ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ବିକାଶ ପଥରେ ଆଗେଇ ନେବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଏମ୍‌ସି ଅନ୍ତର୍ଗତ ୨୨ ନଂ. ୱାର୍ଡ ବୈକୁଣ୍ଠନଗର ତୃତୀୟ ଗଳି ଓ ଏକ୍ସେଟେନଶନ ଅଞ୍ଚଳବାସୀ ଏବେ ବି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଗଳି ଶେଷ ଭାଗରେ ସୋଲାର ଚାଳିତ ପମ୍ପଗୃହ ନିମାଣ କରାଯାଇଥିଲେ ମଧ୍ୟ ଦୀର୍ଘ ମାସ ଧରି ସେଥିରୁ ଜଳଯୋଗାଣ ସ୍ବାଭାବିକ କରାଯାଉ ନ ଥିବା ଅଞ୍ଚଳବାସୀ କହିଛନ୍ତି।
କହିବାନୁଯାୟୀ, ୧୦ ବର୍ଷ ଧରି ଏହି ଅଞ୍ଚଳରେ ପ୍ରାୟ ୫୦ ରୁ ୧୦୦ ପରିବାର ବାସ କରୁଛନ୍ତି। କିନ୍ତୁ ଏବେ ସୁଦ୍ଧା ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ବୈକୁଣ୍ଠନଗର ୨ ଲାଇନ ପର୍ଯ୍ୟନ୍ତ ଡ୍ରେନ୍‌ ନିମାଣ ହୋଇଥିବା ବେଳେ ବୈକୁଣ୍ଠନଗର ତୃତୀୟ ଗଳିରେ ଡ୍ରେନ୍‌ ନିମାଣ ଅଧାପନ୍ତରିଆ ହୋଇ ପଡିରହିଛି। ଯାହାଦ୍ୱାରା ବର୍ଷାଦିନେ ସାହି ରାସ୍ତା ଜଳମଗ୍ନ ହେଉଛି। କେବଳ ସେତିକି ନୁହେଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ନିମିତ୍ତ ଗଳି ଶେଷ ଭାଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୋଲାର ଚାଳିତ ପମ୍ପ ହାଉସ ନିର୍ମାଣ କରାଯାଇଛି। କିନ୍ତୁ ଏହାର ପରିଚାଳନା ଦାୟିତ୍ୱରେ ଥିବା ପମ୍ପହାଉସ୍‌ ଚାଳକ ନିୟମିତ ଆସୁ ନ ଥିବାରୁ ଏକ ବର୍ଷ ହେଲା ଜଳଯୋଗାଣରେ ଅନିୟମିତତା ହେଉଛି। ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କଲେ ମଧ୍ୟ ସେ ଆସୁନାହାନ୍ତି।
ଅନ୍ୟପକ୍ଷରେ ପମ୍ପହାଉସ୍‌ ନିଶିଦ୍ଧାଞ୍ଚଳ କରାଯାଇଥିଲେ ମଧ୍ୟ ଏଥିରେ ତାଲା ପଡୁ ନ ଥିବାରୁ ଅନେକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଞ୍ଚଳବାସୀ ସନ୍ତୋଷ ସାହୁ କହିଛନ୍ତି। ଫଳରେ ଏହାଦ୍ୱାରା ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେଉଥିବା ସେ କହିଛନ୍ତି। ସେହିପରି ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫର୍ମରଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟରେ ଗଛଲତା ମାଡିି ରହିଥିବା ବେଳେ ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।
ବିଦ୍ୟୁତ୍‌ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ ନ ଥିବାରୁ ଅଞ୍ଚଳ ଅନ୍ଧକାର ହୋଇ ରହୁଥିବା ଅଞ୍ଚଳର ଦଣ୍ଡପାଣି ପଟ୍ଟନାୟକ କହିଛନ୍ତି। ବୈକୁଣ୍ଠନଗର ଦ୍ୱିତୀୟ ଗଳି ପର୍ଯ୍ୟନ୍ତ କର୍ମଚାରୀ ସଫେଇ ପାଇଁ ଆସୁଥିବା ବେଳେ ତୃତୀୟ ଗଳି ଓ ଏହାର ଏକ୍ସେଟେନଶନକୁ ସଫେଇ ପାଇଁ କୈଣସି କର୍ମଚାରୀ ଆସୁ ନାହାନ୍ତି। ଏନେଇ ସାଉଥ୍‌କୋ, ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri