ମୌଳିକ ସୁବିଧାରୁ ବଞ୍ଚିତ ଅଭିଯୋଗ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସହରକୁ ସ୍ବଚ୍ଛ, ସୁନ୍ଦର ଓ ବିକାଶ ପଥରେ ଆଗେଇ ନେବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ବିଏମ୍‌ସି ଅନ୍ତର୍ଗତ ୨୨ ନଂ. ୱାର୍ଡ ବୈକୁଣ୍ଠନଗର ତୃତୀୟ ଗଳି ଓ ଏକ୍ସେଟେନଶନ ଅଞ୍ଚଳବାସୀ ଏବେ ବି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ଗଳି ଶେଷ ଭାଗରେ ସୋଲାର ଚାଳିତ ପମ୍ପଗୃହ ନିମାଣ କରାଯାଇଥିଲେ ମଧ୍ୟ ଦୀର୍ଘ ମାସ ଧରି ସେଥିରୁ ଜଳଯୋଗାଣ ସ୍ବାଭାବିକ କରାଯାଉ ନ ଥିବା ଅଞ୍ଚଳବାସୀ କହିଛନ୍ତି।
କହିବାନୁଯାୟୀ, ୧୦ ବର୍ଷ ଧରି ଏହି ଅଞ୍ଚଳରେ ପ୍ରାୟ ୫୦ ରୁ ୧୦୦ ପରିବାର ବାସ କରୁଛନ୍ତି। କିନ୍ତୁ ଏବେ ସୁଦ୍ଧା ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ବୈକୁଣ୍ଠନଗର ୨ ଲାଇନ ପର୍ଯ୍ୟନ୍ତ ଡ୍ରେନ୍‌ ନିମାଣ ହୋଇଥିବା ବେଳେ ବୈକୁଣ୍ଠନଗର ତୃତୀୟ ଗଳିରେ ଡ୍ରେନ୍‌ ନିମାଣ ଅଧାପନ୍ତରିଆ ହୋଇ ପଡିରହିଛି। ଯାହାଦ୍ୱାରା ବର୍ଷାଦିନେ ସାହି ରାସ୍ତା ଜଳମଗ୍ନ ହେଉଛି। କେବଳ ସେତିକି ନୁହେଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ନିମିତ୍ତ ଗଳି ଶେଷ ଭାଗରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସୋଲାର ଚାଳିତ ପମ୍ପ ହାଉସ ନିର୍ମାଣ କରାଯାଇଛି। କିନ୍ତୁ ଏହାର ପରିଚାଳନା ଦାୟିତ୍ୱରେ ଥିବା ପମ୍ପହାଉସ୍‌ ଚାଳକ ନିୟମିତ ଆସୁ ନ ଥିବାରୁ ଏକ ବର୍ଷ ହେଲା ଜଳଯୋଗାଣରେ ଅନିୟମିତତା ହେଉଛି। ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କଲେ ମଧ୍ୟ ସେ ଆସୁନାହାନ୍ତି।
ଅନ୍ୟପକ୍ଷରେ ପମ୍ପହାଉସ୍‌ ନିଶିଦ୍ଧାଞ୍ଚଳ କରାଯାଇଥିଲେ ମଧ୍ୟ ଏଥିରେ ତାଲା ପଡୁ ନ ଥିବାରୁ ଅନେକ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଞ୍ଚଳବାସୀ ସନ୍ତୋଷ ସାହୁ କହିଛନ୍ତି। ଫଳରେ ଏହାଦ୍ୱାରା ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେଉଥିବା ସେ କହିଛନ୍ତି। ସେହିପରି ଗଳିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଟ୍ରାନ୍ସଫର୍ମରଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଖୁଣ୍ଟରେ ଗଛଲତା ମାଡିି ରହିଥିବା ବେଳେ ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ବିପଦ ସଙ୍କୁଳ ଅବସ୍ଥାରେ ରହିଛି।
ବିଦ୍ୟୁତ୍‌ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ ନ ଥିବାରୁ ଅଞ୍ଚଳ ଅନ୍ଧକାର ହୋଇ ରହୁଥିବା ଅଞ୍ଚଳର ଦଣ୍ଡପାଣି ପଟ୍ଟନାୟକ କହିଛନ୍ତି। ବୈକୁଣ୍ଠନଗର ଦ୍ୱିତୀୟ ଗଳି ପର୍ଯ୍ୟନ୍ତ କର୍ମଚାରୀ ସଫେଇ ପାଇଁ ଆସୁଥିବା ବେଳେ ତୃତୀୟ ଗଳି ଓ ଏହାର ଏକ୍ସେଟେନଶନକୁ ସଫେଇ ପାଇଁ କୈଣସି କର୍ମଚାରୀ ଆସୁ ନାହାନ୍ତି। ଏନେଇ ସାଉଥ୍‌କୋ, ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri