Posted inଜାତୀୟ

ମୋ ସ୍ବାମୀଙ୍କ ଭଳି ଅନ୍ୟ କେହି ଭାରତରେ ଜନ୍ମ ନ ହୁଅନ୍ତୁ, କହିଲେ ଏହି ଗ୍ୟାଙ୍ଗଷ୍ଟାରଙ୍କ ସ୍ତ୍ରୀ

ଲକ୍ଷ୍ନୌ,୨୪।୭: ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ରିଚା ଦୁବେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଯଦି ଏପରି କାଣ୍ଡ କରିବା ପରେ ବିକାଶ ମୋ ସମ୍ମୁଖକୁ ଆସିଥାନ୍ତେ ତେବେ ମୁଁ ଗୁଳି ଚଳାଇଥା’ନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାମୀ ବିକାଶ ଦୁବେଙ୍କ ସହ ଦୀର୍ଘ ବର୍ଷ ଧରି ରହନ୍ତି ନାହିଁ। ବିବାହର ଦୁଇ ବର୍ଷ ପରେ ସେ ସ୍ବାମୀଙ୍କ ଘରୁ ପଳାଇ ଆସିଥିଲେ। କାରଣ ସେ ସହରର ଝିଅ ଏବଂ ଗାଁର ପରିବେଶକୁ ସେ ପସନ୍ଦ କରୁ ନ ଥିଲେ। ବିକାଶ ପ୍ରାୟତଃ ସେଠାରେ ଝଗଡା କରୁଥିଲେ। ରିଚା ଦୁବେ କହିଛନ୍ତି ଯେ, ବିକାଶ ତାଙ୍କ ଭାଇଙ୍କର ବନ୍ଧୁ। ସେମାନେ ଘରେ ଭେଟିଥିଲେ। ବିକାଶ ତାଙ୍କ ଘରକୁ ଆସୁଥିଲେ। ୧୯୯୬ରେ ଆମେ ବିବାହ କରିଥିଲୁ। କିନ୍ତୁ ଗାଁର ପରିବେଶ ଭଲ ନଥିଲା। ବିକାଶ ଦିନରେ ଝଗଡା କରୁଥିଲେ। ଯେତେବେଳେ ସେ ବିକାଶକୁ ବନ୍ଦ କରିବାକୁ ଚେଷ୍ଟା କଲେ, ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ୧୯୯୮ ମସିହାରେ ସେ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ। ସେ ସେଠାରେ ୭ ବର୍ଷ ରହିଲେ। ଏହି ସମୟ ମଧ୍ୟରେ ବିକାଶ ପିଲାମାନଙ୍କୁ ଭେଟିବା ପାଇଁ ସେଠାକୁ ଆସୁଥିଲେ। ରିଚା ଦୁବେ ମଧ୍ୟ ଗାଁକୁ ଯାଉଥିଲେ। ଏବେ ଚାହୁଁଛି ବିକାଶ ଦୁବେଙ୍କ ଭଳି ବ୍ୟକ୍ତି ଭାରତରେ ଜନ୍ମ ନ ନିଅନ୍ତୁ।
ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ କାନପୁରରେ ୮ ପୋଲିସକର୍ମୀଙ୍କୁ ହତ୍ୟା କରିଥିଲେ। ଏହାର ୮ ଦିନ ପରେ ପୋଲିସ ତାଙ୍କୁ ଏନକାଉଣ୍ଟର କରିଥିଲା।

up-kanpur-shootout-gangster-vikas-dubey-wife-richa-dubey says no one else be born in India like my husband


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri