ଚ୍ଚା ସୃଷ୍ଟି କରୁଛି।...

‘ଜେଲର୍‌ ୨’ରେ ବିଦ୍ୟା ବାଲନ

ମୁମ୍ବାଇ: ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ବକ୍‌ବଷ୍ଟର୍‌ ଫିଲ୍ମ ‘ଜେଲର୍‌’ର ସିକ୍ୱେଲ ‘ଜେଲର୍‌ ୨’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏହି ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟରେ ବଲିଉଡ...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri