‘ମୋ ବସ’ରୁ ପାଇଥିବା ଟଙ୍କା ଫେରାଇଲେ ଡ୍ରାଇଭର: ସମ୍ବର୍ଦ୍ଧିତ କଲା କ୍ରୁଟ

ଭୁବନେଶ୍ୱର, ୨୭ା୬(ବ୍ୟୁରୋ)- ରାଜଧାନୀ ରାସ୍ତାରେ ଟଙ୍କା ଲୁଟିବାକୁ ଲୁଟେରା ଚାହିଁ ରହିଛନ୍ତି। କିଛି ଲୋଭି ମଣିଷ ଅଛନ୍ତି ରାତାରାତି ଧନୀ ହେବାକୁ ଭଗବାନଙ୍କୁ ଡାକିଥାନ୍ତି। ରାସ୍ତାରେ ଟଙ୍କା ଥଳି ମିଳିଯାଆନ୍ତା କି, କାହା ପକେଟରୁ ପର୍ସ ଗଳିପଡ଼ନ୍ତା କି, ଏମିତି ଅନେକ ସୁଯୋଗ ଖୋଜିଥାନ୍ତି। ହେଲେ ସମାଜରେ ଅନେକ ନିଆରା ମଣିଷ ଅଛନ୍ତି, ଯେଉଁମାନେ ଟଙ୍କା ପାଇଲେବି ତାହାକୁ ଫେରାଇବାକୁ ବହୁ ପରିଶ୍ରମ କରନ୍ତି। ଏମିତି ଜଣେ ସଚ୍ଚୋଟ ଭଲ ମଣିଷଟିଏ ହେଉଛନ୍ତି ବିଶ୍ୱନାଥ ଖୁଣ୍ଟିଆ। ବିଶ୍ୱନାଥ ହେଉଛନ୍ତି ‘ମୋ ବସ୍‌’ ଡ୍ରାଇଭର। ସେ ବସ୍‌ରୁ ପାଇଥିବା ଜଣେ ଯାତ୍ରୀଙ୍କ ଟଙ୍କା ବ୍ୟାଗ୍‌ ଫେରାଇ ଆଜି ଉଦାହରଣ ପାଲଟିଛନ୍ତି।
ମିଳିଥିବା ସୂଚନାନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ବସ୍‌’ ଚାଲୁଛି। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏହାର ପରିଚାଳନା କରୁଛି। ଟ୍ରାଭେଲ ଟାଇମ୍‌ ସଂସ୍ଥା ଅଧୀନରେ ବିଶ୍ୱନାଥ ରୁଟ୍‌ ନଂ.୨୫ରେ ଚାଲୁଥିବା ମୋ ବସ୍‌ର ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ଗତ ବୁଧବାର ସକାଳେ ବସ୍‌ଟି ମଞ୍ଚେଶ୍ୱରରୁ ଡୁମୁଡୁମା ଯାଇ ଫେରିଥିଲା। ଯାତ୍ରୀମାନେ ଓହ୍ଲାଇଯିବା ପରେ ବିଶ୍ୱନାଥ ବସ୍‌ଟିକୁ ମଞ୍ଚେଶ୍ୱର ଡିପୋକୁ ନେଉଥିଲେ। ତେବେ ବସ୍‌ର ସିଟ୍‌ ଉପରେ ଏକ ବ୍ୟାଗ୍‌ ଦେଖିଥିଲେ। ସେଥିରେ ନଗଦ ୪୯ହଜାର ୫ଶହ ଟଙ୍କା ଥିଲା। ହେଲେ ଟଙ୍କା ଦେଖି ତାଙ୍କର ଲୋଭ ହୋଇ ନ ଥିଲା। ବରଂ କିଏ କେଉଁ ଜରୁରୀ କାର୍ଯ୍ୟରେ ଟଙ୍କା ନେଉଥିବ ଭାବି ଫେରାଇବାକୁ ତାଙ୍କ ମନ ବ୍ୟାକୁଳ ହୋଇଥିଲା। ଯାଉଥିବା ରୁଟ୍‌ରେ ବସ୍‌ ଅଟକୁଥିବା ସ୍ଥାନରେ ଜଣଜଣ କରି ଲୋକଙ୍କୁ ପଚାରୁଥିଲେ। ହେଲେ କେହି କିଛି ବ୍ୟାଗ୍‌ ଛାଡ଼ିଥିବା କହି ନ ଥିଲେ। ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଖୋଜାଖୋଜି ପରେ ବିଶ୍ୱନାଥ ଉକ୍ତ ଟଙ୍କା ବ୍ୟାଗକୁ ନିଜ ଅଫିସ୍‌ରେ ଫେରାଇଥିଲେ। ଗୁରୁବାର ସକାଳେ ପହଞ୍ଚତ୍ବା ପରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଟଙ୍କା ବ୍ୟାଗ୍‌ ଛାଡିଥିବା ଲୋକଙ୍କ ସନ୍ଧାନ ପାଇବାରେ ଲାଗିପଡିଲେ। ଶେଷରେ ପ୍ରକୃତ ବ୍ୟକ୍ତିଙ୍କୁ ଟଙ୍କା ବ୍ୟାଗ୍‌ ଫେରାଇ ମହାନତାର ପରିଚୟ ଦେଇଥିଲେ। ବିଶ୍ୱନାଥଙ୍କର ଏପରି ମାନବିକତା ଓ ସଚ୍ଚୋଟତା ପାଇଁ କ୍ରୁଟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri