ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ ଦିନରେ ଟ୍ରାଫିକ୍‌ ଛକଠାରେ ପୂର୍ବରୁ ଥିବା ପରିବା ଗୋଦାମ ନିକଟରେ ଦୋକାନୀମାନଙ୍କୁ ରାସ୍ତାକୁ ନ ଛାଡି ପନିପରିବା ରଖିବା ପାଇଁ ତାଗିଦ୍‌ କରାଯାଇଥିଲା। ହେଲେ ଦୋକାନୀମାନେ ଏହାକୁ ନ ମାନି ରାସ୍ତା ଉପରକୁ ମଡ଼ାଇ ଜିନିଷପତ୍ର ରଖିଥିବାରୁ ମ୍ୟୁନିସିପାଲିଟି ସେ ସବୁକୁ ନେଇଯାଇଛି। ପରିବା ଦୋକାନୀଙ୍କ ପରିବା ଓ ଫଳ ଦୋକାନୀଙ୍କ କେତେଗୁଡ଼ିଏ ଫଳ ପେଟିକୁ ଉଠାଇ ନେଇ ଯାଇଛନ୍ତି ମ୍ୟୁନିସିପାଲିଟି କର୍ମଚାରୀ। ଯାହାକୁ ନେଇ ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେହିପରି ସହରର ବିଭିନ୍ନ ସ୍ଥାନରେ ଉଠା ଦୋକାନୀ ଓ କ୍ୟାବିନ୍‌ କରିଥିବା ପାନ ଦୋକାନୀଙ୍କୁ ଟାର୍ଗେଟ୍‌ କରିଛି ମ୍ୟୁନିସିପାଲିଟି। ଏମାନେ ବିଭିନ୍ନ ସମୟରେ ରାଜପଥ କଡ଼ରେ ଜିନିଷ ବିକ୍ରି କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ତାହା ସମାଧାନ କରିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଏହିଭଳି କରାଯାଉଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷେ କିଛି ବେପାରୀ କୁହନ୍ତି ଭେଣ୍ଡିଂ ଜୋନ୍‌ ନ ହେବାରୁ ଆମେମାନେ ଏଠାରେ ବସି ବିକ୍ରି କରୁଛୁ। ଆମ ଜିନିଷ ଆସି ନଷ୍ଟ କରିବା ଓ ନେଇଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ମ୍ୟୁନିସିପାଲିଟିର ଜଣେ କର୍ମଚାରୀ କୁହନ୍ତି ବେପାରୀମାନଙ୍କୁ ତାଗିଦ୍‌ କଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ତେଣୁ ଆମେ ବାଧ୍ୟ ହୋଇ ଜିନିଷଗୁଡ଼ିକ ଉଠାଇ ନେଇଯାଉଛୁ।
ପ୍ରକାଶ ଯେ, ପୂର୍ବରୁ ନୟାଗଡ଼ ଏନଏସି ଥିବାବେଳେ ସହରରେ ଭେଣ୍ଡିଂ ଜୋନ୍‌ କରାଯାଇ ବେପାରୀମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତାହା ପାଣିର ଗାର ପାଲଟିଛି। ମଙ୍ଗଳବାର ଓଡ଼ଗାଁ ଛକରେ ଥିବା ଦୋକାନୀମାନେ ଜିିନିଷ ସବୁ ରାସ୍ତା ଉପରେ ରଖିଥିବା ବେଳେ ସେଗୁଡ଼ିକୁ ନ ରଖିବା ପାଇଁ ତାଗିଦ୍‌ କରାଯାଇଥିଲା। ମେଡ଼ିକାଲ ନିକଟରେ ଥିବା କ୍ୟାବିନ୍‌, ଖଣ୍ଡପଡ଼ା ରୋଡରେ ଥିବା ଉଠାଦୋକାନକୁ ହଟାଯାଇଛି। ମାସାଧିକ କାଳ ଏହିଭଳି ଚଢ଼ାଉ ଚାଲିବ ବୋଲି ସୂଚନା ମିଳିଛି। ନୟାଗଡ଼ ମ୍ୟୁନିସିପାଲିଟିର ସାନିଟାରୀ ଇନ୍ସପେକ୍ଟର ଲକ୍ଷ୍ମୀଧର ସାହୁ, ୱାରେଣ୍ଟ ଅଫିସର ନାରାୟଣ ନାୟକ, ଟାଉନ ପୋଲିସ ଏଏସ୍‌ଆଇ ଅଶୋକ ମହାନ୍ତିଙ୍କ ସମତେ ଟାଉନ ପୋଲିସର କର୍ମଚାରୀମାନେ ଏଥିରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri